ରାଜନୀତିର ପଶା ପାଲିରେ BJP ର 'କଚେ ପୁଅ ବାର'

 ରାଜନୀତିର ପଶା ପାଲିରେ BJP ର 'କଚେ ପୁଅ ବାର'

 ରାଜନୀତିର ପଶା ପାଲିରେ BJP ର 'କଚେ ପୁଅ ବାର'

କଂଗ୍ରେସ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରି ଦିନେ ସୃଷ୍ଟି ନେଇଥିଲା ଜନତା ଦଳ । ଆଉ ସେହି ଜନତା ଦଳରୁ ଜନ୍ମ ହୋଇଛି ବିଜୁ ଜନତା ଦଳ । ହେଲେ ଏବେ କିନ୍ତୁ ଏହି ଦୁଇ ବିରୋଧୀ ଦଳ ପୁଣି ଏକାଠି ହେବା ନେଇ ଓଡ଼ିଶା ରାଜନୀତିରେ ରୋଚକର ଖୋରାକ ଯୋଗାଉଛି । 
ଦୀର୍ଘ ୨୫ ବର୍ଷରୁ ଅଧିକ ସମୟ ଧରି ‘ହାତ’ ଓଡ଼ିଶାରେ ପ୍ରାୟ ଏକ ଘରିଆ ହୋଇ ପଡି ରହି ଯାଇଛି | ଆଉ ଏବେ ଅନ୍ୟର ସାହାରା ନେଇ ଉଠିବାକୁ ଚେଷ୍ଟା କରିବା ନିଶ୍ଚିତ ନିଷ୍ଫଳ | 
ଯେଉଁ BJD ଦଳ ସରକାରରେ ଥିଲାବେଳେ, କଂଗ୍ରେସ ତାକୁ ଦୁର୍ନୀତିରେ ପାହାଡ଼ରେ ପୋତି ଦେଇଥିଲା; ଏବେ ସେହି ଦଳର ହାତ ଧରି ସରକାର ଭାଙ୍ଗିବାକୁ ଆହ୍ୱାନ ଦେଇଛନ୍ତି ଖୋଦ୍ କଂଗ୍ରେସ ମୁଖିଆ । 
ଏଠାରେ କଥା ଉଠିଛି ବିଜେଡି ଆଉ କଂଗ୍ରେସର ରାଜନୈତିକ ସମ୍ପର୍କ ବିଷୟ । ପ୍ରାୟ ସମସ୍ତଙ୍କର ମନେ ଥିବ ଯେ, କଂଗ୍ରେସ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରି ଦିନେ ସୃଷ୍ଟି ହୋଇଥିଲା ଜନତା ଦଳ । ଆଉ ସେହି ଜନତା ଦଳରୁ ଜନ୍ମ ହେଲା ବିଜୁ ଜନତା ଦଳ । 
୨୦୦୦ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ଦୀର୍ଘ ସମୟ ଧରି କଂଗ୍ରେସର ଶାସନ ରହି ଆସିଥିଲା । ହେଲେ ଯେବେଠୁ ଓଡ଼ିଶାରେ ବିଜୁ ଜନତା ଦଳ ଗଠନ ହେଲା, ସେବେଠୁ ଆଜି ପର୍ଯ୍ୟନ୍ତ ଦୀର୍ଘ ବର୍ଷ ଧରି  ଏକ ଘରିଆ ହୋଇ ବାହାରେ ରହିଛି କଂଗ୍ରେସ ।  ଏବେ କିନ୍ତୁ ଓଡ଼ିଶାରେ ରାଜନୀତିର ହାଓ୍ୱା କିଛି ଭିନ୍ନ ଦିଗରେ ବୋହିବା ଆରମ୍ଭ କରିଛି । 
ସରକାରରେ ଯେତେବେଳେ ବିଜେପି ବସିଛି, ସେତେବେଳେ ପଦ୍ମକୁ ଶାସନର ଗାଦିରୁ ହଟାଇବାକୁ ‘ହାତ’ ଆଉ ‘ଶଙ୍ଖ’ ଏକାଠି ହେବା ଖାଲି ବୃଥା ପ୍ରଚେଷ୍ଟା | ହେଲେ ରାଜନୀତିରେ ରୁଚି ରଖୁଥିବା ଲୋକ କିନ୍ତୁ କହିବା ଆରମ୍ଭ କଲେଣି ଯେ, ଯେଉଁ କଂଗ୍ରେସ ଦଳ ଦିନେ ବିଜେଡିକୁ ଦୁର୍ନୀତିର ପାହାଡ଼ରେ ପୋତିଥିଲା, ଏବେ କେମିତି ତା ସହ ଏକାଠି ହୋଇ ଲଢ଼ିବାକୁ ସହମତି ହେଉଅଛି ?

