ପିପଲଗୁଡା, କାରୁବାଇ ଓ ବାଇସିଙ୍ଗ ଗ୍ରାମ ପଞ୍ଚାୟତ ବୁଲିଲା ବିକାଶ ବାହନ.

ପିପଲଗୁଡା, କାରୁବାଇ ଓ ବାଇସିଙ୍ଗ ଗ୍ରାମ ପଞ୍ଚାୟତ ବୁଲିଲା ବିକାଶ ବାହନ.

ପିପଲଗୁଡା, କାରୁବାଇ ଓ ବାଇସିଙ୍ଗ ଗ୍ରାମ ପଞ୍ଚାୟତ ବୁଲିଲା ବିକାଶ ବାହନ.


     ରାୟଗଡ଼ ବ୍ଳକ ବିକାଶ ବାହନ  ମଙ୍ଗଳବାର ଦିନ ପିପଲଗୁଡା, କାରୁବାଇ ଓ ବାଇସିଙ୍ଗ ଗ୍ରାମ ପଞ୍ଚାୟତ ବୁଲି ସଚେତନତାର ବାର୍ତ୍ତା ପ୍ରଚାର କରିଛି।  ବିକାଶ ରଥକୁ ପଞ୍ଚାୟତ ବାସୀ ସ୍ବାଗତ କରିବା ସହ ଏଲଇଡି ମାଧ୍ଯମରେ ବିଭିନ୍ନ ବିଷୟରେ ସଚେତନ ହୋଇଥିଲେ ।
       ଷ୍ଟଲ ମାଧ୍ୟମରେ ମୂଖ୍ଯମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ବିଷୟରେ ସଚେତନ କରାଯାଇଥିଲା । ତିନିଗୋଟି ଗ୍ରାମ ପଞ୍ଚାୟତରେ ମୋଟ ବତିଶିଟି ଆବାସ ଯୋଜନାର କାର୍ଯ୍ଯାଦେଶ,  ଏଗାରଟି ଜବକାର୍ଡ,  ଦଶଟି ମୃତ୍ତିକା ସ୍ବାସ୍ଥ୍ୟକାର୍ଡ,   ସାଠିଏଟି ବୟୋ ବନ୍ଦନା ସ୍ବାସ୍ଥ୍ୟକାର୍ଡ,  ଚବିଶିଟି ବ୍ଯକ୍ତିଗତ ଓ ତିନୋଟି ସାମୁହିକ  ଜଙ୍ଗଲ ଅଧିକାର ଆଇନ ପଟ୍ଟା,ତିନୋଟି ନୁତନ ବାର୍ଦ୍ଧକ୍ଯ ଭତ୍ତା, ଏକୋଇଶିଟି ଆଧାର ପଞ୍ଜିକରଣ ଓ ଚାଳିଶି ଗୋଟି ମାଁପାଇଁ ଗଛଟିଏ ରୋପଣ କରାଯାଇଥିଲା ।
       ପିପିଲିଗୁଡା ସରପଞ୍ଚ ରେଣୁକା ମାଣ୍ଡାଙ୍ଗୀ, କାରୁବାଇ ସରପଞ୍ଚ ମାରୀଆ ସିରିକା ଓ ବାଇସିଙ୍ଗି ସରପଞ୍ଚ  ବିରିମା ମାଝୀ ସମେତ ସମସ୍ତ  ନିର୍ବାଚିତ ପ୍ରତିନିଧି , ସରକାରୀ ବିଭାଗୀୟ ଅଧିକାରୀ, ଅଙ୍ଗନୱାଡି ଓ ଆଶା କର୍ମୀ ବ୍ଲକ ଓ ଗ୍ରାମ ପଞ୍ଚାୟତ ନୋଡାଲ ଅଧିକାରୀ ଉପସ୍ଥିତ ଥିଲେ ।