ଶାନ୍ତି ଶୃଙ୍ଖଳା ର ସହିତ ସମାପନ ହେଲା । ୨୧୦୦ ଘଟ ମେଳନ
ଦିବ୍ୟ ଦର୍ଶନ ଲାଭ କଲେ ପୁରୀ ସାଂସଦ ଓ ବାଚସ୍ପତି
ନୟାଗଡ଼ ୨୩/୧୦ ନୟାଗଡ ବ୍ଲକ ନବଘନପୁର ହାଇସ୍କୁଲ ପଡିଆ ରେ ଶାନ୍ତି ଶୃଙ୍ଖଳା ର ସହିତ ୨୧୦୦ ଘଟ ମହା ମେଳନ ସମାବେଶ ସମାପନ ହୋଇଛି l ସକାଳ ୭. ୦୦ ରୁ ବିଭିନ୍ନ ଗ୍ରାମର ଘଟ ଧାରୀମାନେ ଗ୍ରାମ କୁ ଆସି ଅର୍ଘ୍ୟ ବନ୍ଦାଣ ହୋଇଥିଲେ l ଅନ୍ୟୁନ ୧୫୦୦୦ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଏହି ମହାର୍ଘ ଦର୍ଶନ କରି ବିମୋହିତ ହୋଇଥିଲେ l ନୟାଗଡ଼, ନୂଆଗାଁ ଓ ଓଡଗାଁ ଆଦି ୩ଟି ବ୍ଲକ ର ୬୦ ଗ୍ରାମର ୨୧୦୦ ଘଟୁଆ ମିଳିତ ହୋଇ ଥାଟ୍ଟ ପଟୁଆରରେ ନବଘପୁର ଗ୍ରାମ ପରିକ୍ରମା କରିଥିଲେ l ଆସ ପାସ ର ଶ୍ରଦ୍ଧାଳୁ ମାନେ ଦର୍ଶନ ଲାଭ କରି ସେମାନଙ୍କ ମନରେ ଏକ ଆଧ୍ୟାତ୍ମିକ ଚେତନା ଜାଗ୍ରତ ହୋଇଥିଲା l ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ୟୋକ୍ତା ସମାଜସେବୀ କବିରାଜ ସାହୁଙ୍କ ସମେତ ନବଘପୁର ଗ୍ରାମର ସଭାପତି ସମ୍ପାଦକ ଓ ଗ୍ରାମବାସୀ ତଥା କିଛି ସ୍ବେଛାସେବୀ ଙ୍କ ଯୋଗଦାନ କାର୍ଯ୍ୟକ୍ରମ କୁ ଅଧିକ ସଫଳ କରିଥିଲା l ଭକ୍ତମାନ ଙ୍କ ପାଇଁ ପ୍ରସାଦ ସେବନ ଓ ଜଳ ଯୋଗ ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା l ଶାନ୍ତି ଶୃଙ୍ଖଳା ରକ୍ଷା କରିବାପାଇଁ ପୋଲିସ ପ୍ରଶାସନ ସହଯୋଗ କରିଥିଲେ l ସ୍ଥାନୀୟ ଘରୋଇ ପୋଲିସ ଅନୁଷ୍ଠାନ ର ପ୍ରଶିକ୍ଷାର୍ଥୀ ମାନେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l
ଏହି ଅଲଭ୍ୟ ଦିବ୍ୟ ଦର୍ଶନ ସମାବେଶରେ ପୁରୀ ସାଂସଦ ଡ଼ ସମ୍ବିଦ ପାତ୍ର,ଓଡିଶା ବିଧାନ ସଭା ବାଚସ୍ପତି ତଥା ରଣପୁର ର ବିଧାୟିକା ସୁରମା ପାଢ଼ି, ନୟାଗଡ଼ ଜିଲ୍ଲା ବି.ଜେ.ପି ସଭାପତି ତାପସ ମାର୍ଥା ନୟାଗଡ଼ ବ୍ଲକ ଅଧକ୍ଷ କିଶୋର ସାହୁ ଓ ବି ଜେ ପି ନେତା ରାଘବ ମଲ୍ଲିକ ଆଦି ଯୋଗ ଦେଇ ନିଜକୁ ଧନ୍ୟ ମନେ କରିଥିଲେ l ଏହି ଅବସର ରେ ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମହିଳା ରାମ ନାଟକ ପରିବେଷଣ କରାଯାଇଥିଲା l
ଅଶୋକ କୁମାର ସାଥୁଆ , ଜିଲ୍ଲା ପ୍ରତିନିଧି ନୟାଗଡ଼ l


admin 
