ଭଞ୍ଜପୀଠରେ ମେ ୩୦ରେ ଭଞ୍ଜ ଜୟନ୍ତୀ  .

ଭଞ୍ଜପୀଠରେ ମେ ୩୦ରେ ଭଞ୍ଜ ଜୟନ୍ତୀ  .

ଭଞ୍ଜପୀଠରେ ମେ ୩୦ରେ ଭଞ୍ଜ ଜୟନ୍ତୀ 
ନୟାଗଡ଼, ୨୫.୦୫୨୦୨୫ ( ଅଶୋକ କୁମାର ସାଥୁଆ )l
      କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର କ୍ଷେତ୍ର ନୟାଗଡ଼ ଜିଲ୍ଲା ମାଳିସାହି ଭଞ୍ଜପୀଠରେ ଆସନ୍ତା ୩୦ ତାରିଖରେ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ଭଞ୍ଜ ଜୟନ୍ତୀ ଉତ୍ସବ ପାଳିତ ହେବା ପାଇଁ  ଅନୁଷ୍ଠାନର ସଭାପତି କୃଷ୍ଣ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଦୀର୍ଘ ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ୍ବକାଳ ଧରି ଭଞ୍ଜଜୟନ୍ତୀ ଉତ୍ସବ ଏହି ଭଞ୍ଜ ପୀଠରେ ପାଳିତ ହୋଇଆସୁଥିବା ବେଳେ ଭଞ୍ଜ ଜୟନ୍ତୀ ଉତ୍ସବକୁ କିପରି ଚଳିତବର୍ଷ ଅଧିକ ସରସ ସୁନ୍ଦର କରାଯାଇ ପାରିବ ତା'ହା ଉପରେ ଆଲୋଚନା କରାଯାଇଥିଲା । ଉତ୍ସବକୁ ବିଶିଷ୍ଟ ବ୍ୟକ୍ତି,ବିଶିଷ୍ଟ ଭଞ୍ଜ ବିଶାରଦମାନଙ୍କୁ ନିମନ୍ତ୍ରଣ କରାଯାଇ ଭଞ୍ଜ ସାହିତ୍ୟ,ଭଞ୍ଜ ସଙ୍ଗୀତ ପରିବେଷଣ ଓ ଭଞ୍ଜଙ୍କ ଜୀବନୀ ଓ ସାହିତ୍ୟ ସାଧନା ଉପରେ ଏକ ଆଲୋଚନା ଚକ୍ର କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରା ଯାଇଥିଲା। ପାରମ୍ପରିକ  ସମ୍ବର୍ଦ୍ଧନା କ୍ରମେ ଓଡ଼ିଆ ଭାଷା ସାହିତ୍ୟର କୃତବିଦ୍ୟ ,ଭଞ୍ଜ ସାହିତ୍ୟର ଗବେଷକ,ସାଧକ ତଥା ଜନ୍ମମାଟି ମାଳିସାହିର ଗୌରବ ପ୍ରଫେସର ଡ.ପ୍ରେମାନନ୍ଦ ମହାପାତ୍ର, ପ୍ରଖ୍ୟାତ କଣ୍ଠଶିଳ୍ପୀ ନବକିଶୋର ମିଶ୍ର ଓ ବିଶିଷ୍ଟ ସମାଜସେବୀ ତଥା ସାରସ୍ବତ ସଂଗଠକ ପ୍ରମୋଦ ପଟ୍ଟନାୟକଙ୍କୁ ସ୍ଵତନ୍ତ୍ର ସମ୍ମାନରେ ସମ୍ମାନିତ କରିବାକୁ ସ୍ଥିର କରାଯାଇଥିଲା । ଏହି ଉତ୍ସବରେ ଭଞ୍ଜ ସାହିତ୍ୟାନୂରାଗୀମାନେ ଅଧିକ ସଂଖ୍ୟାରେ ଯୋଗଦେବାପାଇଁ କମିଟିର ସଂପାଦକ ବିଶ୍ଵନାଥ ମହାପାତ୍ର  ଅନୁରୋଧ ଜଣାଇଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାମଚନ୍ଦ୍ର ମହାପାତ୍ର, ନୀରଞ୍ଜନ ସାହୁ, ତବିରୁନ୍ ବିବି, ଭାଗିରଥି ମହାରଣା, ପବିତ୍ର ବଳବନ୍ତରାୟ, ତ୍ରିନାଥ ସାହୁ, ବୁଦ୍ଧି ନାହାକ ପ୍ରମୁଖ ଯୋଗଦେଇ ଥିଲେ।
         ନୟାଗଡ଼ ରୁ ଅଶୋକ କୁମାର ସାଥୁଆଙ୍କ ରିପୋର୍ଟ ବିଶେଷ ଖବର ।