ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ର ସଫଳତା ,ଗୋରୁ ଗାଡି ଜବତ, ୩ କୋର୍ଟ ଚାଲାଣ।

ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ର ସଫଳତା ,ଗୋରୁ ଗାଡି ଜବତ, ୩ କୋର୍ଟ ଚାଲାଣ।

ପଟ୍ଟାମୁଣ୍ଡାଇ ତା ୧୨/୫- କେନ୍ଦ୍ରାପଡ଼ା ଏସ ପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦେଶରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ବେଆଇନ ଗୋରୁ ଚାଲାଣ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି I ଗତକାଲି ରାତି ୨ଟା ସମୟରେ ପଟ୍ଟାମୁଣ୍ଡାଇ ବଜାର ଅଂଚଳରେ ବେଆଇନ ଗୋରୁ ଚାଲାଣ ହେଉଥିବା ଖବର ପାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର ସଦଳବଳେ ଚଢ଼ାଉ କରି ପଟ୍ଟାମୁଣ୍ଡାଇ ବାଇପାସ୍ ଛକ ନିକଟରୁ ୨ଟି ଗୋରୁ ବୋଝେଇ ଗାଡି ୮ଟି ଗୋ ମାତାକୁ ଜବତ କରିଛନ୍ତି I ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ପୋଲିସ ଚଉଦକୁଲଟ ଚନ୍ଦନପୁର ଗ୍ରାମର ସେକ୍ ମୂରସିଦ୍, ସେକ ସୁରଜ୍ ଓ ନିରାକାର ବେହେରାଙ୍କୁ ଗିରଫ କରିଛି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଥାନା କେଶ୍ ନମ୍ୱର ୨୦୯/୨୬ ରେ ଏକ ମକଦ୍ଦମା ରୁଜୁ କରି ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି I

ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା