ଯୁଦ୍ଧ ଘୋଷଣା ନକଲେ ମୋଦିଙ୍କ ନାକ କଟିଯିବ... !!
ଯୁଦ୍ଧ ଘୋଷଣା ନକଲେ ମୋଦିଙ୍କ ନାକ କଟିଯିବ... !!
ମୋଦିଙ୍କ ନାକ କଟିଯିବା ପରିସ୍ଥିତିରେ । ପହଲଗାମ ଆତଙ୍କୀ ହମ୍ଲାର କଡ଼ା ଜବାବ ଦିଆ ନଗଲେ, ଦେଶର ୧୪୩ କୋଟି ଜନତାଙ୍କ ଆଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଛାତି ଫୁଲାଇ ଚାଲି ପାରିବେନି । ଧାରା ୩୭୦ ଉଚ୍ଛେଦ କରାଗଲେ, ଜମ୍ମୁ-କଶ୍ମୀର ମାଟିରେ ଆଉ ଆତଙ୍କବାଦୀ ସଂଗଠନ ପାଦ ପକାଇ ପାରିବନି ବୋଲି ଦେଶବାସୀଙ୍କ ଆଗରେ ମୋଦୀ କହିଥିଲେ। ହେଲେ କଂଗ୍ରେସ ଓ ଉମର ଅବଦୁଲାଙ୍କ ନ୍ୟାସନାଲ କନ୍ଫ୍ରେନ୍ସ ଦଳର ମିଳିତ ସରକାର ଆସିବା ପରେ ଆତଙ୍କବାଦୀ ସଂଗଠନ ସକ୍ରିୟ ହୋଇଯାଇଛି।
ସବୁଠାରୁ ବଡ଼ କଥା ହେଉଛି, ପାକିସ୍ତାନ ବିରୋଧରେ ଯୁଦ୍ଧ ଘୋଷଣା ନକଲେ ମୋଦିଙ୍କ ଲୋକପ୍ରିୟତା, ବିଜେପିର ଲୋକପ୍ରିୟତା କମିଯିବ । କ'ଣ କରିବେ ମୋଦିଜୀ? ଏବେ ପହଲଗାମ ହମ୍ଲାର ଏକମାତ୍ର ଜବାବ ପାକିସ୍ତାନ ବିରୋଧରେ ଭାରତର ଯୁଦ୍ଧ ଘୋଷଣା ।
କିନ୍ତୁ ପାକିସ୍ତାନ ବିରୋଧରେ ଯୁଦ୍ଧ ଘୋଷଣା କରିବା କ'ଣ ଏତେ ସହଜ? ଯୁଦ୍ଧ ହେଲେ ଯୁଦ୍ଧର ପରିଣାମ ଦୁଇଟି ଯାକ ଦେଶର ୨୦୦ କୋଟି ଜନତାଙ୍କୁ ଭୋଗିବାକୁ ପଡ଼ିବ । ଯୁଦ୍ଧ ଘୋଷଣା ପୂର୍ବରୁ ଭାରତର ରାଜକୋଷରୁ ୬୩ ହଜାର କୋଟି ଟଙ୍କା ଫ୍ରାନ୍ସ ରାଜକୋଷକୁ ଚାଲିଗଲାଣି । ଯୁଦ୍ଧ ଆରମ୍ଭ ହୋଇଗଲେ ପୁଣି କେତେ କୋଟି କୋଉ ଦେଶକୁ ଚାଲିଯିବ ।