ରାଷ୍ଟ୍ରବାଦୀ ଯୁବଶକ୍ତି ପରିଷଦ ପକ୍ଷରୁ ନିଶାମୁକ୍ତ ସମାଜ ଗଠନ ସଂକଳ୍ପ ସମାବେଶ ଅନୁଷ୍ଠିତ
ଖଣ୍ଡପଡ଼ା ୧୧|୪ (ରଜତ ଦାସ୍) ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରାଷ୍ଟ୍ରବାଦୀ ଯୁବଶକ୍ତି ପରିଷଦ ପକ୍ଷରୁ ନିଶାମୁକ୍ତ ସମାଜ ଗଠନ ନେଇ ଏକ ସଂକଳ୍ପ ସମାବେଶ ଖଣ୍ଡପଡ଼ା ବ୍ଲକ ଅଧୀନ ବନମାଳିପୁର ଗ୍ରାମର ପଞ୍ଚୁଦୋଳ ମେଳଣ ପଡିଆରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରବାଦୀ ଯୁବଶକ୍ତି ପରିଷଦର ଆବାହକ ତଥା ରାଜ୍ୟ ଯୁବମୋର୍ଚ୍ଚା ବିଜେପି ସଭାପତି ଅଭିଳାଷ ପଣ୍ଡାଙ୍କ ଆବାହକତ୍ବରେ ଆୟୋଜିତ ସମାବେଶରେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଅଧୀନ ୪୨ ଟି ପଞ୍ଚାୟତରୁ ୨ ହଜାରରୁ ଊର୍ଦ୍ଧ୍ବ ଯୁବକ ଯୋଗ ଦେଇଥିଲେ। ଯୁବଶକ୍ତି ପରିଷଦର ସଭାପତି ଡା ଶୁଭେନ୍ଦୁ କୁମାର ସାହୁ, ବିଶିଷ୍ଟ ଅତିଥି ଭାବେ ସିନେ ତାରକା ବବି ମିଶ୍ର, ଆରଏସଏସର ଓଡିଶା ପୂର୍ବ ପ୍ରାନ୍ତ ସହ କାର୍ଯ୍ୟବାହକ ସୁଦର୍ଶନ ଦାସ, ବିଭାଗ ପ୍ରଚାରକ ଶିବାଜୀ ଭାଇ, ନୟାଗଡ ଜିଲ୍ଲା ପ୍ରଚାରକ ସୁମନ୍ତ ଭାଇ ପ୍ରମୁଖ ଯୋଗଦେଇ ନିଶାମୁକ୍ତ ସମାଜ ଗଠନ ସଂକଳ୍ପ ସମାବେଶ ସଂର୍ପକର ସୂଚନା ପ୍ରଦାନ କରିଥିଲେ।
ସେହିପରି ରାଷ୍ଟ୍ରବାଦୀ ଭାବଧାରାରେ ଯୁବକମାନଙ୍କୁ ଉଦ୍ରେକ କରି ସଂଗଠିତ କରିବା ସହ ସେମାନଙ୍କ ମଧ୍ୟରେ ଦେଶପ୍ରେମ ଭାବ ଜାଗ୍ରତ କରିବା,ସାମାଜିକ କଲ୍ୟାଣ କାର୍ଯ୍ୟ ଓ ରାଷ୍ଟ୍ର ନିର୍ମାଣରେ ଯୁବବର୍ଗଙ୍କ ସକ୍ରୀୟ ସହଯୋଗ କାର୍ଯ୍ଯକ୍ରମର ମୁଖ୍ଯ ଲକ୍ଷ୍ୟ ଅଟେ ବୋଲି ଅତିଥିମାନେ ମତ ଦେଇଥିଲେ।
ନିଶାମୁକ୍ତ ସମାଜ ଗଠନ ଦିଗରେ ଯୁବପିଢ଼ିଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବାରୁ ସେଥିପ୍ରତି ଯୁବକମାନେ ସଚେତନ ହେବାକୁ ପରାମର୍ଶ ଦିଆଯାଇଥିଲା। ଏ ଅବସରରେ ସାମୁହିକ ହନୁମାନ ଚାଳିଶା ପଠନ ସହ ହିନ୍ଦୁ ପର୍ବ ପର୍ବାଣିରେ ନିଶାଦ୍ରବ୍ୟ ସଂପୂର୍ଣ୍ଣ ରୁପେ ବର୍ଜନ ନେଇ ସମସ୍ତେ ସଂକଳ୍ପ ନେଇଥିଲେ। ସଂକଳ୍ପ ସମାବେଶରେ ବରିଷ୍ଠ ସାମ୍ବାଦିକ ଭରତ କୁମାର ବେହେରା,ସଂଗଠକ ଜିତେନ୍ଦ୍ର କୁମାର କାଟିଆ,ସୁରେଶ ନାୟକ,ପରମେଶ୍ବର ମହାନ୍ତିଙ୍କ ସମେତ ଅନ୍ଯମାନେ ରହି ରାଷ୍ଟ୍ରବାଦୀ ଯୁବଶକ୍ତି ପରିଷଦର କାର୍ଯ୍ୟଧାରା ସଂର୍ପକରେ ସବିଶେଷ ସୂଚନା ପ୍ରଦାନ କରିଥିଲେ।


admin 
