ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର +2 ପରୀକ୍ଷାରେ ସଫଳତା .!!

ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର +2 ପରୀକ୍ଷାରେ ସଫଳତା .!!
ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନେ ଉଭୟ +2 ବିଜ୍ଞାନ ଓ କଳାରେ ଶତ ପ୍ରତିଶତ ରେଜଲ୍ଟ କରିଛନ୍ତି । ଏ ବର୍ଷ ବିଜ୍ଞାନରେ 129 ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ 116 ଜଣ ପ୍ରଥମ ଶ୍ରେଣୀ ଓ 7 ଜଣ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସୁଶ୍ରୀ ଲୋପାମୁଦ୍ରା ମାଝୀ, ସୁଶ୍ରୀ ଉପାସନା ପାତ୍ର ଏବଂ ସୁଶ୍ରୀ ଚିନ୍ମୟୀ ପୃଷ୍ଟି ଯଥାକ୍ରମେ 544, 536, 532, 530 ମାର୍କ ରଖି ମହାବିଦ୍ୟାଳୟରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି+2 କଳାରେ 247 ଛାତ୍ରୀ ମାନଙ୍କ ମଧ୍ୟରୁ 140 ଜଣ ପ୍ରଥମ ଶ୍ରେଣୀ, 63 ଜଣ ଦ୍ୱିତୀୟ ଶ୍ରେଣୀରେ ଏବଂ 37 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରୀତି ପ୍ରଜ୍ଞା ପ୍ରିୟଦର୍ଶିନୀ, ବର୍ଷାରାଣୀ ନାୟକ, ବୈଶାଖୀ ବିଶ୍ଵାଳ ଯଥାକ୍ରମେ 519, 511, 498 ମାର୍କ ରଖି ମହାବିଦ୍ୟାଳୟରେ ପ୍ରଥମ ତିନୋଟି ଟପ୍ପର ସ୍ଥାନ ଅଧିକାର କରିଛନ୍ତି ।
ଏହି ସଫଳତା ସମଗ୍ର ଅଭିଭାବକ, ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ ତଥା ଛାତ୍ରୀ ମାନଙ୍କ ମଧ୍ୟରେ ଖୁସି ର ଲହରୀ ଖେଳିଯାଇଛି ।
ଅଧ୍ୟକ୍ଷା ଶ୍ରୀମତୀ ସକିଲା ଜମାଲ ସମସ୍ତ ଶ୍ରେୟ ଛାତ୍ରୀ ମାନଙ୍କର ଅକ୍ଲାନ୍ତ ପରିଶ୍ରମ, ଶିକ୍ଷା ପ୍ରତି ଆଗ୍ରହ, ଲକ୍ଷ୍ୟ ହାସଲ କରିବାର ଜୁନୁନ୍ କୁ ଅର୍ପଣ କରିଛନ୍ତି । ତତ୍ ସହିତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ମାନଙ୍କର ଛାତ୍ରୀ ମାନଙ୍କ ପ୍ରତି ସ୍ନେହ, ପ୍ରେରଣା ପାଇଁ ଆଜି ର ସଫଳତା ସମ୍ଭବ ହୋଇପାରିଛି ବୋଲି ନିଜର ମତ ପ୍ରକାଶ କରିଛନ୍ତି । ସମସ୍ତ ଅଭିଭାବକ, ଅଧ୍ୟାପିକା, ଅଧ୍ୟାପକ, ଛାତ୍ରୀ ମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।
ନୟାଗଡ଼ ରୁ ଅଶୋକ କୁମାର ସାଥୁଆଙ୍କ ରିପୋର୍ଟ ବିଶେଷ ଖବର ।