ଜିଲ୍ଲା ସ୍ତରୀୟ ସେବା ଉତ୍ସବ ଉଦଯାପିତ I

ଜିଲ୍ଲା ସ୍ତରୀୟ ସେବା ଉତ୍ସବ ଉଦଯାପିତ
ନୟାଗଡ଼(ଅଶୋକ କୁମାର ସାଥୁଆ, ବିଶେଷ ଖବର):ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ସେବା ଉତ୍ସବ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଦୁର୍ଗାପୂଜା ମଣ୍ଡପ ଠାରେ ଉଦ୍ଯାପିତ ହୋଇଯାଇଛି। ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୨ ବହୁ ଲୋକଙ୍କୁ ଖାଦ୍ୟ, ବସ୍ତ୍ର, ରେସନ, ସ୍ବାସ୍ଥ୍ୟସେବା ସହ ଆର୍ଥିକ ସହାୟତା ଓ ୪ଜଣ ଅସହାୟ ମହିଳାଙ୍କୁ ମାଗଣାରେ ସାଇକେଲ ଯୋଗାଇ ଦିଆଯାଇଥିଲା।ଏଥିରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ବିଶିଷ୍ଟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ମୁଖ୍ୟ ବକ୍ତାଭାବେ ବିଜେପି ଜିଲା ସଭାପତି ତାପସ ରଞ୍ଜନ ମାର୍ଥା ଏବଂ ସମ୍ମାନିତ ଅତିଥି ଭାବେ ନୟାଗଡ଼ ମୁନିସିପାଲିଟି ପୌରାଧ୍ଯକ୍ଷା ନିରୂପମା ଖଟେଇ, ଖଣ୍ଡପଡା ବ୍ଲକର ପୂର୍ବତନ ଅଧ୍ୟକ୍ଷା ସୀତା ସ୍ବାଇଁ, ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ଚକ୍ଷୁ ଡାକ୍ତର ଅରବିନ୍ଦ ଦାଶ ଓ ଡା. ବାଳକୃଷ୍ଣ ମହାରଣା ପ୍ରମୁଖ ଯୋଗଦେଇଥିଲା ବେଳେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।