ପଟ୍ଟାମୁଣ୍ଡାଇ ଓ ରାଜନଗର ରେ ମାତିଛନ୍ତି କାଠମାଫିଆ ସବୁ ଦେଖି ଚୁପ୍ ବସିଛି ବନବିଭାଗ।

ପଟ୍ଟାମୁଣ୍ଡାଇ ଓ ରାଜନଗର ରେ ମାତିଛନ୍ତି କାଠମାଫିଆ ସବୁ ଦେଖି ଚୁପ୍ ବସିଛି ବନବିଭାଗ।

ପଟ୍ଟାମୁଣ୍ଡାଇ ଓ ରାଜନଗର ରେ ମାତିଛନ୍ତି କାଠମାଫିଆ ସବୁ ଦେଖି ଚୁପ୍ ବସିଛି ବନବିଭାଗ।

ପଟ୍ଟାମୁଣ୍ଡାଇ 13.03 ଜଙ୍ଗଲ ବିଭାଗର ଜଙ୍ଗଲି ରାଜରେ ଅତିଷ୍ଟ ହୋଇପଡ଼ିଲେଣି ଲୋକେ। ଜଙ୍ଗଲ ବିଭାଗ ବିରୁଦ୍ଧରେ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ପଟ୍ଟାମୁଣ୍ଡାଇ ଓ ରାଜନଗର ବାସୀ। କିଛି ଦିନ ତଳେ ଜଙ୍ଗଲି ବାର୍ ହା ଓ କୁମ୍ଭୀର ଭୟରେ ପୌରାଞ୍ଚଳର ପ୍ରାୟ ୧୦ ଟି ୱାର୍ଡର ଅଧିବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବାରମ୍ବାର ଅଭିଯୋଗ ଓ ଗଣମାଧ୍ୟମର ଖବର ପ୍ରସାରଣ ପରେ ମଧ୍ୟ ଜଙ୍ଗଲ ବିଭାଗର ନିଦ ଭଙ୍ଗୁ ନ ବେଳେ ଏବେ ରାଜନଗର ଓ ପଟ୍ଟାମୁଣ୍ଡାଇ ଅଞ୍ଚଳ ରେ ମାତି ଛନ୍ତି କାଠ ମାଫିଆ। ଏହି କାଠ ମାଫିଆ ପାଇଁ ବଡ଼ ଜନ ଆନ୍ଦୋଳନ ପାଇଁ ଏହା ଦାନା ବlନ୍ଧିବାରେ ଲାଗିଛି।

ରାଜନଗର ବନଖଣ୍ଡ ଅଧିନରେ ଥିବା ରାଜନଗର ଓ ମହାକାଳପଡ଼ା ରେଞ୍ଜ ଅଧୀନରେ ରହି ଆସିଥିବା ଉଭୟ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏବେ ବିନା ଅନୁମତି ରେ କାଠ ମାଫିଆ ମାନେ ଦିନ ଦ୍ୱିପହର ରେ କାଠ କାଟି ନେଉଛନ୍ତି।ସବୁ ଦେଖି ବନବିଭାଗ ଚୁପ୍ ବସିଛି। ପ୍ରତି ଦିନ ରାଜନଗର ଓ ପଟ୍ଟାମୁଣ୍ଡାଇ ଅଞ୍ଚଳ ରୁ ଚାଳିଶି ରୁ ଉର୍ଦ୍ଧ୍ବ ଟ୍ରାକ୍ଟର ରେ ବଡ ବଡ ଗଛ କଟା ଯାଇ କାଠ କଟା ଶାଳ କୁ ଯାଉଛି। କାଠ ମାଫିଆ ମାନେ ବିନା ବନବିଭାଗ ର ଅନୁମତି ରେ କାଠ କାଟି ନେଉଛନ୍ତି ।ଯଦି ସାଧାରଣ ଜନସାଧାରଣ ପ୍ରତି ବାଦ୍ କଲା ତାହା ହେଲେ କାଠ ମାଫିଆ ମାନେ ଧମକ ଦେଉଛନ୍ତି।କିଛି ସାମ୍ବାଦିକ ଡରରେ ଏହି ଖବର ପ୍ରସାରଣ କରିବାକୁ ଡରୁଛନ୍ତି।ଏଥି ପ୍ରଶ୍ନ ଉଠିଛି ଯଦି ପଟ୍ଟାମୁଣ୍ଡାଇ ଓ ରାଜନଗର ରେ କାଠ ମାଫିଆ ମାତି ଥିଲା ବେଳେ କଣ ପାଇଁ ରାଜନଗର ଓ ପଟ୍ଟାମୁଣ୍ଡାଇ ବନବିଭାଗ ଚୁପ୍ ବସିଛି ତାହା ପଟ୍ଟାମୁଣ୍ଡାଇ ଓ ରାଜନଗର ଜନସାଧାରଣ ଙ୍କ ମନରେ ପ୍ରଶ୍ନ ଉଠିଛି ।

