ବନ୍ୟା ପ୍ରଭାବିତ ବାଲେଶ୍ୱର ଜିଲ୍ଲା ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ, ଶ୍ରୀମତୀ ପ୍ରଭାତୀ ପରିଡା
ଓଡ଼ିଶାର ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ବାଲେଶ୍ୱର ଜିଲ୍ଲାର ବନ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି କ୍ଷତିଗ୍ରସ୍ତ ଲୋକଙ୍କ ସହ ସାକ୍ଷାତ୍ ଆଲୋଚନା କରିଥିଲେ। ସେ ଦହପଡା ଗ୍ରାମ ପଞ୍ଚାୟତ, ଛନୁଆ ଗ୍ରାମ ପଞ୍ଚାୟତ, କୁରୁଡ଼ିହା ଗ୍ରାମ ପଞ୍ଚାୟତ ଏବଂ ବାହାବଳପୁର ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ବନ୍ୟା ସ୍ଥିତି, ଜନଜୀବନ ଓ ସରକାରଙ୍କ ପକ୍ଷରୁ କରାଯାଉଥିବା ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ସମୟରେ ମାନ୍ୟବର ବାଲେଶ୍ୱର ସାଂସଦଙ୍କ ସମେତ ବାଲେଶ୍ୱର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ମାନ୍ୟବର ସିମୁଳିଆ ବିଧାୟକ ଏବଂ ମାନ୍ୟବର ସଦର ବିଧାୟକ ମଧ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ ।
ଉପମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ପରିବାରମାନଙ୍କ ଘରକୁ ଯାଇ ସେମାନଙ୍କ ସମସ୍ୟା ଶୁଣିଥିଲେ। ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ଘର, ଚାଷଜମି, ରାସ୍ତାଘାଟ, ପାନୀୟ ଜଳ ବ୍ୟବସ୍ଥା ଓ ଅନ୍ୟାନ୍ୟ ଭିତ୍ତିଭୂମିର ସ୍ଥିତି ପରଖିଥିଲେ। ଏହି ଅବସରରେ ସେ କହିଥିଲେ ଯେ ରାଜ୍ୟ ସରକାର ବନ୍ୟା ପ୍ରଭାବିତ ପ୍ରତ୍ୟେକ ପରିବାରଙ୍କ ସହ ରହିଛନ୍ତି ଏବଂ କୌଣସି ଯୋଗ୍ୟ ବ୍ୟକ୍ତି ସରକାରୀ ସହାୟତାରୁ ବଞ୍ଚିତ ହେବେ ନାହିଁ। ସରକାରଙ୍କ ସମସ୍ତ ସହାୟତା ନିର୍ଦ୍ଧାରିତ ନିୟମ ଅନୁଯାୟୀ ଶୀଘ୍ର ପ୍ରଦାନ କରାଯିବ ବୋଲି ସେ ଆଶ୍ୱାସନ ଦେଇଥିଲେ।
ପରିଦର୍ଶନ ସମୟରେ ସେ ଆଶ୍ରୟସ୍ଥଳ, ରିଲିଫ୍ ବଣ୍ଟନ କେନ୍ଦ୍ର ଓ ପ୍ରଭାବିତ ଗ୍ରାମଗୁଡ଼ିକରେ ଉପଲବ୍ଧ ଖାଦ୍ୟ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ପରିମଳ ବ୍ୟବସ୍ଥା ଓ ଅନ୍ୟାନ୍ୟ ମୌଳିକ ସୁବିଧା ସମ୍ପର୍କରେ ଅଧିକାରୀମାନଙ୍କଠାରୁ ସୂଚନା ନେଇଥିଲେ। ଆବଶ୍ୟକ ସ୍ଥାନରେ ଅଧିକ ରିଲିଫ୍ ସାମଗ୍ରୀ ପଠାଇବା ସହିତ ପାନୀୟ ଜଳ, ବିଦ୍ୟୁତ୍, ସ୍ୱାସ୍ଥ୍ୟ ସେବା ଓ ପରିମଳ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ପାଇଁ ସମସ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି କା
ବାଲେଶ୍ୱର,ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ତାରିଖ - ୦୫/୦୮/୨୦୨୬


admin 
