ଜିଲ୍ଲା ସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ପାଳନସମାରୋହ .

ଜିଲ୍ଲା ସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ପାଳନସମାରୋହ . ନୟାଗଡ ତା 9-5-2025(ଅଶୋକ କୁମାର ସାଥୁଆ ) ନୟାଗଡ ରେ ଜିଲ୍ଲା ରେଡ଼କ୍ରସ ଓ ରେଡ଼କ୍ରସ ଭଲ୍ୟୁଣ୍ଟିୟର୍ସ ଫୋରମ ନୟାଗଡ ଙ୍କ ମିଳିତ ଆନୁକୂଲ୍ୟରେ ତା 9-5-2025 ରିଖ ଗୁରୁବାର ଦିନ ଜିଲ୍ଲାପାଳ ଙ୍କ ନିର୍ଦେଶନୁସାରେ ଜିଲ୍ଲାପାଳ ଙ୍କ ସଦଭାବନା ସଭାଗୃହ ରେ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ ହୋଇଯାଇଛି l ସକାଳ 6-30ମିନିଟ ଜନ ସଚେତନତା ନିମନ୍ତେ ଜିଲ୍ଲାପାଳ କାର୍ଯ୍ୟଳୟ ଠାରୁ ନେଇ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଓ ପୁର୍ନବାର ଜିଲ୍ଲାପାଳ ଙ୍କ କାର୍ଯ୍ୟlଳୟ ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା l ସଭା କାର୍ଯ୍ୟସକାଳ 8 ଘଟିକା ସମୟ ରେ ଅନୁଷ୍ଠିତ ହେବା ସହ 9 ଘଟିକା ସମୟ ରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା l ଏହି ସଭାରେ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁବାସ ପଣ୍ଡା ଡି, ପି, ଏଚ ଓ ଡା,ପୁଷ୍ପା ନୀଳିମା ଲାକ୍ରା,ଡେପୁଟି କଲେକ୍ଟର ମନୀଷା ଗୁପ୍ତା ଇ, ନ, ଟି ସ୍ପେସିଆଲିଷ୍ଟ ଡା, ପୀତବାସ ନାୟକ, ରେଡ଼କ୍ରସ ଭଲ୍ୟୁଣ୍ଟି ୟର୍ସ ଫୋରମ କନେଭନର, ସୁନିତା ରାଣୀ ମହାପାତ୍ର ଆଦି ଯୋଗ ଦେଇଥିଲେ l ସମାଜ ପ୍ରତି ସେବା ମନୋଭାବ ରଖିଥିବା କିଛି ସମାଜସେବୀ ଙ୍କୁ ମଧ୍ୟ ସମ୍ନାନିତ କରାଯାଇଥିଲା l ଡି, ପି, ଓ ଅଶୋକ ରଥ ସଭା କାର୍ଯ୍ୟ ପରିଚାଳନା କରିଥିଲେ ଓ ରେଡ଼କ୍ରସ ଭଲ୍ୟୁଣ୍ଟିୟର୍ସ ଫୋରମ ର ମୁଖ୍ୟ ପରାମର୍ଶ ଦାତା ବିଭୁତି ଭୂଷଣ ପଟ୍ଟନାୟକ ସମସ୍ତ ଦାୟିତ୍ୱ ବହନ କରି ସୁଚାରୁ ରୂପେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ l ନୟାଗଡ ରୁ ଅଶୋକ କୁମାର ସାଥୁଆ ଙ୍କ ରିପୋର୍ଟ ବିଶେଷ ଖବର

ଜିଲ୍ଲା ସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ପାଳନସମାରୋହ  .