ନୟାଗଡ ଶ୍ରୀ ଗୁଣ୍ଡିଚା ରଥଯାତ୍ରା 2025 ର ପ୍ରସ୍ତୁତି ବୈଠକ  .

ନୟାଗଡ ଶ୍ରୀ ଗୁଣ୍ଡିଚା ରଥଯାତ୍ରା 2025 ର ପ୍ରସ୍ତୁତି ବୈଠକ  .

ନୟାଗଡ ଶ୍ରୀ ଗୁଣ୍ଡିଚା ରଥଯାତ୍ରା 2025 ର ପ୍ରସ୍ତୁତି ବୈଠକ 

ନୟାଗଡ ଜିଲ୍ଲାପାଳ ଙ୍କ ସଦଭାବନା ଗୃହ ରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଙ୍କ ଅଧକ୍ଷ ତାରେ ଶ୍ରୀଗୁଣ୍ଡିଚା ରଥଯାତ୍ରା, 2025 ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ଜିଲ୍ଲା ପରିଷଦ ଅଧକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମlଦାର, ପୌର ପରିଷଦ ଅଧକ୍ଷା ନିରୁପମା ଖଟେଇ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସନାତନ କାଲୋ ଏବଂ ଏସ. ଡି.ପିଓ ଜ୍ୟୋତି ରଞ୍ଜନ ସାମନ୍ତରାୟ ପ୍ରମୁଖ ଏହି କାର୍ଯ୍ୟରେ ଯୋଗ ଦେଇଥିଲେ l ବୈଠକ ର ପ୍ରାରମ୍ଭ ରେ ଉପଜିଲ୍ଲାପାଳ ପ୍ରାରମ୍ଭିକ ସ୍ୱାଗତ ଭାଷଣ ରଖିଥିଲେ l ପରେ ପରେ ଜିଲ୍ଲାପାଳ ତାଙ୍କ ବକ୍ତବ୍ୟ ରେ କହିଲେ ଯେ ରଥ ଯାତ୍ରା ଦିନ ଠାରୁ ପଲିଥିନି ଓ ପ୍ଲାଷ୍ଟକ ର ବ୍ୟବହାର ବନ୍ଦ କରାଯିବ l ଏଥିରେ ସମସ୍ତେ ସମ୍ମତି ଜଣlଇ ଥିଲେ l ସେହିପରି ଜିଲ୍ଲାପରିଷଦ ଅଧକ୍ଷ ତଦନୁରୂପ ଭାବେ ଭାଷଣ ରଖିଥିଲେ l ଏହାପରେ ପୂର୍ବ ବର୍ଷ ର କାର୍ଯ୍ୟସୁଚୀ ଅନୁଯାୟୀ ବୈଠକ ରେ ଆଲୋଚନା କରାଯାଇଥିଲା l ପୂର୍ବ ବିଭାଗ ଙ୍କ ପ୍ରତ୍ୟକ୍ଷ ତତ୍ୱବଧାନ ରେ ତିନି ଗୋଟି ରଥ ନିର୍ମାଣ କରାଯିବl ସହ ଏହା ଦୁଇଦିନ ଧରି ରଥ ଟଣା ଯିବାର ବ୍ୟବସ୍ଥା ବିଷୟ ରେ ଆଲୋଚନା କରାଯାଇଥିଲା l ଶ୍ରୀ ବଳଦେବ ଜୀଉ ଙ୍କ ତାଳଧ୍ୱଜ ରଥ ଟଣା ଯାଇ ଶ୍ରୀ ଗୁଣ୍ଡିଚା ମନ୍ଦିର ଠାରେ ପହଞ୍ଚିବା ସହ ସୁଭଦ୍ରା ଙ୍କ ଦର୍ପଦଳନ ରଥ ଓ ଶ୍ରୀ ଜଗନ୍ନାଥ ଜୀଉ ଙ୍କ ନନ୍ଦିଘୋଷ ରଥ ଟଣା ହୋଇ ଯଥlକ୍ରମେ ଶ୍ରୀ ହନୁମାନ ମନ୍ଦିର ଓ ନବ ଲାଲ ମଠ ପାଖ ପାଖି ରଖl ଯିବାର ବ୍ୟବସ୍ଥା ଅଛି l ପରମ୍ପରା ଅନୁଯାୟୀ ସୂର୍ଯ୍ୟାସ୍ତ ପୂର୍ବ ରୁ ରଥ ଟଣା ଯିବାପାଇଁ ଆଲୋଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଆଇନ ଶୃଙ୍ଖଳା ତଦାରଖ ପାଇଁ ପୁଲିସ ମୁତୟନ କରାଯିବl ସହ ସ୍ବେଛାସେବୀ, ଏନ. ସି. ସି ଓ ଜାତୀୟ ଯୁବ ସ୍ବେଛାସେବୀ ମାନଙ୍କ ସହାୟତା ନିଆଯିବା ପାଇଁ ସ୍ଥିର କରାଗଲା l ରୋଷେଇ ଘର ର ମରାମତି ପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀ, ନୟାଗଡ ପୌର ପରିଷଦ ଙ୍କୁ ଦାୟିତ୍ୱ ନ୍ୟସ୍ତ କରାଗଲା l ଚଳିତ ବର୍ଷ ପାସ ର ବ୍ୟବସ୍ଥା କରାଯିବ l ଯେଉଁ ମାନଙ୍କ ପାଖରେ ପାସ ଥିବ ସେମାନେ ରଥ ଉପରେ ଚଢ଼ିପାରିବେ ବୋଲି ସ୍ଥିର କରାଗଲା l ସେହିପରି ସିସି ଟିଭି ଲାଗିବା ସହ ଡ୍ରୋନ କ୍ୟାମେରା ରେ ଫଟୋ ଉତ୍ତଳୋନ କରାଯିବାକୁ ପରାମର୍ଶ ଦିଆଗଲା l ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବl ସହ ପ୍ରଚାର ପ୍ରସାର ପାଇଁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କୁ ଦ୍ୟାୟିତ୍ୱ ନ୍ୟସ୍ତ କରାଗଲା l ସୂଚନା କେନ୍ଦ୍ର ରେ ରଥ ଯାତ୍ରା ଓ ବାହୁଡା଼ ଦୁଇଦିନ ଧରି ଧାରlବିବରଣୀ ପ୍ରଚାର ପ୍ରସାର କରାଯିବl କୁ ସ୍ଥିର କରାଗଲା l ପରିଷ୍କାର ପରିଚ୍ଛନ୍ନତା, ପାନୀୟ ଜଳ ଯୋଗାଣ, ଆଲୋକ ବ୍ୟବସ୍ଥା, ଆର୍ଥିକ ଅନୁଦାନ ବିଷୟ ରେ ମଧ୍ୟ ଆଲୋଚନl କରାଯାଇଥିଲା l ରୌଦ୍ର ତାପ ର ହ୍ରାସ ପାଇବା ପାଇଁ ଅଗ୍ନିଶମ ବିଭାଗ କୁ  ପାଣି ସ୍ପ୍ରେ କରିବା ପାଇଁ ପରାମର୍ଶ ଦିଆଗଲା l ଏହି ବୈଠକ ରେ ବିଭିନ୍ନ ବିଭାଗୀୟ ଅଧିକାରୀ, ଦେବତ୍ତର ବିଭାଗ, ସମ୍ବlଦିକ ଓ ବୁଦ୍ଧିଜିବି ପ୍ରମୁଖ ଯୋଗଦାନ କରିଥିଲେ l
ନୟାଗଡ ରୁ ଅଶୋକ କୁମାର ସାଥୁଆ ଙ୍କ ରିପୋର୍ଟ ବିଶେଷ ଖବର