ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ବରଖାସ୍ତ କରିବା ପାଇଁ ଓଡିଶା ବଦଂ ପାଳନ ରେ ଗୁଣପୁର, ପଦ୍ମପୁର, ଗୁମୁଡା, ଗୁଡାରି, ରାମନାଗୁଡ଼ା ବଦଂ ।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ବରଖାସ୍ତ କରିବା ପାଇଁ ଓଡିଶା ବଦଂ ପାଳନ ରେ ଗୁଣପୁର, ପଦ୍ମପୁର, ଗୁମୁଡା, ଗୁଡାରି, ରାମନାଗୁଡ଼ା ବଦଂ ।

ରାୟଗଡ଼/ଗୁଣପୁର, 08 10 2026 ,(ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ) ଇଣ୍ଡିଆ ମେଣ୍ଟ ସି.ପି.ଆଇ (ଏମଏଲ) ଲିବରେସନ ଓ କଂଗ୍ରେସ ମିଳିତ ଭାବେ ପଦ୍ମପୁର ବ୍ଲକ ର ସୁନାରିଘାଇ, ମୁଚିକି ପଦର ଇତ୍ଯାଦି ଛକ ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି।   

       ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଅବିଳମ୍ବେ ବହିଷ୍କାର କରିବା ସହିତ ଭୋଟ ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ତୁରନ୍ତ ବନ୍ଦ କରିବା, ଭୁଲରେ ବାଦ୍ ପଡ଼ିଥିବା ଲୋକଙ୍କ ଭୋଟ ଦାନ ଅଧିକାର ପୁନଃ ସ୍ଥାପିତ କରିବା, ଭାରତୀୟ ନିର୍ବାଚନ ଆୟୋଗର ସ୍ଵାଧୀନ ଏବଂ ଗଣତାନ୍ତ୍ରିକ କାର୍ଯ୍ୟ ପ୍ରଣାଳୀକୁ ପୁନଃସ୍ଥାପିତ କରିବା, ନିର୍ବାଚନ କମିଶନରଙ୍କ ନିଯୁକ୍ତିର ବର୍ତମାନ ବ୍ୟବସ୍ଥାକୁ ସୁପ୍ରିମ କୋର୍ଟଙ୍କ ଦ୍ୱାରା ପ୍ରସ୍ତାବିତ ଚୟନ କମିଟି ଯଥା: ପ୍ରଧାନମନ୍ତ୍ରୀ, ବିରୋଧୀ ନେତା ଓ ଭାରତର ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ କମିଟି ନିର୍ଦ୍ଧାରଣରେ ନିଯୁକ୍ତି କରିବା ଇତ୍ୟାଦି ଦାବି କରିବା ସହ ଭାରତର ନିର୍ବାଚନ କମିଶନରଙ୍କ କାର୍ଯ୍ୟ ପ୍ରଣାଳୀ ବିରୋଧ କରାଯାଇଛି l 4 ଟି ଦାବି ସରକାର ଶିଘ୍ର ପଦକ୍ଷେପ ଗ୍ରହଣ ନ କଲେ ଆଦୋଂଲନ ତୀବ୍ର ହେବ ବୋଲି ସିପିଆଇ (ଏମ ଏଲ) ଲିବରେସନ, ବ୍ଲକ ସମ୍ପାଦକ ଏଲିଅ ରଇତ , ସଂଜୀବ ଶବର ରମାକାନ୍ତ ମାଝୀ, ଟୁକୁଲୁ ସାହୁ କଂଗ୍ରେସ ଦାବି କରିଛନ୍ତି।

 ଉପସ୍ଥିତ ଥିଲେ 

 ଗୋପିନାଥ ନିମାଲା, ଅର୍ଜୁନ ଶବର, ଭିମ ମାଝୀ, ଯକ୍ଷ ଲିମା, କର୍ଣ୍ଣଏଲ ଗମାଙ୍ଗ, ହର୍ଷନଦଂ ଲିମା ଆଜିର ଓଡିଶା ବନ୍ଦ ଡାକରା ପୂର୍ଣ୍ଣି।ଙ୍ଗ ରୂପେ ସଫଳ ଦେଖିବାକୁ ମିଳିଥିଲା 

ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର