ନକଲି ପୋଲିସ ଗିରଫ..

ଖଇରା ପୋଲିସ କେଶ ନମ୍ବର 57/2026. ମୂଳେ ପୋଲିସ ଗିରଫ କରି କୋର୍ଟ ଫରୱାର୍ଡ କରିଛି.

ନକଲି ପୋଲିସ ଗିରଫ..

ବାଲେଶ୍ୱର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ 

ଖଇରା,୧୩/୩(ନିପ୍ର)ଖଇରା ଥାନା ଅଧିନସ୍ଥ କୁପାରୀ ଖଣି ଅଂଚଳରେ ନିଜକୁ ପୋଲିସ ପରିଚୟ ଦେଇ ବେଆଇନ ଭାବେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ରେ ନକଲି ପୋଲିସ କୁ ଗିରଫ କରାଯାଇ କୋର୍ଟକୁ ଚାଲାଣ କରାଯାଇଛି। କୁପାରୀ ରାସ୍ତାରେ ଟ୍ରକ ଗୁଡିକୁ ଅଟକାଇ ନିଜକୁ ଜଣେ ପୋଲିସ କହି ଚାନ୍ଦା ଆଦାୟ ପାଇଁ ଧମକାଉଥିବାର ପୋଲିସ ନିକଟରେ ଅଭିଯୋଗ ହୋଇଥିଲା।ଖବର ପାଇ ଥାନା ଅଧିକାରୀଶ୍ରୀଯୁକ୍ତ  ଜନ ପଟ୍ଟନାୟକ ତାଙ୍କ ଘରୁ  ଅର୍ଜୁନପୁର ଶ୍ରୀ ମହୀରଞ୍ଜନ ଦାସ କୁ ଖଇରା ପୋଲିସ ଗିରଫ କରି କୋର୍ଟଚାଲାଣ କରାଯାଇଛି।ଏହି ଘଟଣାରେ ଜଡ଼ିତ ଅନ୍ୟ ସହଯୋଗୀ ମାନେ ଫେରାର ଅଛନ୍ତି ।

ଏଠାରେ ସୁଚନା ଯୋଗ୍ୟ ଯେ ବିଗତ କିଛି ଦିନ ହେବ କୋଚିଆ କୋଇଲି ଠାରୁ ଧୋବାଗଡ଼ିଆ ପର୍ଯ୍ୟନ୍ତ ରାଜ୍ୟରାଜପଥରେ ଯାତାୟାତ କରୁଥିବା ଯାନବାହାନ ଓ ଜନସାଧାରଣ ନିଜକୁ ଅସୁରକ୍ଷିତ ମଣୁଛନ୍ତି।ଏଥିପ୍ରତି ପୋଲିସ ଦୃଷ୍ଟି ଦେବାକୁ ଜନସାଧାରଣ ରେ ଦାବି ହେଉଛି।ଓ ଅପରପକ୍ଷେ ଶାରୀଶୁଆ କପିଳ ଝରୀ ବନ୍ଦ ନଟା ଖଣି ଅଂଚଳ ହାଣ୍ଡିଆ ହାଟ, କଳାସିରା, ଦେଉଳ ଗଡିଆ, ବଗେଇପୁର ଅଂଚଳ ରେ ଆନୁମାନିକ 100 ରୁ ଉର୍ଦ୍ଧ ଖଣି ବେଆଇନ ଭାବେ ବ୍ଲାଷ୍ଟିଙ୍ଗ ଓ ଖଣି ଖନ ହେଉଛି,ନୂତନ ଭାବେ IIC ଦାଇତ୍ୱ ନେଛନ୍ତି ଖଇରା ଥାନାର. ଖଇରା ପୋଲିସ ଥାନା ଅଂଚଳ ର ଲୋକଙ୍କର ବିଶ୍ୱାସ ବେଆଇନ କାର୍ଯ୍ୟକଳାପ ଆଗାମୀ ଦିନରେ ଖଇରା ପୋଲିସ ବନ୍ଦ କରିବ. ଓ ଆଇନଗତ ପଦକ୍ଷେପ ଗ୍ରହଣ କରିବ.