ଯାହା ସୂଚନା ମିଳୁଛି କାଠ ମାଫିଆ ମାନେ ବନବିଭାଗ ଅଫିସର ଙ୍କୁ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ଦେଇ ପ୍ରତି ଦିନ ସହ ଶହ ଟ୍ରିପ କାଠ ଗାଡ଼ି ଲୁଟି ନେଇଛନ୍ତି। ଦୈନିକ କାଠ ମାଫିଆ ମାନେ ପଟ୍ଟାମୁଣ୍ଡାଇ ରୁ କୋଟି କୋଟି ଟଙ୍କା ର ଗଛ କାଟି ସେମାନଙ୍କ ସ ମିଲ କୁ ନେଇ ଚୋରା କାଠ କୁ ବିକି କୋଟି ପତି ବନୁଛନ୍ତି।ଯଦି ଆଗାମୀ ଦିନ ରେ ଏହି କାଠ ମାଫିଆ ଙ୍କ ଉପରେ ରୋକ ନ ଲଗା ଯାଏ ଆଗାମୀ ଦିନ ରେ ପଟ୍ଟାମୁଣ୍ଡାଇ ଓ ରାଜନଗର ଅଞ୍ଚଳ ରେ ଆଉ ଗୋଟିଏ ଗଛ ଦେଖିବାକୁ ମିଳି ନ ପାରେ।ଏହି କାଠ ମାଫିଆ ଙ୍କ ର ଏବେ ଲୋଲୁପ ଦୃଷ୍ଟି ପଡ଼ିଛି ଭିତରକନିକା ଜଙ୍ଗଲ ଓ ସରକାରୀ ଜାଗା ରେ ଥିବା ଜଙ୍ଗଲ ଉପରେ। ଏବେ ଠୁ ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନ ବନବିଭାଗ କାର୍ଯ୍ୟ ଉପରେ ଦୃଷ୍ଟି ନ ଦେଲେ ଆଗାମୀ ଦିନ ରେ କାଠ ମାଫିଆ ଙ୍କ କାଠ ଚୋରି ଆହୁରି ବଢିବ।ଜଣ ପାଇଁ ରାଜନଗର ଓ ପଟ୍ଟାମୁଣ୍ଡାଇ ବନବିଭାଗ ଚୁପ୍ ବସିଛି କି ସୋଇ ରହି ଚୋରା କାଠ ମାଫିଆ ଙ୍କ ସହ ସମ୍ପର୍କ ରଖିଛି ତାହା ଉପରିସ୍ଥ ଅଧିକାରୀଙ୍କ ଙ୍କ ଦ୍ଵାରା ତଦନ୍ତ କରାଗଲେ ପ୍ରକୃତ ଘଟଣା ପଦାକୁ ଆସି ପାରିବ।ଯଦି ବନବିଭାଗ ଆଗାମୀ ଦିନ ରେ କାଠ ମାଫିଆ ଙ୍କ ଉପରେ ରୋକ ନ ଲଗାଏ ଆଗାମୀ ଦିନ ରେ ରାଜନଗର ଓ ପଟ୍ଟାମୁଣ୍ଡାଇ ଅଞ୍ଚଳ ର ବୁଦ୍ଧିଜୀବୀ,ପରିବେଶ ବିତ ,ଶିକ୍ଷାବିତ୍ ମାନେ ଏକ ଜନ ଆନ୍ଦୋଳନ କୁ ଆସିବା ର ସମ୍ଭାବନା ସୃଷ୍ଟି ହୋଇଛି।ଏଥି ପ୍ରତି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେଇ କାଠ ମାଫିଆ ଉପରେ ରୋକ ଲଗାଇ ବାକୁ ପରିବେଶବିତ୍ ଓ ସମବାୟ ବିତ ବ୍ରଜ ବନ୍ଧୁ ଦାସ ଓ ବରିଷ୍ଠ ସାମ୍ୱାଦିକ ଉପେନ୍ଦ୍ର ନାୟକ ଦାବି କରିଛନ୍ତି।

ପଟ୍ଟାମୁଣ୍ଡାଇ ରୁ ସଞ୍ଜୟ ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି।