ନୟାଗଡ଼ ରେ ଶିଶୁ ସୁରକ୍ଷା ୟୁନିଟ ମାଧ୍ୟମରେ ମହକ ଉତ୍ସାହ

ନୟାଗଡ଼ ରେ ଶିଶୁ ସୁରକ୍ଷା ୟୁନିଟ ମାଧ୍ୟମରେ ମହକ ଉତ୍ସାହ

-ନୟାଗଡ଼ ରେ ଶିଶୁ ସୁରକ୍ଷା ୟୁନିଟ ମାଧ୍ୟମରେ ମହକ ଉତ୍ସାହ ଉଦଯାପନ format - avb ରିପୋର୍ଟ ଅଶୋକ କୁମାର ସାଥୁଆ place- ନୟାଗଡ date ୨୬-10-୨0୨୫ anchor -ନୟାଗଡ ରୋଟାରି କ୍ଲବ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ତିନିଗୋଟି ଶିଶୁ ଗୃହ ରେ ଥିବା ଅନ୍ତେବାସୀ ଙ୍କୁ ନେଇ ଉତ୍ସାହ ଓ ମହକ ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l କିଶୋର ଓ କୋମଳ ମତି ଶିଶୁ ମାନଙ୍କ ପାଇଁ ମହକ କାର୍ଯ୍ୟକ୍ରମ ରେ ନିଜ କ୍ରୀଡା କୌଶଳ, ନୃତ୍ୟ,ବକୃତା,ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା l ଅନ୍ତର୍ନିହିତ ଗୁଣାବଳୀ ର ପ୍ରରିପ୍ରକାଶ ପାଇଁ ପ୍ରଦର୍ଶନ ଏହି କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଅଟେ l ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ କର୍ଣ୍ଣ ଦେବ ସମlଦର,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ପଣ୍ଡା ଅଂଶ ଗ୍ରହଣ କରି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ l ରାଜ୍ୟ ସ୍ତର ରେ ଭାଗ ନେଇ ନୟାଗଡ ଜିଲ୍ଲା ପାଇଁ ଗୌରବ ଆଣିବାକୁ ଆହ୍ୱାନ ଦେଇଥିଲେ l ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ସିବିୟାନ ପ୍ରଧାନ,ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ମହାପାତ୍ର,ସଦସ୍ୟ ଶୁଭ୍ରାଂଶୁ ଶେଖର ମିଶ୍ର ଉପସ୍ଥିତ ଥିଲେ l ବିଭିନ୍ନ ସହଯୋଗୀ ସଂସ୍ଥାର ପ୍ରତିନିଧି ମାନେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଯତ୍ନ ଅଧିକାରୀ ସତ୍ୟ ରଞ୍ଜନ ଦାସ ଆଇନ ଅଧିକାରୀ ମହମ୍ମଦ ଅର୍ସଦ ଅଂଶରୀ ଅଣ ଅନୁଷ୍ଠାନିକ ଅଧିକାରିଣୀ ଶୈଳ ବାଳା ଦାସ,କାଉନସିଲର ଚନ୍ଦ୍ର ଶେଖର ବେହେରା,ଦିବ୍ୟରଞ୍ଜନ ପ୍ରଧାନ,ସତ୍ୟବ୍ରତ ମହାପାତ୍ର ପରିଚାଳନା କରିଥିଲେ l ମହକ କାର୍ଯ୍ୟକ୍ରମ ରେ ଶିଶୁ ମାନେ ନୃତ୍ୟ,ଚିତ୍ରାଙ୍କନ ବକୃତା,ସାଧାରଣ ଜ୍ଞାନ ଓ ସଙ୍ଗୀତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ପରିଶେଷରେ ସେମାନଙ୍କୁ ପୁରସ୍କାର ଓ ମାନ ପତ୍ର ଦିଆଯାଇ ଥିଲା l ବାଇଟ ୧-ଉପଜିଲ୍ଲାପାଳ ନୟାଗଡ କର୍ଣ୍ଣଦେବ ସମଦlର ବାଇଟ ୨- ପ୍ରତିଯୋଗୀ ଶିଶୁ କଳାକାର ନୟାଗଡ ରୁଜିଲ୍ଲା ପ୍ରତିନିଧି ଅଶୋକ କୁମାର ଙ୍କ ରିପୋର୍ଟ ବିଶେଷ ଖବର