ଗଜାନନ ବେଶ ରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂରତୀ.

ଗଜାନନ ବେଶ ରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂରତୀ.

ବୌଦ୍ଧରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ *ଗଜାନନ ବେଶ ରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂରତୀ* ବୌଦ୍ଧ:୨୯/୬(ରବିନ୍ଦ୍ର ପଟ୍ଟନାୟକ) ବୌଦ୍ଧ ସହରସ୍ଥିତ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଜି ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଅଛି l ପ୍ରଥମେ ବଡ଼ ଭାଈ ଶ୍ରୀ ବଳଭଦ୍ର, ଅଲିଅଳି ଭଉଣୀ ସୁଭଦ୍ରା ,ଜଗତର ନାଥ ଜଗନ୍ନାଥ ଓ ଚକ୍ରରାଜ ସୁଦର୍ଶନ ପହଣ୍ଡି ହୋଇ ମନ୍ଦିର ବେଢାରେ ଥିବା ସ୍ନାନ ମଣ୍ଡପକୁ ବିଜେ କରିଥିଲେ l ସୂଚନା ଅନୁଯାୟୀ ଆଜି ସକାଳୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ସମ୍ମୁଖସ୍ଥ ରଥସlହିର ମହାନଦୀ ଆଳତୀ ଘାଟରୁ ୧୦୮ ଗରା ଜଳ ତିନି ଠାକୁରଙ୍କ ସ୍ନାନ ନିମିତ୍ତ ଅଣାଯାଇଥିଲା l ହଜାର ହଜାର ଭକ୍ତଙ୍କ ସମାଗମ ସହିତ ହରିବୋଲ ହୁଳହୁଳି, ଘଣ୍ଟ,ଘଣ୍ଟା ଶଙ୍ଖର ନିନାଦ ତଥା ସଂକୀର୍ତ୍ତନ ମଣ୍ଡଳୀ ମାନଙ୍କର ହୃଦୟ ସ୍ପର୍ଶୀ ଜଗନ୍ନାଥ ଭଜନ ପରିବେଷଣ ଓ ଜୟ ଜଗନ୍ନାଥ ଧ୍ୱନି ମଧ୍ୟରେ ତିନି ଠାକୁରଙ୍କ ମହାନ୍ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥିଲା l ସେପଟେ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖ ଭାଗରେ ଥିବା ରଥ ଖଳାରେ ବଢ଼େଇ ମାନଙ୍କ ଦ୍ଵାରା ରଜାରାଜୁଡ଼ା ଅମଳର ଅଭଙ୍ଗା ରଥର ମରାମତି କାର୍ଯ୍ୟ ଜୋର୍ ସୋର୍ ରେ ଆଗେଇ ଚାଲିଥିବା ଦେଖିବାକୁ ମିଳିଥିଲା l ଆଗାମୀ ଘୋଷ ଯାତ୍ରାରେ ରଥାରୂଢ଼ ତିନି ବିଗ୍ରହ ଭକ୍ତଙ୍କୁ ଦର୍ଶନ ଦେଇ କୃତାର୍ଥ କରିବେ ବୋଲି ପ୍ରଭୁଙ୍କ ଭକ୍ତ ଗଣ ପ୍ରଭୁଁଙ୍କୁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଥିଲା l