ସମ୍ବର୍ଦ୍ଧିତ ହେଲେ ଖଣ୍ଡପଡ଼ା ମାଟିର ପୁଅ ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ଯ.

ସମ୍ବର୍ଦ୍ଧିତ ହେଲେ ଖଣ୍ଡପଡ଼ା ମାଟିର ପୁଅ ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ଯ.

ସମ୍ବର୍ଦ୍ଧିତ ହେଲେ ଖଣ୍ଡପଡ଼ା ମାଟିର ପୁଅ ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ଯ ଖଣ୍ଡପଡ଼ା ୧୨|୬ ଭାରତ ସରକାରଙ୍କ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵ ବିଦ୍ୟାଳୟ ନୂଆଦିଲ୍ଲୀ ଦ୍ବାରା ପରିଚାଳିତ ବାଲେଶ୍ଵର ସହରସ୍ଥିତ 'ଅମୃତ ବାଣୀ ଆଦର୍ଶ ଶୋଧ ସଂସ୍ଥାନ' ପରିସରରେ ଆୟୋଜିତ ଆବାସୀୟ ସଂସ୍କୃତ ଦକ୍ଷତା ବିକାଶ କର୍ମଶାଳାର ୯ ମ ସଂନ୍ଧ୍ୟାରେ ଆୟୋଜିତ କାର୍ଯ୍ଯକ୍ରମରେ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ତଥା ଖଣ୍ଡପଡ଼ା ମାଟିର ସୁଯୋଗ୍ଯ ସନ୍ତାନ ପ୍ରଫେସର ଡକ୍ଟର ସତ୍ୟନାରାୟଣ ଆଚାର୍ଯ୍ୟଙ୍କୁ 'ଅମୃତ ବାଣୀ ସାରସ୍ବତ ସାଧକ' ଉପାଧିରେ ସମ୍ମାନିତ କରାଯାଇଥିବା ଜଣାଯାଇଛି। ସଂସ୍କୃତ ଭାଷାର ପ୍ରଚାର ଓ ପ୍ରସାର କରିବା ଦିଗରେ ପ୍ରଫେସର ସତ୍ୟନାରାୟଣଙ୍କ ଅନେକ କିଛି ଅବଦାନ ରହିଛି। ଦିର୍ଘ ବର୍ଷ ଧରି ପ୍ରଫେସର ଶ୍ରୀ ଆଚାର୍ଯ୍ଯ ସୁଦୁର ଆନ୍ଧ୍ରପ୍ରଦେଶ ରାଜ୍ଯର ତିରୁପତିସ୍ଥିତ ସଂସ୍କୃତ ବିଶ୍ଵବିଦ୍ୟାଳୟରେ ବିଭିନ୍ନ ପଦବୀରେ ରହି ଦକ୍ଷତାର ସହ ସୁଚାରୁ ରୁପେ ଦାୟୀତ୍ବ ତୁଲାଇବା ପରେ ଏବେ ସେ ଓଡ଼ିଆ ବିଶ୍ୱ ବିଦ୍ୟାଳୟର କୁଳପତି ଭାବେ ଦାୟୀତ୍ବ ତୁଲାଉଥିବା ଜଣାପଡିଛି।କାର୍ଯ୍ଯକ୍ରମରେ ଅନ୍ୟମାନଙ୍କ ମଧ୍ଯରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାସଂଦ ଡକ୍ଟର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର କୁମାର ଚନ୍ଦ୍ର ମିଶ୍ରଙ୍କ ସମେତ ବହୁ ମାନ୍ଯଗଣ୍ଯ ବ୍ଯକ୍ତିବିଶେଷ ଯୋଗ ଦେଇଥିଲେ। ଖଣ୍ଡପଡ଼ା ରୁ ରଜତ ଦାସ୍ ଙ୍କ ରିପୋର୍ଟ ବିଶେଷ ଖବର