ଓଡ଼ିଶାରେ ଏବେ ଦୁଷ୍କର୍ମ ଆଉ ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ଅଛି । କିନ୍ତୁ ଲାଭ କଣ ହେବ ? 
କଂଗ୍ରେସ ଶାସନରେ ଏମିତି ଅନେକ ଘଟଣା ଘଟିଥିଲେ ମଧ ବିଜେଡି ସରକାରରେ ତାହା ସୀମା ସରହଦ ଛୁଇଁଗଲା | ବିଜେପି ମାତ୍ର ଏକ ବର୍ଷ ର ଛୁଆ, ବିଶେଷ କିଛି ଅଘଟଣ କୁ ଯାଇନାହିଁ | ଆଗ ଉଭୟେ ଦଳ ଆତ୍ମ ସମୀକ୍ଷା କରନ୍ତୁ  ନିଜେ ନିଜେ କେତେ ସୁରକ୍ଷା ଦେଇଛନ୍ତି ଅଘଟଣ ରୋକିବା ଦିଗରେ ? କଥାରେ ଅଛି, " ଗୋଦରି ଲୋ ତୋ ଗୋଡ଼କୁ ଅନା !
ଚାଲୁଣି କହୁଛି ଛୁଞ୍ଚିକି ତୋ ପଛରେ କେତୋଟି କଣା " 
ବିଜେଡିକୁ ଏହି ସମୟରେ ଖୋଲା ଅଫର୍ ଦେଇଛନ୍ତି କଂଗ୍ରେସ ମୁଖିଆ | ବର୍ଷକର ମୋହନ ସରକାର ଏବେ ବ୍ୟାକ ଫୁଟରେ ଅଛି, ତେଣୁ ଏତିକିବେଳେ ସରକାର ବିରୋଧରେ ଅନାସ୍ଥା ଆଣିବାକୁ ପ୍ଲାନ୍ ଦେଇଛନ୍ତି କଂଗ୍ରେସ ମୁଖିଆ । ବିଜେଡିର 51 ବିଧାୟକଙ୍କ ସହ କଂଗ୍ରେସର 14 ବିଧାୟକଙ୍କୁ ମିଶାଇ ମୋଟ 65 ବିଧାୟକ ମୋହନ ସରକାରକୁ କଣ ଭାଙ୍ଗି ପାରିବେ ? 

ଏଥର ନିର୍ବାଚନ ପୂର୍ବରୁ ଗୋଟିଏ ସମୟ ଥିଲା, ଯେତେବେଳେ ଚର୍ଚ୍ଚା ହେଲା ବିଜେପି ସହ ବିଜେଡି ଏକାଠି ହୋଇ ନିର୍ବାଚନ ଲଢ଼ିବ । ହେଲେ ଦୁଇ ଦଳ ଭିତରେ କିନ୍ତୁ ମେଣ୍ଟ ହୋଇପାରିଲାନି । ଶେଷରେ ଦୁଇ ଦଳ ଅଲଗା ଅଲଗା ନିର୍ବାଚନ ଲଢ଼ିଲେ । ଆଉ ନିର୍ବାଚନର ରେଜଲ୍ଟ ଯାହା ଆସିଲା, ତାହା ବିଜେଡି ପାଇଁ ଏକଦମ୍ ନୂଆ ଥିଲା । ପ୍ରଥମ ଥର ପାଇଁ ସତ୍ତାରୁ ହଟିଥିଲା ବିଜେଡି ଆଉ ଗାଦି ଅକ୍ତିଆର କରିଥିଲା ବିଜେପି । ତେବେ ଏହା ଭିତରେ ମହାନଦୀରେ ଅନେକ ପାଣି ବୋହିସାରିଛି, ଆଉ ତା ଭିତରେ ଓଡ଼ିଶାର ରାଜନୀତିର ଦିଗ ମଧ୍ୟ ବଦଳିଛି । କ୍ଷମତାର ଦଖଲ ପାଇଁ ଗୋଟିଏ ପଟେ ବିଜେପି ଥିବାବେଳେ, ଅନ୍ୟପଟେ ବିରୋଧୀ ଆସନରେ ଅଛନ୍ତି ବିଜେଡି ଆଉ କଂଗ୍ରେସ । ତେଣୁ ଏବେ ଦୁଇ ବିରୋଧୀ ଏକାଠି ହୋଇ ବିଜେପି ବିରୋଧରେ ଲଢିଲେ ମଧ୍ୟ magic ଅଙ୍କ 75 ଛୁଇଁବା ସହଜ ହେବ ନାହିଁ |