ଡମ୍ବ ସମାଜ ପକ୍ଷରୁ ଖଇରପୁଟ ଠାରେ ପଦଯାତ୍ରା ।

ଡମ୍ବ ସମାଜ ପକ୍ଷରୁ ଖଇରପୁଟ ଠାରେ ପଦଯାତ୍ରା ।

ଡମ୍ବ ସମାଜ ପକ୍ଷରୁ ଖଇରପୁଟ ଠାରେ ପଦଯାତ୍ରା ।
ମାଲକାନଗିରି ତା:-୨୬/୦୬ ଡମ୍ୱ ସମାଜ ତରଫରୁ ବିଭିନ୍ନ ଦାବି ନେଇ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଠାରେ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାରେ ଖଇରପୁଟ ବ୍ଲକ ଡମ୍ବ ସମାଜ ସହିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ଲକର ଡମ୍ୱ ସମାଜର ସଭାପତି ସହ ପୁରୁଷ, ମହିଳା ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଡ଼ମ୍ବ ସମାଜ ବିଭିନ୍ନ ଦାବି ନେଇ ଖଇରପୁଟ ଜଗନ୍ନାଥ  ମନ୍ଦିର ଠାରୁ ବାହାରି ଝଡ ଝଡ ବର୍ଷା ପାଣିରେ ଭିଜି ଭଜି ବିଶାଳ ବଡ ରାଲି କରି  ଦାବି ପୂରଣ ସ୍ଳୋଗାନ ଦେଇ ପୁରୁଷ,ମହିଳା ବହୁ ସଂଖ୍ୟାରେ ଖଇରପୁଟ ବ୍ଲକ ତହସିଲ୍ ଦାରଙ୍କୁ  ଯାଇ ଦାବି ପତ୍ର ପ୍ରଦାନ କରିଥିଲେ । ଏଥିରେ ସେମାନଙ୍କ ଦାବି ଥିଲା ଚିଠି ନଂ ୧୮/୦୧ /୨୦୧୭ କୋଡ' ଭାରତ ସରକାରଙ୍କ ଅନୁଯାଇ ଆଦିବାସୀ ମାନ୍ୟତା ନିମନ୍ତେ ନୂତନ ମାର୍ଗଦର୍ଶୀକା ଅନୁଯାଇ ମୂଳନିବାସୀ  ଡମ ମାନଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ କରାଯାଉ । 
ଜିଲାର ୭ ଗୋଟି ବ୍ଲକ ,ଗୋଟିଏ ମୁନିସିପାଲଟି ,ଗୋଟିଏ ଏନ ଏ ସି ରେ ବସବାସ କରୁଥିବା ଭୂମିହୀନ ମାନଙ୍କୁ ଓଡିଶା ଭୁ ସସ୍କାର ଆଇନ ଅନୁଯାୟୀ ସ୍ଥାୟୀ ଭାବରେ ଥଇଥାନ କରାଯାଉ । ଜିଲ୍ଲାରେ ବସବାସ କରୁଥିବା ସମସ୍ତ ମୁଲନିବାସୀ ଶିକ୍ଷିତ ଡମ ଯୁବତୀ ଓ ଯୁବକ ଯଗ୍ୟତା ସନ୍ତନ ସରୁକ୍ଷଣ ପ୍ରଦାନ କରାଯାଉ । ୨୦୦୬ ଜଙ୍ଗଲ ଜମି ଆଇନ ଅନୁଯାୟୀ ମୁଲନିବାସୀ ଡମ ମାନଙ୍କୁ ଗୋଷ୍ଟିଗତ ଏବଂ ବ୍ୟକ୍ତିଗତ ଅଧିକାର ନିମନ୍ତେ ପ୍ରଦାନ କରାଯାଉ । ଧର୍ମନି ବର୍ଷରେ ମୁଲନିବାସୀ ଡମ ମାନଙ୍କୁ ଜାତି ଭିତିକ ଜନଗଣନା କରାଯାଉ । ଡମ ଭାଷାକୁ ସରକାରୀ ବିଦ୍ୟାଳୟରେ ପାଠପଢା ନିମନ୍ତେ ମାନ୍ୟତା ପ୍ରଦାନ କରାଯାଉ  । ଏହି ରାଳିରେ  ଡମ୍ବ ସମାଜର ସଭାପତିଙ୍କ ନିର୍ଦ୍ଦେଶ କ୍ରର୍ମେ ବିଭିନ୍ନ ବ୍ଲକର ସଭାପତି ଉପସ୍ଥିତ ରହି ରାଲି କୁ ସଫଳ କରିଥିଲେ ।
ମାଲକାନଗିରି ଖଇରପୁଟ ରୁ ଶିବପ୍ରସାଦ ପରିଛା