ଦିବ୍ୟାଙ୍ଗ ଓ ଶତାୟୁ ଶିକ୍ଷକ ଙ୍କ ସହ ଗୁରୁ ଦିବସ ପାଳନ

ଦିବ୍ୟାଙ୍ଗ ଓ ଶତାୟୁ ଶିକ୍ଷକ ଙ୍କ ସହ ଗୁରୁ ଦିବସ ପାଳନ

ଜୀବନ ର ଚଲାପଥ ରେ ଗୁରୁ ଙ୍କ ପାଇଁ ଆମ ଚଲାପଥ କୁସୁମିତ ହେବା ସହ ଶିକ୍ଷଣୀୟ ହୋଇଥାଏ l ଗୁରୁ ଙ୍କୁ ନ ମଣିବ ନର, ସେ ତ ଆମ ପାଇଁ ସାକ୍ଷାତ ଇଶ୍ୱର l ଆଜିର ଦୁନିଆଁ ରେ ଅନେକ ଗୁରୁ ଅଛନ୍ତି ସେମାନେ ବୟସ ର ଅପରାହ୍ନ ରେ ଟିକେ ଅଲୋଡ଼ା ହୋଇଛନ୍ତି, ସେମାନେ ଦିବ୍ୟାଙ୍ଗ ହୁଅନ୍ତୁ ବା ଶତାୟୁ ହୁଅନ୍ତୁ l ଏହିପରି କିଛି ଶିକ୍ଷକ ମାନଙ୍କୁ ନେଇ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଆୟୋଜନ କରିଥିଲେ ଏକ ଗୁରୁ ପୂଜନ କାର୍ଯ୍ୟକ୍ରମ l ଏହି କାର୍ଯ୍ୟକ୍ରମ ରେ ଗୁରୁ ଙ୍କ ବାସସ୍ଥାନ କୁ ଯାଇ ତାଙ୍କୁ ପୂଜନ କରାଯାଇଥିଲା l କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ କୁଆଁରପାଳ ଅଞ୍ଚଳ ର ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ମହାନ୍ତି ଙ୍କୁ ଗୁରୁ ପୂଜନ କରାଯାଇଥିଲା l ଗୁରୁ ଙ୍କ ପାଇଁ ଜୋତା, ଉତ୍ତରୀୟ ଓ ପଗଡି ବେଶ ରେ ସଜାଯାଇଥିଲା l ତାଙ୍କ ସହ ଉପସ୍ଥିତ ଥିଲେ ଦିବ୍ୟାଙ୍ଗ ଶିକ୍ଷକ ଧିରେନ ସାହୁ l ଆଜି ର କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ଟ୍ରଷ୍ଟ ର ଆଇନଜୀବୀ ନଳିନୀକାନ୍ତ ବେହେରା, ସୁବାସ ବେହେରା,ଚିତ୍ତରଞ୍ଜନ ବସନ୍ତରା, ଅମ୍ଲାନ ମହାନ୍ତି ଓ ବିଜୟ ଷଢଙ୍ଗୀ ଉପସ୍ଥିତ ରହି ଗୁରୁ ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ l

 ପଟ୍ଟାମୁଣ୍ଡାଇ ରୁ ଗଦାଧର ଦାଶ ବିଶେଷ ଖବର ପଟ୍ଟାମୁଣ୍ଡାଇ ବ୍ଲକ ପ୍ରତିନିଧି।