ବୌଦ୍ଧରେ ତିନି ଠାକୁରଙ୍କ ସ୍ନାନ ପୂର୍ଣ୍ଣିମା .

ବୌଦ୍ଧରେ ତିନି ଠାକୁରଙ୍କ ସ୍ନାନ ପୂର୍ଣ୍ଣିମା
ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବୌଦ୍ଧ ସହର ସ୍ଥିତ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ତିନି ଠାକୁରଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି l ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପ୍ରଭୁଙ୍କ ମହାସ୍ନାନ ଅନୁଷ୍ଠିତ ହୋଇଥଲା l ଏହି କାର୍ଯ୍ୟକ୍ରମରେ ସହସ୍ରାଧିକ ଭକ୍ତ ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ସହିତ ବଡ଼ଭାଇ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ସ୍ନାନ ଦର୍ଶନ କରି ନିଜକୁ କୃତକୃତ୍ୟ ମନେ କରିଥିଲେ l ବିଭିନ୍ନ ସଙ୍କୀର୍ତ୍ତନ ମଣ୍ଡଳୀଙ୍କ ଦ୍ଵାରା ଜଗନ୍ନାଥଙ୍କ ଭଜନ ଓ ଜଣାଣ ପରିବେଷଣ କରାଯାଇଥିଲା l ଭକ୍ତ ମାନେ ଭଜନ ଓ ଜଣାଣ ଶ୍ରବଣ କରି ଜଗନ୍ନାଥ ମନସ୍କ ହୋଇ ନିଜକୁ ଅହୋଭଗ୍ୟ ମନେ କରିଥିଲେ l ପରେ ମହାନଦୀର ପବିତ୍ର ୧୦୮ ଗରା ଜଳରେ ତିନି ଠାକୁରଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଥିଲା l ପ୍ରବଳ ଗୁଳୁଗୁଳି ଓ ଗରମକୁ ଭ୍ରୁକ୍ଷେପ ନ କରି ଭକ୍ତ ମାନେ ପ୍ରଭୁଙ୍କ ମହାସ୍ନାନ ଦର୍ଶନ କରିଥିଲେ l ପ୍ରଭୁ ଗଜାନନ ବେଶ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେବାପରେ ରାତ୍ରୀରେ ଏକ ପକ୍ଷ ଧରି ଅଣସର ଗୃହରେ ଅବସ୍ଥାନ କରିବେ ଓ ପ୍ରଭୁଙ୍କ ଚେରମୂଳି ସହିତ ଉପଚାର କରାଯିବ ବୋଲି ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ତରଫରୁ ପ୍ରକାଶ l
:-ବୌଦ୍ଧ ରୁ ରବିନ୍ଦ୍ର ପଟ୍ଟନାୟକ ଙ୍କ ରିପୋର୍ଟ ବିଶେଷ ଖବର .