ଜିଲ୍ଲାପାଳଙ୍କୁ ଭେଟିଲେ ସାମ୍ବାଦିକ ଭବନ ସଦସ୍ୟ.
ଜିଲ୍ଲାପାଳଙ୍କୁ ଭେଟିଲେ ସାମ୍ବାଦିକ ଭବନ ସଦସ୍ୟ
ପ୍ରକାଶିତ ଚିଠି ସମ୍ପର୍କରେ ଆଲୋଚନା
ନୟାଗଡ଼,8-5-2025 (ଅଶୋକ କୁମାର ସାଥୁଆ )
ନୟାଗଡ -ସାମ୍ବାଦିକ ଭବନକୁ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ସମ୍ପର୍କିତ ପ୍ରକାଶିତ ଚିଠିକୁ କିଛି ବ୍ୟକ୍ତି ଭ୍ରମ ସୃଷ୍ଟି କରାଇବା ସହ ସାମ୍ବାଦିକ ଭବନ ବିରୁଦ୍ଧରେ ଚକ୍ରାନ୍ତ କରୁଛନ୍ତି । ଯାହାକୁ ନେଇ ଆଜି ସାମ୍ବାଦିକ ଭବନ ପରିସରରେ ସଂଖ୍ୟାଧିକ ସଦସ୍ୟଙ୍କ ଉପସ୍ଥିତିରେ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକ ଭବନ ସଭାପତି ବୈଦ୍ୟ ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ସାମ୍ବାଦିକ ଚନ୍ଦ୍ର ବିଜୟୀ ମିଶ୍ର, ଶ୍ରୀକାନ୍ତ ଖଟେଇ,ରାମକୃଷ୍ଣ ରଥ, ହୁସେନ ଖାଁ ପ୍ରମୂଖ ମତ ବ୍ୟକ୍ତ କରିବା ସହ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ପକ୍ଷରୁ ଚିଠି ପ୍ରକାଶ ପାଇବା ପୂର୍ବରୁ ଭବନ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସହ କୈାଣସି ଆଲୋଚନା କରାଯାଇନଥିଲା ବୋଲି ଆଲୋଚନା ହୋଇଥିଲା l ଏଣୁ ଉକ୍ତ ଚିଠିରେ କିଛି ସଂଶୋଧନ ଆବଶ୍ୟକତା କୁ ଦୃଷ୍ଟିରେ ରଖି ସଦସ୍ୟମାନେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ସାକ୍ଷାତ କରିଥିଲେ । ଦୀର୍ଘ ସମୟ ଧରି ଭବନ ସମ୍ପର୍କରେ ଆଲୋଚନା ହୋଇଥିଲା । ପ୍ରକାଶିତ ଚିଠିକୁ ସଂଶୋଧନ କରି ସମସ୍ତ ସାମ୍ବାଦିକଙ୍କ ହିତରେ କାର୍ଯ୍ୟ କରିବା ପାଇଁ ଆଲୋଚନା ହୋଇଥିଲା । ଜିଲ୍ଲାପାଳ ସାମ୍ବାଦିକଙ୍କ ଦାବିକୁ ଗ୍ରହଣ କରିବା ସହ ଏ ସମ୍ପର୍କରେ ନିଶ୍ଚିତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି । ୪୦ରୁ ଉଦ୍ଧ୍ୱ ସାମ୍ବାଦିକ ଭବନ ପରିସରରେ ଆଲୋଚନାରେ ଅଂଶ ଗ୍ରହଣ କରିବା ସହ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ । ସାମ୍ବାଦିକ ଭବନ କାର୍ଯ୍ୟକାରୀ ସମ୍ପାଦକ ଅନୀଲ କୁମାର ପଣ୍ଡା ବୈଠକ ପରିଚାଳନା କରିଥିଲେ ।
ନୟାଗଡ ରୁ ଅଶୋକ କୁମାର ସାଥୁଆ ଙ୍କ ରିପୋର୍ଟ ବିଶେଷ ଖବର.