ନୟାଗଡ ଜିଲ୍ଲା ମହିଳା କଂଗ୍ରେସ ସଭାପତି ହେଲେ ବୈଜୟନ୍ତୀ ,
ନୟାଗଡ ଜିଲ୍ଲା ମହିଳା କଂଗ୍ରେସ ସଭାପତି ହେଲେ ବୈଜୟନ୍ତୀ ,
ଖଣ୍ଡପଡ଼ା ୩୧|୫ (ରଜତ ଦାସ୍) ନୟାଗଡ ଜିଲ୍ଲା ମହିଳା କଂଗ୍ରେସ ସଭାପତି ଭାବେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର ବରିଷ୍ଠ ନେତ୍ରୀ ବୈଜୟନ୍ତୀମାଳା ମହାନ୍ତିଙ୍କୁ ଦାୟୀତ୍ବ ପ୍ରଦାନ କରାଯାଇଛି।ଆଗାମୀ ଦିନରେ ସମଗ୍ର ନୟାଗଡ ଜିଲ୍ଲାରେ ମହିଳା ସଂଗଠନକୁ ସୁଦୃଢ କରିବାରେ ବୈଜୟନ୍ତୀ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଜଣାପଡିଛି। ଜଣେ ଦକ୍ଷ ସଂଗଠକ ଭାବେ ଜଣାଶୁଣା ଶ୍ରୀମତି ମହାନ୍ତିଙ୍କୁ ଏହି ନୂତନ ଦାୟୀତ୍ବ ପ୍ରଦାନ ପରେ ଦଳର ବରିଷ୍ଠ ସଂଗଠକ,ପୁରୁଖା ନେତା ଓ ପଞ୍ଚାୟତସ୍ତରୀୟ ଲୋକପ୍ରତିନିଧିମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ନୟାଗଡ ଜିଲ୍ଲା ମହିଳା ସଭାପତି ଭାବେ ସେ ଦାୟିତ୍ବ ଗ୍ରହଣ କରିଥିବାରୁ ଏଥି ନିମନ୍ତେ ସେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଓ ଦଳର ବରିଷ୍ଠ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଖଣ୍ଡପଡ଼ା ରୁ ରଜତ ଦାସ୍ ଙ୍କ ରିପୋର୍ଟ ବିଶେଷ ଖବର


admin1 
