*ପଥରକଣୀ ମଣ୍ଡଳରେ ୧୩୯ତମ ମନ୍ କି ବାତ୍ କାର୍ଯ୍ୟକ୍ରମ*
ତା-୨୫-୧୦-୨୦୨୬,କେନ୍ଦ୍ରାପଡା
ଆଙ୍କର--//ପଥରକଣୀ ମଣ୍ଡଳରେ ଅନୁଷ୍ଠିତ ହୋଇଛି ପ୍ରଧାନମନ୍ତ୍ରୀଙ୍କ ୧୩୯ତମ ମନ୍ କି ବାତ୍ କାର୍ଯ୍ୟକ୍ରମ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟ ମହିଳା କମିଶନ ସଦସ୍ୟା କଳ୍ପନା ମଲ୍ଲିକ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ମନ୍ କି ବାତ୍ ର ୧୩୯ତମ ସଂସ୍କରଣ ପଥରକଣୀ ମଣ୍ଡଳର ବିଭିନ୍ନ ବୁଥରେ କାର୍ଯ୍ୟକର୍ତା ଏବଂ ସାଧାରଣ ଜନତା ଏକାଠି ହୋଇ ଶୁଣିଥିଲେ। ବିଜେପି କାର୍ଯ୍ୟକର୍ତ୍ତାମାନେ ଟିଭି ସ୍କ୍ରିନରେ ଏହି କାର୍ଯ୍ୟକ୍ରମକୁ ଶୁଣିବାର ବ୍ୟବସ୍ଥା କରାଯାଇଥିଲା।ଏହି ଅବସରରେ ମହିଳା କମିଶନ ସଦସ୍ୟା କଳ୍ପନା ମଲ୍ଲିକ ଯୋଗ ଦେଇ କହିଥିଲେ, ମନ୍ କି ବାତ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଶର ସାଧାରଣ ଲୋକଙ୍କ କଥାକୁ ସାମ୍ନାକୁ ଆଣୁଛନ୍ତି।ଏହା ଦେଶବାସୀଙ୍କୁ ପ୍ରେରଣା ଦେଉଛି। ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସାଧାରଣ ସମ୍ପାଦକ ରଞ୍ଜନ କୁମାର ସାହୁ,ଉପ ସଭାପତି ଚନ୍ଦ୍ର ଶେଖର ସ୍ବାଇଁ ,ଗାଙ୍ଗପଡା,ପଳସିଂହା ପଞ୍ଚାୟତ ର ବହୁ କାର୍ଯ୍ୟକର୍ତ୍ତା ଏବଂ ଅନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।ମନ୍ କି ବାତ୍ ପରେ ସଂଗଠନକୁ ଆହୁରି ମଜବୁତ କରିବା ନେଇ କଳ୍ପନା ମଲ୍ଲିକ ଆଲୋଚନା କରିଥିଲେ।
*କେନ୍ଦ୍ରପଡା ରୁ ପ୍ରମୋଦ କୁମାର ଜେନାଙ୍କ ରିପୋର୍ଟ, ବିଶେଷ ଖବର, କେନ୍ଦ୍ରାପଡ଼ା*


admin 
