ପୋଲିସ ଖାକି ରେ କଳଙ୍କ .

ପୋଲିସ ଖାକି ରେ କଳଙ୍କ
ଖୋଲିଲା କନେଷ୍ଟବଳଙ୍କ ଗୁଢ ରହସ୍ୟ,
ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବୌଦ୍ଧ ଏସ୍ ପି
*
ବୌଦ୍ଧ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟ ଜନିତ ଘଟଣା ସମସ୍ତ ଙ୍କୁ ଚକିତ କରିଛି । ଖୋଲିଛି କନେଷ୍ଟବଳଙ୍କ ଗୁଢ ରହସ୍ୟ, କନେଷ୍ଟବଳଙ୍କ ଘରେ ଥିବା ଥାକ ଥାକ ପାସବୁକ ଓ ବିଡା ବିଡା ଏଟିଏମ କାର୍ଡ ଦେଖି ଚମକିଲେ ତଦନ୍ତ କରୁଥିବା ଅଧିକାରୀମାନେ l ଥାକ ଥାକ ପାସବୁକ ଓ ବିଡା ବିଡା ଏଟିଏମ କାର୍ଡ କେବଳ ନୁହେ , ବିଡା ବିଡା ବ୍ଳାଙ୍କ ଚେକ , ଚେକ ବୁକ, ୫ ଲକ୍ଷ ରୁ ଅଧିକ ନଗଦ ଟଙ୍କା, ଜମି ରେଜିଷ୍ଟ୍ରି କାଗଜପତ୍ର ସହିତ ସୁନା ଓ ରୁପା ଅଳଙ୍କାର ମଧ୍ୟ ଜବତ କରିଛି ବୌଦ୍ଧ ପୋଲିସ l
ପୋଲିସ କର୍ମଚାରୀ ସହିତ ଅନ୍ୟ ସରକାରୀ କର୍ମଚାରୀ ଓ ସାଧାରଣ ଲୋକଙ୍କୁ ଧମକ ଚମକ ଦେବା ସହିତ ଆର୍ଥିକ ଶୋଷଣ କରୁଥିବା ଅଭିଯୋଗରେ କନେଷ୍ଟବଳ ହୃଦାନନ୍ଦ ବେହେରାଙ୍କୁ ଗିରଫ କରାଯାଇଥିବା ନେଇ ଏସପି ସୂଚନା ଦେଇଛନ୍ତି l ପୋଲିସ କର୍ମଚାରୀ ସହିତ ଅନ୍ୟ ସରକାରୀ କର୍ମଚାରୀ ଓ ସାଧାରଣ ଲୋକଙ୍କୁ ଘର ପାଇଁ ଗୃହ ଋଣ କରାଇଦେବା , ଅଧିକ ସୁଦ୍ଧା ହାରରେ ଟଙ୍କା କରଜ ଦେବା ଆଦିକାମ କରୁଥିଲେ କନେଷ୍ଟବଳ ହୃଦାନନ୍ଦ l ଅଭିଯୋଗ ଏପରିକି ଏହି ସବୁ କାମ ପାଇଁ ମୋଟା ଅଙ୍କର ଟଙ୍କା ନେବା , ଠିକ ସମୟରେ ପଇସା ଫେରସ୍ତ ନକଲେ ନିଜ ପୋଲିସ ପଦବୀର ଅପବ୍ୟବହାର କରି ଲୋକଙ୍କୁ ଧମକ ଚମକ ଦେବା ଭଳି ଅଭିଯୋଗ ହୋଇଥିବା ଏସପି କହିଛନ୍ତି l ପ୍ରଦୀପ କୁମାର ତ୍ରିପାଠୀ ନାମକ ଜଣେ ହୋମଗାର୍ଡ ଙ୍କ ଅଭିଯୋଗ କୁ ଭିତିକରି ବୌଦ୍ଧ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା l ଏସପି ଙ୍କ ନିର୍ଦେଶ ଓ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ କନେଷ୍ଟବଳ ହୃଦାନନ୍ଦ ବେହେରାଙ୍କ ଘରେ ଚଢ଼ାଉ କରାଯାଇଥିଲା l ତଦନ୍ତ ସମୟରେ ୬୦ ଟି ପାସବୁକ ଓ ୪୩ ଟି ଏଟିଏମ କାର୍ଡ, ୨୦୯ ଟି ଦସ୍ତଖତ ହୋଇଥିବା ବ୍ଳାଙ୍କ ଚେକ , ୨୯ ଟି ଚେକ ବୁକ, ୫ ଲକ୍ଷ ରୁ ଅଧିକ ନଗଦ ଟଙ୍କା, ୧୧ ଟି ଜମି ରେଜିଷ୍ଟ୍ରି କାଗଜପତ୍ର ସହିତ ୧୪୫ ଗ୍ରାମ ସୁନା ଅଳଙ୍କାର ଜବତ କରିଛି ବୌଦ୍ଧ ପୋଲିସ l ଜିଲା ପୋଲିସ ମୁଖ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସମସ୍ତ ସୂଚନା ଦିଆଯିବା ସହ ତଦନ୍ତ ରେ ଭିଜିଲାନ୍ସ ଓ ଆର୍ଥିକ ଅପରାଧ ଶାଖାର ସହଯୋଗ ନିଆଯାଉଥିବା ବୌଦ୍ଧ ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ କହିଛନ୍ତି l
ବୌଦ୍ଧ ରୁ ରବିନ୍ଦ୍ର ପଟ୍ଟନାୟକ ଙ୍କ ରିପୋର୍ଟ ଵିଶେଷ ଖବର ।