ଆଗକୁ ଆସୁଛି ‌ନଵ‌ରାତ୍ରୀ,ପାର୍ବଣ ଋତୁରେ ହେବ ଭକ୍ତ ଙ୍କ ଭିଡ ହେଲେ ରା।ସ୍ତା ବେହ।ଲ

ଆଗକୁ ଆସୁଛି ‌ନଵ‌ରାତ୍ରୀ,ପାର୍ବଣ ଋତୁରେ ହେବ ଭକ୍ତ ଙ୍କ ଭିଡ ହେଲେ ରା।ସ୍ତା ବେହ।ଲ

ନୟାଗଡ଼ ୦୨। ୧୦- ଆଗକୁ ପା।ର୍ବଣ ଋତୁ । ନବରାତ୍ରୀ ର ସମ୍ଭାର ନେଇ ଧରାପୃଷ୍ଠ କୁ ଓହ୍ଲାଇବେ ଜଗତ ଜନନୀ ମା।। ଚଳଚଞ୍ଚଳ ହେବ ଧରାପୃଷ୍ଠ ।ଶକ୍ତି ପୀଠ ମାନଙ୍କରେ ହେବ ଯାତ୍ରୀଙ୍କ ଅସମ୍ଭବ ଭିଡ ।ଏହାକୁ ଲକ୍ଷ୍ୟରେ ରଖି ରାସ୍ତାଘାଟ ସବୁ ନବକଳେବର କରାଯାଉଛି ।ହେଲେ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ।

ଏହାର ଏକ ବାସ୍ତବ ଚିତ୍ର ନମୁନା ହେଲା ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସୋଲପଟା ଠାରୁ ଫାସିପଲ୍ଲି ରାସ୍ତା ।ଦୁଇ ବର୍ଷ ତଳେ ନିର୍ମିତ ହୋଇଥିବା ବୈଷ୍ଣୋ ଦେବୀ ପୀଠ କୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ।ରାସ୍ତା ସାରା ଖ।ଲ ଖମ। ହୋଇ ପଡ଼ିରହିଛି ।ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ଏପରି ଦୁର୍ଦ୍ଦଶା ଅଞ୍ଚଳ ବାସୀଙ୍କୁ ଭୋଗିବାକୁ ପଡୁଛି ।ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଯାଉଥିବା ରୋଗୀ,ସ୍କୁଲ କଲେଜ ରେ ପଢିବାକୁ ଯାଉଥିବା ଛାତ୍ରଛାତ୍ରୀ ଓ ଜନସାଧାରଣ ରସ୍ତାଯୋଗୁଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।

 ପୂର୍ବରୁ ଟେଣ୍ଡର ହୋଇ ବାଚସ୍ପତି ଙ୍କ ଦ୍ଵାରା ରାସ୍ତା କାର୍ଯ୍ୟ ଶୁଭାରମ୍ଭ ହୋଇଥିଲେ ମଧ୍ୟ ଠିକାଦାର ର କର୍ଯ୍ୟ ଅବଧି ସରିଯାଇଛି କିନ୍ତୁ ରାସ୍ତା କାର୍ଯ୍ୟ ହୋଇନାହିଁ ।ଅଥଚ ବିଭାଗୀୟ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ ।ପଚାରିଲେ ବର୍ଷ।ର ଅ।ଳ ଦେଖାଇ ଏଡାଇ ଯାଉଛନ୍ତି। କେବେ ରା।ସ୍ତାର ଅବସ୍ଥା ସୁଧୁରୁଛି ଦେଖିବାକୁ ବାକି ରହିଲା।

ଆଶୋକ କୁମାର ସାଥୁଆ 

 ଜିଲ୍ଲା ସାମ୍ବାଦିକ ନୟାଗଡ଼