ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ରେ ସ୍ଵାଧୀନତା ଦିବସ ପାଳନ

ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ରେ ସ୍ଵାଧୀନତା ଦିବସ ପାଳନ

ସାରା ଭାରତ ରେ କୋଣେ ଅନୁକୋଣେ ସ୍ୱାଧୀନତା ଦିବସ ପାଳନ ହେଉ ଥିବା ବେଳେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ର ଆଇଆଇସି ଶ୍ରୀକାନ୍ତ ବାରିକ ଓ ଥାନା ର ସମସ୍ତ ପୋଲିସ କର୍ମ ଚାରି ମଧ୍ୟ ଗ୍ରାମାଞ୍ଚଳ ର ନୂତନ ଥାନା ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଆଇଆଇସି ଶ୍ରୀକାନ୍ତ ବାରିକ ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ପାଳନ ଅବସରରେ କିଛି ଭାଷଣ ଦେଇଥିଲେ।

ତାଙ୍କ ଭାଷଣ ରେ କହିଥିଲେ ଭାରତ ବର୍ଷ କୁ ସ୍ୱାଧୀନତା ଆଣିବା ପାଇଁ କେତେ ସ୍ୱାଧୀନତା ସଂଗ୍ରାମୀ ଇଂରେଜ ସରକାର ଙ୍କ ଦ୍ଵାରା ଜେଲ୍ ଓ ମୃତୁଦଣ୍ଡ ପାଇଛନ୍ତି।ତାଙ୍କ ରି ସଂଗ୍ରାମ ପାଇଁ ଆଜି ଆମେ ସ୍ୱାଧୀନ ଭାବରେ ଆମ ଦେଶ ରେ ବସବାସ କରୁଛେ।ଆଗକୁ କେମିତି ଆମ ଦେଶ ର ନାଁ ରଖିବେ ସେଥି ପାଇଁ ସବୁ ଭାରତୀୟ ନାଗରିକ ଜାତୀୟ ପତାକା ତଳେ ଶପଥ ନେବା ଉଚିତ୍।ଜାତୀୟ ପତାକା ଉତ୍ତୋଳନ ବେଳେ ସେଠିକାର ସ୍ଥାନୀୟ ବୁଦ୍ଧିଜୀବୀ,ସମାଜ ସେବୀ,ଶିକ୍ଷାବିତ୍ ଓ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ। ଗ୍ରାମାଞ୍ଚଳ ଥାନା ର ଆଇଆଇସି ସମସ୍ତ ଙ୍କ ପାଇଁ ସ୍ୱାଧୀନତା ଦିବସ ପାଳନ ଅବସରରେ ମିଷ୍ଟାନ୍ନ ବଣ୍ଟନ କରିଥିଲେ।

ସଞ୍ଜୟ କୁମାର ପଣ୍ଡା ଙ୍କ ରିପୋର୍ଟ ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା