ନାବାଳିକା ଦୁଷ୍କର୍ମକାରୀକୁ କଠୋର ଦଣ୍ଡ.

ନାବାଳିକା ଦୁଷ୍କର୍ମକାରୀକୁ କଠୋର ଦଣ୍ଡ.

: ନାବାଳିକା ଦୁଷ୍କର୍ମକାରୀକୁ କଠୋର ଦଣ୍ଡ । ଆଜୀବନ କାରଦଣ୍ଡ ସହ ୧୦,୦୦୦ ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ ହୋଇଛି ଅଭିଯୁକ୍ତ । ଗତ ବର୍ଷ ନଭେମ୍ବର ମାସରେ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ଘଟିଥିବା ଏକ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି । ଉକ୍ତ ମାମଲାକୁ ସରକାରୀ ଆଇନଜୀବୀ ମନୋରଞ୍ଜନ ପଟ୍ଟନାୟକ ପରିଚାଳନା କରୁଥିଲେ । ସରକାରୀ ଆଇନଜୀବୀ ମନୋରଞ୍ଜନ ପଟ୍ଟନାୟକ କହିଛନ୍ତି, "ମୟୂରଭଞ୍ଜ ଜିଲ୍ଲା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଜଜ୍‌ ସନ୍ତୋଷ କୁମାର ନାୟକ ରାୟ ପ୍ରକାଶ କରିଛନ୍ତି । ରାୟରେ ଆସାମୀକୁ ଆଜୀବନ କାରଦଣ୍ଡରେ ଦଣ୍ଡିତ କରାଯାଇଛି । ଏହା ସହ ୧୦ ହଜାର ଟଙ୍କା ଜରିମନା ଦେବା ପାଇଁ ମଧ୍ୟ ଆଦେଶ ହୋଇଛି । ଜରିମନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ପାଇଁ ରାୟ ହୋଇଛି ।"