ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନେଇ ରାଜନୀତି ସରଗରମ ରହିଛି।

ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନେଇ ରାଜନୀତି ସରଗରମ ରହିଛି।
କଂଗ୍ରେସ ଓ ବିଜେଡି ମିଶି ଭାଜପା ସରକାରଙ୍କ ବିରୋଧରେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଆହ୍ବନ ଦେଇଛନ୍ତି। ଯାହାକୁ ନେଇ ଏବେ ବୟାନବାଜି ବଢିବାରେ ଲାଗିଛି।
ତେବେ ଏଥିରେ ବିଜୁ ଜନତା ଦଳ (ବିଜେଡି) ଏହାକୁ ସମର୍ଥନ କରିବ କି ନାହିଁ ସେ ନେଇ ସ୍ପଷ୍ଟ ନିଷ୍ପତ୍ତି ଦେଇନାହିଁ। ଆଜି ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, “ଆମେ ଆସ୍ଥା, ଅନାସ୍ଥା, ଅବସ୍ଥା ଓ ବ୍ୟବସ୍ଥା ସବୁ ଏକକରି ଦେବୁ। ବିଧାନସଭାରେ ସମସ୍ତ ବିଷୟରେ ଆଲୋଚନା ପାଇଁ ଆମେ ପ୍ରସ୍ତୁତ।” ତେବେ ଅନାସ୍ଥା ପ୍ରସ୍ତାବକୁ ନେଇ ସେ ସ୍ପଷ୍ଟ ମତ ରଖିନାହାନ୍ତି।
ପିସିସି ସଭାପତି ଭକ୍ତ ଚରଣ ଦାସ ବିଜେଡିକୁ ଆହ୍ବାନ ଦେଇ କହିଛନ୍ତି, “ବିଜେଡି ମୁଖ୍ୟ ବିରୋଧୀ ଦଳ ହୋଇଥିବା ବେଳେ ସେମାନଙ୍କ ପାଖରେ ୫୧ ବିଧାୟକ ଅଛନ୍ତି। ଯଦି ସେମାନେ ସରକାରଙ୍କୁ ହଟାଇବାକୁ ଚାହୁଁଛନ୍ତି, ତେବେ ଅନାସ୍ଥା ପ୍ରସ୍ତାବ ଆଣନ୍ତୁ, ଆମେ ସମର୍ଥନ ଦେବୁ।” ଏଫଏମ କଲେଜରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଓ ରାଜ୍ୟରେ ନାରୀ ର୍ନିଯାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ଏହି ଆହ୍ବାନ ଦେଇଛି। ଭକ୍ତ ଦାସ ଆହୁରି କହିଛନ୍ତି, “ବାଲେଶ୍ୱର ଘଟଣା ସୁପ୍ରିମକୋର୍ଟକୁ ମଧ୍ୟ ଲଜ୍ଜାଜନକ ଲାଗୁଛି। ନାରୀ ନ୍ୟାୟ ପାଇଁ ବିଜେଡି ଯଦି ଆନ୍ତରିକ, ତେବେ ଅନାସ୍ଥା ପ୍ରସ୍ତାବ ଆଣୁ।”
ବିଜେଡି ବିଧାୟକ ଅରୁଣ ସାହୁ ଅଭିଯୋଗ କରିଛନ୍ତି ଯେ ସରକାର ନାରୀ ର୍ନିଯାତନା ପ୍ରସଙ୍ଗରେ ଆଲୋଚନାରୁ ପଳାୟନ କରୁଛନ୍ତି। ସେ କହିଛନ୍ତି, “ସରକାର ବିଧାନସଭା ଅଧିବେଶନ ଡାକିବାକୁ ଡରୁଛନ୍ତି, କାରଣ ସେମାନେ ନାରୀ ର୍ନିଯାତନା ଓ ଅନ୍ୟାନ୍ୟ ବିଷୟରେ ଆଲୋଚନାରୁ ଭୟଭୀତ।” ବିଜେଡି ଏହି ବିଷୟରେ ବିଧାନସଭାରେ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ଦାବି କରିଛି।
ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, “ଅନାସ୍ଥା ପ୍ରସ୍ତାବ ଆଣିବା ନେଇ ଗୃହ ଭିତରେ ବିଧାୟକମାନେ ଓ ଦଳର ସଭାପତି ନବୀନ ପଟ୍ଟନାୟକ ମିଳିତ ନିଷ୍ପତ୍ତି ନେବେ।” ଏହା ସହିତ ବିଜେଡି ନାରୀ ର୍ନିଯାତନା ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ଥିବା ସୂଚନା ମିଳିଛି।
ଏହି ପରିସ୍ଥିତିରେ ରାଜ୍ୟ ରାଜନୀତି ଆହୁରି ସରଗରମ ହେବାର ସମ୍ଭାବନା ରହିଛି। ବିଜେଡି କଂଗ୍ରେସର ଏହି ଆହ୍ବାନକୁ ସମର୍ଥନ କରିବ କି ନାହିଁ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।
ସେପଟେ ଦରକାର ପଡ଼ିଲେ ନବୀନଙ୍କ ସହ କଥା ହେବେ ବୋଲି ପିସିସି ସଭାପତି ଭକ୍ତ ଦାସ ବଡ଼ ବୟାନ ଦେଇ କହିଛନ୍ତ । ଏପଟେ ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି, ନିଷ୍ପତ୍ତି ନେବେ ନବୀନ। ଅନ୍ୟପଟେ ବିରୋଧୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ।
କହିରଖୁଛୁ କି, ବିରୋଧୀଙ୍କ ସଂଖ୍ୟା ୬୫ ଓ ସ୍ବାଧୀନ ବିଧାୟକ ୪ ଜଣ ଅଛନ୍ତି । ସଂଖ୍ୟା ଗରିିଷ୍ଠତା ପାଇଁ ଆଉ ମାତ୍ର ୬ରୁ ୭ ବିଧାୟକଙ୍କ ଆବଶ୍ୟକତା ରହିଛି । ଯଦି ବିତର୍କରେ ସରକାର ଜବାବ ରଖି ନ ପାରନ୍ତି, ତେବେ ସରକାର ଭାଙ୍ଗିଯିବାର ଆଶଙ୍କା ରହିଛି ବୋଲି ଭକ୍ତ କହିଛନ୍ତି ।
ଅନ୍ୟପଟେ ଅନାସ୍ଥା ଚର୍ଚ୍ଚା ଉପରେ ଜୟପୁର ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ତାରା ବାହିନୀପତି ତେର୍ଚ୍ଛାବାଣ ମାରିଛନ୍ତି। ତାରା କହିଛନ୍ତି, ଅନାସ୍ଥା ଆଣିବା ପାଇଁ ଆମ ପାଖରେ ସଂଖ୍ୟା ରହିଛି। ଆମେ ୧୪ ବିଧାୟକ ଓ ଆମ ସହ ଜଣେ ସିପିଆଇ ବିଧାୟକ ବି ଅଛନ୍ତି। ବିଜେଡି ସମର୍ଥନ ନ କଲେ ଭାଜପା ସହ ଅଛି ବୋଲି ଜଣାପଡ଼ିବ। ଅନାସ୍ଥା କାଟ ଖାଇବ ନାହିଁ। ଭୋଟିଂ ପରେ ଜଣାପଡ଼ିବ।
ବୈତରଣୀର ଉପର ମୁଣ୍ଡରୁ ମାଡ଼ି ଆସୁଛି ବନ୍ୟାଜଳ, ତଳିଆ ଅଞ୍ଚଳରେ ବଢ଼ିଲା ଚିନ୍ତା
ଜିଲ୍ଲାରେ ସାଳନ୍ଦୀ ନଦୀର ଜଳସ୍ତର ଫୁଲି ଉଠିଥିବାବେଳେ ବନ୍ୟାଜଳ ଅନେକ ତଳିଆ ବସ୍ତି ଓ ଗାଁରେ ପ୍ରବେଶ କରି ଲୋକଙ୍କୁ ଜଳବନ୍ଦୀ ଭିତରେ ରଖିଛି। ଦୁଇ ଦିୁନର ଲଘୁଚାପଜନିତ ବର୍ଷାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛିଜିଲ୍ଲାରେ ସାଳନ୍ଦୀ ନଦୀର ଜଳସ୍ତର ଫୁଲି ଉଠିଥିବାବେଳେ ବନ୍ୟାଜଳ ଅନେକ ତଳିଆ ବସ୍ତି ଓ ଗାଁରେ ପ୍ରବେଶ କରି ଲୋକଙ୍କୁ ଜଳବନ୍ଦୀ ଭିତରେ ରଖିଛି। ଲୋକେ ଏହି କାରଣରୁ ଭୟଭୀତ ଅବସ୍ଥାରେ ଅଛନ୍ତି। ଦୁଇ ଦିୁନର ଲଘୁଚାପଜନିତ ବର୍ଷାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବୈତରଣୀରେ ବନ୍ୟାଜଳ ପ୍ରବାହିତ ହେବା ପରେ ଭଦ୍ରକ ଜିଲ୍ଲାର ୪ଟି ପଞ୍ଚାୟତର ଲୋକେ ଆତଙ୍କିତ ହୋଇପଡିଛନ୍ତି। ବୈତରଣୀର ଆଖୁଆପଦା ଆନିକଟ ନିକଟରେ ବନ୍ୟାଜଳ ସତର୍କ ସଙ୍କେତର ଜଳସ୍ତର ୧୭.୮୩ ମିଟର ରହିଥିବା ବେଳେ ବିପଦ ସଂକେତ ୧୮.୩୩ ମିଟର ରହିଛି।