ଫୁଲୁଛି ସୁବର୍ଣ୍ଣରେଖା, ବିପଦ ସଙ୍କେତ ଉପରେ ଜଳକା I

ଫୁଲୁଛି ସୁବର୍ଣ୍ଣରେଖା, ବିପଦ ସଙ୍କେତ ଉପରେ ଜଳକା .
ସୁବର୍ଣ୍ଣରେଖାରେ ଚଳିତବର୍ଷ ପଞ୍ଚମ ଥର ପାଇଁ ଆସିଛି ବଡ଼ ବନ୍ୟା। ରାଜଘାଟ ନିକଟରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ମଥାନିଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା। ଫଳରେ ବାଲେଶ୍ବର ଜିଲ୍ଲାର ୪ ବ୍ଲକ ଜଳେଶ୍ବର, ଭୋଗରାଇ, ବସ୍ତା ଓ ବାଲିଆପାଳ ପ୍ରଭାବିତ ହୋଇଛି। ପାଣିଘେରରେ ରହିଛନ୍ତି ଶତାଧିକ ଗାଁ।
ରାଜ୍ୟରେ ବଡ଼ ବନ୍ୟା। ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା, ଜଳକା ଓ ବୈତରଣୀର ଜଳସ୍ତର। ଲଗାଣ ବର୍ଷା ଯୋଗୁଁ ୬ଟି ଜିଲ୍ଲାରେ ବନ୍ୟା ସ୍ଥିତି ଦେଖାଦେଇଥିବା ବେଳେ ୧୧ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ନଈକୂଳିଆ ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ସେପଟେ ରାଜ୍ୟରେ ବନ୍ୟା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।
ସୁବର୍ଣ୍ଣରେଖାରେ ଚଳିତବର୍ଷ ପଞ୍ଚମ ଥର ପାଇଁ ଆସିଛି ବଡ଼ ବନ୍ୟା। ରାଜଘାଟ ନିକଟରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ମଥାନିଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା। ଫଳରେ ବାଲେଶ୍ବର ଜିଲ୍ଲାର ୪ ବ୍ଲକ ଜଳେଶ୍ବର, ଭୋଗରାଇ, ବସ୍ତା ଓ ବାଲିଆପାଳ ପ୍ରଭାବିତ ହୋଇଛି। ପାଣିଘେରରେ ରହିଛନ୍ତି ଶତାଧିକ ଗାଁ। ରାସ୍ତାଘାଟ ପାଣିରେ ବୁଡ଼ିଯାଇଛି। ଚାଷ ଜମିରେ ମାଡ଼ିଯାଇଛି ବନ୍ୟା ପାଣି। ଧାନ ଚାଷ ଓ ପନିପରିବା ଫସଲ ଯାହା ଲଗାଇଥିଲେ, ସବୁ ନଷ୍ଟ ହୋଇଯାଇଛି।