ବିନିକା ଥାନା ଗୁଲୁଣ୍ଡା ଗାଁ ନିକଟ ଏକ ବରଗଛରୁ ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।

ବିନିକା ଥାନା ଗୁଲୁଣ୍ଡା ଗାଁ ନିକଟ ଏକ ବରଗଛରୁ ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।

*ଗଛରେ ଝୁଲୁଛି ଯୁବକଯୁବତୀଙ୍କ ମୃତଦେହI ସୁବର୍ଣ୍ଣପୁର ଜିଲ୍ଲାରୁ ଆସିଛି ଏକ ହୃଦୟବିଦାରକ ଖବର। ବିନିକା ଥାନା ଗୁଲୁଣ୍ଡା ଗାଁ ନିକଟ ଏକ ବରଗଛରୁ ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।*

*ଦୁହେଁ ପ୍ରେମୀ ଯୁଗଳ ବୋଲି କୁହାଯାଉଛି। ଏକ ବରଗଛ ଡାଳରେ ବେକରେ ଓଢ଼ଣି ଲଗାଇ ଉଭୟ ଜୀବନ ହାରିଛନ୍ତି। ଗଛ ତଳେ ଉଭୟଙ୍କ ବ୍ୟାଗ୍ ଏବଂ ଚପଲ ପଡ଼ିରହିଛି। ସ୍ଥାନୀୟ ଲୋକେ ପ୍ରଥମେ ଏହାକୁ ଦେଖିବା ପରେ ସାରା ଅଞ୍ଚଳରେ ଖେଳିଯାଇଛି ଆତଙ୍କର ବାତାବରଣ।*

*ତେବେ ଉଭୟଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଖବର ପାଇ ବିନିକା ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ଆତ୍ମହତ୍ୟା ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।*