ଧାନ ନ ଉଠି ବାରୁ ଚାଷୀ ରାଜ ରାସ୍ତାରେ

ଧାନ ନ ଉଠି ବାରୁ ଚାଷୀ ରାଜ ରାସ୍ତାରେ

ମାଲକାନଗିରି ଜିଲ୍ଲାମାଥିଲି ବ୍ଳକ ରେଧାନ ମଣ୍ଡି ସମସ୍ୟା କମିବାର ନା ନେଉନି, କ୍ରମାଗତ ଭାବେ ଜିଲ୍ଲାରେ ମଣ୍ଡିରେ ଧାନ କ୍ରୟ ହେଉନଥିବାରୁ ସ୍ଥିତି ଶୋଚନୀୟ ହେଉଥିବା ବେଳେ ଚାଷୀ ମାନେ ବିକ୍ଷୋଭ କରି ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି। ତେବେ ଏହାରି ମଧ୍ୟ ଆଜି ପୁଣି ଜିଲ୍ଲାର ମାଥିଲି ବ୍ଲକରେ ଥିବା ସାଲିମି ଧାନ ମଣ୍ତିରେ ଧାନ କ୍ରୟ ଦାବି ନେଇ ରାସ୍ତାରୋକ କରିଛନ୍ତି ଚାଷୀ। ଦିନ ପ୍ରାୟ ୧୧ଟା ସମୟରେ ସାଲିମି ଠାରୁ କମାରପାଲିକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାକୁ ଚାଷୀ ଅବରୋଧ କରିଥିଲେ। ରାସ୍ତା ଉପରେ ଟେଣ୍ଟ ଲଗାଇ ଧାନ ବସ୍ତା ରଖି ଚାଷୀଙ୍କ ଦ୍ଵାରା ଆନ୍ଦୋଳନ ଯୋଗୁଁ ଏହି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।

 ଖବର ପାଇ ପୋଲିସ ଓ ମଣ୍ଡି ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଦୀର୍ଘ ସମୟ ଧରି ଆଲୋଚନା ପରେ ଚାଷୀଙ୍କ ଗୋଟିଏ ଦାବିଥିଲା ଯେ ତୁରନ୍ତ ଧାନ କ୍ରୟ ହେଉ। ଏହି ଦାବୀକୁ ପୂରଣ କରିବା ପାଇଁ ଖୁବ ଶୀଘ୍ର ମଣ୍ଡି ୨୦୦୦ କୁଇଣ୍ଟାଲ ଧାନ କ୍ରୟ ହେବ ବୋଲି ଅଧିକାରୀ ମାନେ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ରାସ୍ତା ଅବରୋଧରୁ ଚାଷୀ ହାଟିଥିଲେ।

ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର