ସ୍ୱାଭିମାନ ଅଞ୍ଚଳର ଗର୍ବ: ମାଲକାନଗିରି ର ଦୁଇ ଶ୍ରବଣ ଓ ବୋଧନ ଶକ୍ତି ହୀନ ଶିଶୁ ଜାତୀୟ ଯୁଡୋ ଚାମ୍ପିଅନ ପାଇଁ ମନୋନୀତ।

ସ୍ୱାଭିମାନ ଅଞ୍ଚଳର ଗର୍ବ: ମାଲକାନଗିରି ର ଦୁଇ ଶ୍ରବଣ ଓ ବୋଧନ ଶକ୍ତି ହୀନ ଶିଶୁ ଜାତୀୟ ଯୁଡୋ ଚାମ୍ପିଅନ ପାଇଁ ମନୋନୀତ।

ସ୍ୱାଭିମାନ ଅଞ୍ଚଳର ଗର୍ବ: ମାଲକାନଗିରି ର ଦୁଇ ଶ୍ରବଣ ଓ ବୋଧନ ଶକ୍ତି ହୀନ ଶିଶୁ ଜାତୀୟ ଯୁଡୋ ଚାମ୍ପିଅନ ପାଇଁ ମନୋନୀତ।

ମାଲକାନଗିରି, ତା:-୧୮/୦୬ ସ୍ୱାଭିମାନ ଅଞ୍ଚଳ ଭିତରୁ ଜନ୍ମ ନେଇଥିବା ଦୁଇ ଦିବ୍ୟାଙ୍ଗ ଶିଶୁ ଆଜି ଜିଲ୍ଲା ପାଇଁ ଗର୍ବ ଓ ପ୍ରେରଣାର ଉଦାହରଣ ହୋଇଉଠିଛନ୍ତି। ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡପଦର ପଞ୍ଚାୟତ ଅବସ୍ଥିତ  ସ୍ୱାଭିମାନ ଅଞ୍ଚଳ ଲାମ୍ବାସିଙ୍ଗ ଗ୍ରାମ ର ଅଟନ୍ତି, ନାୟକଗୁଡ଼ା ସ୍ଥିତ ଈର୍ମବାକା ବିଦ୍ୟାଳୟ ର ପୂର୍ବତନ ଦୁଇ ଆଦିବାସୀ ଛାତ୍ର ରୁକୁନାଥ ସିଶା ଏଵଂ ରବିନାଥ ଜିଗିଡି ଏହି ଦୁଇ ଶ୍ରବଣ ଓ ବୋଧନ ଶକ୍ତି ହୀନ ଶିଶୁ ଆସନ୍ତା ୨୦ ଜୁନ ରୁ ୨୩ ଜୁନ୍ ୨୦୨୫ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ର କାନପୁର, ଠାରେ ହେବାକୁ ଯାଉଥିବା ରାଷ୍ଟ୍ରୀୟ ବଧିର କ୍ରୀଡା ଚାମ୍ପିୟନ୍‌ସିପ୍‌ ପାଇଁ ବଛା ହୋଇଛନ୍ତି। ଖୁସିର କଥା ଯେ ସାରା ଓଡିଶାରୁ ଚାରିଜଣ ଖେଳାଳି ଙ୍କ ମଧ୍ୟରେ ମାଲକାନଗିରିର ଏହି ଦୁଇଜଣ ଖେଳାଳୀ ଅଛନ୍ତି। 

ଏମାନେ ମାନସିକ ଓ ଶାରୀରିକ ବାଧା ସହିତ ସଂଘର୍ଷ କରି, ଅନନ୍ୟ ପ୍ରତିଭା ଓ ଦୃଢ଼ ସଂକଳ୍ପ ଦ୍ୱାରା ଖେଳ କ୍ଷେତ୍ରରେ ଏକ ଅଲଗା ପରିଚୟ ସୃଷ୍ଟି କରିଛନ୍ତି। 

ଆଓମା ଗୁରୁକୂଳ ଏଵଂ ଜିଲ୍ଳା ଜୁଡୋ ଆସୋସିଏସନ ର ମିଳିତ ପ୍ରୟାସ ଏଵଂ ଜିଲ୍ଲା ପ୍ରଶାସନ ର ସାହାଯ୍ୟ ଏଵଂ ସହୋଯୋଗ ଦ୍ବାରା ସମ୍ଭବ ହୋଇ ପାରିଛି ବୋଲି ଅନୁଷ୍ଠାନ ର ମୂଖ୍ୟ ବିନାଶ କୁମାର ମିଶ୍ର ପ୍ରକାଶ କରିଛନ୍ତି।

ଟାଲେଣ୍ଟ ଥିଲେ ମଧ୍ୟ, ଏମାନଙ୍କ ପରିବାର ଅତି ଗରିବ ହୋଇଥିବାରୁ, ଯାତ୍ରା, ରହଣୀୟ, ଖାଦ୍ୟ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ସମ୍ପୂର୍ଣ୍ଣ ଭାବେ ଅସମର୍ଥ। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି, ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ୱର ପାଟିଲ ସେମାନଙ୍କୁ ଜିଲ୍ଲା ରେଡକ୍ରସ୍ ତରଫରୁ ଆବଶ୍ୟକ ସାହାଯ୍ୟ ସହଯୋଗ ପ୍ରଦାନ କରିଛନ୍ତି , ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଜିଲ୍ଲା ର ସମସ୍ତ ଅଧିକାରୀ ଯଥା ସି ଡି ଓ କମ୍ ଇ ଓ  ନରେଶ ଚନ୍ଦ୍ର ଶବର, ଏ ପି ଡି ଫାଇନାନ୍ସ  ମାନସ ମିଶ୍ର, ତତ୍ ସହିତ ପୂର୍ବତନ ଆସିଷ୍ଟାଣ୍ଟ କଲେକ୍ଟର  ସସ୍ମିତା ସ୍ବାଇଁ, ଡି ଆଇ ପି ଆର ଓ ସୁଶ୍ରୀ ପ୍ରମିଳା ଲକ୍ଷ୍ମୀ ମାଝୀ , ଡି ଏସ ଏସ ଓ ଶ୍ରୀ ନିର୍ମ୍ମଲ୍ ଧୂର୍ବେ, ଡି ଏସ ଓ ଅଜୟ ମଣ୍ଡଙ୍ଗି, ଡି ସି ପି ଓ ନାରାୟଣ ଦାଶ ଏଵଂ ହିମାଂଶୁ ମହାରଣା ଆଦି ସମସ୍ତ ଅଧିକାରୀ ଦୁଇ ଖେଳାଳୀ ଙ୍କୁ ପ୍ରଶଂସା କରିବା ସହିତ ପ୍ରେରଣା ଦେଇଥିଲେ। 

ଏହି ଦୁଇ ଖେଳାଳିଙ୍କ ପ୍ରୟାସ କେବଳ ଏକ ବ୍ୟକ୍ତିଗତ ଜିତ ନୁହେଁ, ବରଂ ଏହା ସ୍ୱାଭିମାନ ଅଞ୍ଚଳର ଅନେକ ଦିବ୍ୟାଙ୍ଗ ଶିଶୁମାନଙ୍କ ପାଇଁ ଏକ ପ୍ରେରଣା ହେବା ସହିତ ଜିଲ୍ଲାକୁ କ୍ରୀଡା ମାନଚିତ୍ରରେ ଅନ୍ୟଏକ ମାନ୍ୟତା ଦେଇପାରିବ।

ସମସ୍ତ ସାହାଯ୍ୟ ସହଯୋଗ ପାଈଁ ଆଓମା ଗୁରୁକୂଳ ଏଵଂ ମାଲକାନଗିରି ଜିଲ୍ଲାର ଯୁଡୋ ଆସୋସିଏସନ ର  ସଭାପତି  ରତ୍ନାକର ଦାଶ ଙ୍କ ସହିତ ସମସ୍ତ ସଦସ୍ୟ ଜିଲ୍ଲାପ୍ରଶାସନ ଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।

ଏହି ସୁନ୍ଦର୍ ଉଦ୍ୟମ ପାଇଁ ଜିଲ୍ଲାବାସୀଙ୍କ ତରଫରୁ ସମସ୍ତଙ୍କୁ ପ୍ରଶଂସା କରାଯାଉଛି।
ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର