ବଡ଼ପଡା ପଞ୍ଚାୟତ କାଠିଆପଡା ଅଞ୍ଚଳରେ କିରାସିନି ଢାଳି ହୋଇ ପୁଣି ଜଳିଗଲେ  ଜଣେ ଛାତ୍ରୀ , ଘଟଣାସ୍ଥଳରେ ଛାତ୍ରୀଙ୍କର ମୃତ୍ୟୁ। I

ବଡ଼ପଡା ପଞ୍ଚାୟତ କାଠିଆପଡା ଅଞ୍ଚଳରେ କିରାସିନି ଢାଳି ହୋଇ ପୁଣି ଜଳିଗଲେ  ଜଣେ ଛାତ୍ରୀ , ଘଟଣାସ୍ଥଳରେ ଛାତ୍ରୀଙ୍କର ମୃତ୍ୟୁ। I

ବଡ଼ପଡା ପଞ୍ଚାୟତ କାଠିଆପଡା ଅଞ୍ଚଳରେ କିରାସିନି ଢାଳି ହୋଇ ପୁଣି ଜଳିଗଲେ  ଜଣେ ଛାତ୍ରୀ , ଘଟଣାସ୍ଥଳରେ ଛାତ୍ରୀଙ୍କର ମୃତ୍ୟୁ। I


ପଟ୍ଟାମୁଣ୍ଡାଇ  ୦୬.୦୮.୨୦୨୫  ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ : ବଡ଼ପଡା ପଞ୍ଚାୟତ ର କାଠିଆପଡା ଅଞ୍ଚଳରେ କିରାସିନି ଢାଳି ହୋଇ ପୁଣି ଜଳିଗଲେ  ଜଣେ ଛାତ୍ରୀ ସଙ୍ଗୀତା ପରିଡ଼ା। ଘଟଣାସ୍ଥଳରେ ଛାତ୍ରୀଙ୍କର ମୃତ୍ୟୁ। ଆଜି ଦିନ ୨ ଟା ବେଳେ ଛାତ୍ରୀ ଟି ଘରେ କବାଟ ଦେଇ ନିଜ ଦେହ ରେ କିରାସିନି ଢ଼ାଲୀ ଦିଆସିନି ଲଗାଇ ନିଜ ଜୀବନ ହାରିଦେଲେ  । ତାଙ୍କ ପିତା ଓ ମାତା ଘର କବାଟ ଭାଙ୍ଗି ଝିଅ କୁ ବଞ୍ଚାଇ ବାକୁ ଚେଷ୍ଟା କରି ଥିଲେ ମଧ୍ୟ ଝିଅ ଟି ଜଳି ଯାଇ ଥିଲା। ଏହି ଘଟଣା ର ଖବର ପାଇବା ପାରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ,ଗ୍ରାମାଞ୍ଚଳ ଥାନା ର ଆଇଆଇସି ଓ କେନ୍ଦ୍ରାପଡ଼ା ଜିଲ୍ଲା ଏସ ପି ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଛାତ୍ରୀ ଜଣଙ୍କ ବଡ଼ପଡ଼ା କଲେଜ ର +୩ କଳା ର ଶେଷ ବର୍ଷ ଛାତ୍ରୀ ଥିଲେ।ଯାହା ଶୁଣିବାକୁ ମିଳୁଛି ପ୍ରେମ ଜନିତ କାହାଣୀ ରୁ ଏହି ଘଟଣା ଘଟିଛି। ତଦନ୍ତ ଜାରି ରଖିଛି ପୋଲିସ ,ତଦନ୍ତ ପରେ ପ୍ରକୁତ ସତ୍ୟ ପଦାକୁ ଆସିବ।କିନ୍ତୁ ଯାହା ଝିଅର  ପିତା କହିଛନ୍ତି ତାଙ୍କ ଝିଅ ଏକ ପୁଅ କୁ ଭଲ ପାଉ ଥିଲା। ସିଏ ପୁଅ ଝିଅ ର ଖରାପ ଫଟୋ ଭାଇରାଲ କରିବାର ଧମକ ଦେଉଥିଲା।ସବୁ ବେଳେ ମୋ ଝିଅ ଚିନ୍ତା ରେ ଥିଲା। ଲୋକ ଲଜ୍ୟା ରୁ ମୁକ୍ତି ପାଇବା ପାଇଁ ଝିଅ ମୋର୍ ଜୀବନ ହାରି ଦେଲା ।ଝିଅ ର ବାପା ପୋଲିସ ପ୍ରଶାସନ କୁ ନିବେଦନ କରିଛନ୍ତି ଉପଯୁକ୍ତ ତଦନ୍ତ କରି ଦୋଷୀ କୁ ଦଣ୍ଡ ଦେବାକୁ ପୋଲିସ ପ୍ରଶାସନ ଙ୍କୁ ନିବେଦନ କରିଛନ୍ତି। ପ୍ରେମିକ ର ଘର ତେରେହି ଗ୍ରାମ ରେ ବୋଲି ଶୁଣିବାକୁ ମିଳୁଛି।

ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି କେନ୍ଦ୍ରାପଡ଼ା।