ଚୋରା ମଦ ଜବତ ୧୦ କୋର୍ଟ ଚାଲାଣ ।
କେନ୍ଦ୍ରାପଡ଼ା, ୧୩/୦୫ : କେନ୍ଦ୍ରାପଡ଼ା ଜିଲ୍ଲ।ପାଳ ରଘୁରାମ ଆୟର ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲା ର ମାର୍ଶାଘାଇ, କେନ୍ଦ୍ରାପଡ଼ା ସଦର ଓ ପଟ୍ଟାମୁଣ୍ଡାଇ ରୂରାଲ ଥାନା ଅଧିନିସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବଡମୋହନପୁର ଗ୍ରାମର ମନୋରଞ୍ଜନ ମଳିକ (ବୟସ-୫୫) ଙ୍କ ଠାରୁ ୪୫ ଲିଟର ବିଦେଶୀ ମଦ, ସଂକୁରପୁର ଗ୍ରାମର ବିଜୟ କୁମାର ସେଠି (ବୟସ-୬୦) ଙ୍କ ଠାରୁ ୨୧ ଲିଟର ଦେଶୀ ମଦ, ତେରୋହୀ ଗ୍ରାମର କେଶବ ଚନ୍ଦ୍ର ମଳିକ (ବୟସ-୪୩) ଙ୍କ ଠାରୁ ୨୯ ଲିଟର ବିଦେଶୀ ମଦ, କଂସାର ଗ୍ରାମର ଝୁମର ନାୟକ (ବୟସ -୪୭) ଙ୍କ ଠାରୁ ୨୫ ଲିଟର ବିଦେଶ ମଦ, ଛାଛୁଣିଆ ଗ୍ରାମର ଅମର ସେଠି (ବୟସ-୪୯) ଙ୍କ ଠାରୁ ୧୫ ଲିଟର ଦେଶୀ ମଦ, ସାହସପୁର ଗ୍ରାମର ରଜନୀକାନ୍ତ ମଳିକ (ବୟସ-୨୭) ଙ୍କ ଠାରୁ ୩୭ ଲିଟର ବିଦେଶୀ ମଦ, ନୂଆଗାଁ ଗ୍ରାମର ଦେବାଶିଷ ବେହେରା (ବୟସ-୨୯) ଙ୍କ ଠାରୁ ୧୩ ଲିଟର ବିଦେଶୀ ମଦ, ଭଗବାନପୁର ଗ୍ରାମର ଦେବଦତ୍ତ ନାୟକ (ବୟସ-୪୫) ଙ୍କ ଠାରୁ ୧୯ ଲିଟର ଦେଶୀ ମଦ ଓ ଗର୍ଜଙ୍ଗା ଗ୍ରାମର ଦମୟନ୍ତୀ ମଳିକ (ବୟସ-୩୩) ଙ୍କ ଠାରୁ ୩୫ ଲିଟର ବିଦେଶୀ ମଦ, କୈଳାଶ ଚନ୍ଦ୍ର ସେଠି ଙ୍କ ଠାରୁ 5 ଲିଟର ବିଦେଶୀ ମଦ ଜବତ କରାଯାଇ ଏମାନଙ୍କୁ ଗିରଫ କରାଯାଇ ଅଛି । ଏମାନଙ୍କ ପାକ୍ଷରୁ ସମୁଦାୟ ୨୪୪ ଲିଟର ବିଦେଶୀ ଓ ଦେଶୀ ମଦ ଜବତ କରାଯାଇ ୧୦ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଅଛି । ଏହି ଚଢ଼ାଉରେ ଅବକାରୀ ଉପ ନିରିକ୍ଷକ ମିସ ଋତୁପ୍ରଭା ସ୍ୱାଇଁ, ଛାୟାକାନ୍ତ ନାୟକ, ପ୍ରିୟଦର୍ଶି ମାନସ ରଞ୍ଜନ ମିଶ୍ର ଓ ଅନ୍ୟ କର୍ମଚାରି ସାମିଲ ଥିଲେ ।
ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା


admin 
