ନୂଆ ଗାଁ ପ୍ରାଥମିକ ବିଦ୍ୟାଳୟ ରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା।

ନୂଆ ଗାଁ ପ୍ରାଥମିକ ବିଦ୍ୟାଳୟ ରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା।

 ଶିକ୍ଷକତା ଏକ ବୃତ୍ତି ନୁହେଁ ଜୀବନର ଏହା ଏକ ମହାମନ୍ତ୍ର। ଏହି ମନ୍ତ୍ରକୁ ଆପଣେଇ ନେଇ ଶିକ୍ଷାବିଭାଗରେ ପାଦ ଥାପିଥିବା ଦୁଇଯୋଦ୍ଧାଙ୍କର ଅବସର ଗ୍ରହଣ ସମୟ ଆଗତ ହୁଏ ଯାହା ସମୟର ଏକ ବିଧି ନିର୍ଦ୍ଦେଶ । ୨୦୨୩ ଓ ୨୦୨୬ ମସିହାରେ ନୂଆଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ରୁ ଅବସର ଗ୍ରହଣ କରନ୍ତି ଦୁଇ ଜଣ ସର୍ବଶ୍ରେଷ୍ଠ ତ୍ୟାଗୀ, ସଂଯମୀ , ମିଷ୍ଟଭାଷୀ, ସୁଦକ୍ଷା, କର୍ମନିପୁଣା, ତଥା ଛାତ୍ରାବତ୍ସଳା ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରେମଲତା ପତି ଓ ଶ୍ରୀମତୀ ବୈଜୟନ୍ତୀ ସାହୁ । ସେମାନଙ୍କୁ କୋହଭରା ହୃଦୟରେ ବିଦାୟ ଦିଅନ୍ତି ଏହି ଅନୁଷ୍ଠାନର ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀଗଣ । ଏହି ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବକୁ ଆୟୋଜନ କରନ୍ତି ଏହି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣ। ସାହୁ ।

ସଭା ପରିଚାଳନା କରନ୍ତି ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରମିଳା ବେହୁରା । ଏହି ସଭାରେ ମୁଖ୍ୟ ଅତିଥି ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜିକା ଶ୍ରୀମତୀ ସଂଘମିତ୍ରା ନାୟକ, ମୁଖ୍ୟ ବକ୍ତା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଏହି ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମିଶ୍ର, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ମଳୟ କୁମାର ଜେନା ଯୋଗ ଦେଇଥିଲେ । ଏହି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଏହି ୱାର୍ଡର କାଉନସିଲର ଶ୍ରୀମତୀ ପ୍ରିୟଙ୍କା ସେଠୀ, ଆମ ସ୍କୁଲ କମିଟିର ସଭାପତି ଶ୍ରୀଯୁକ୍ତ ସୁଧାଂଶୁ ଭୂଷଣ ତ୍ରିପାଠୀ, ଶାନ୍ତି କମିଟିର ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ମିଶ୍ର, ନିରାପତ୍ତା କମିଟିର ସଭାପତି ଶ୍ରୀଯୁକ୍ତ ଦେବୀ ପ୍ରସାଦ ଦାଶ ଓ ବିଶେଷ ଭୂମିକା ଗ୍ରହଣ କରିଥିଲେ ଏହି ବିଦ୍ୟାଳୟ ପରିଚାଳନା କମିଟି ର ପୂର୍ବତନ ସଭାପତି ଶ୍ରୀଯୁକ୍ତ ଶତୃଘନ ଚୌଧୁରୀ ଓ ବର୍ତ୍ତମାନର ସଭାପତି ଶ୍ରୀଯୁକ୍ତ ବଳରାମ ସାହୁ ଓ ଅନ୍ୟ ସଭ୍ୟସଭ୍ୟାମାନେ । ଦୁଇ ଶିକ୍ଷୟିତ୍ରୀଙ୍କୁ ସମ୍ମାନ ସ୍ୱରୂପ ଉତ୍ତରୀୟ ମାନପତ୍ର ଓ ଉପଢ଼ୌକନ ଆଦି ପ୍ରଦାନ କରାଯାଇଥିଲା । ପୋଖରିଆପଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଯୋଗଦେଇ ବିଭିନ୍ନ ପ୍ରକାର ଉପହାର ସାମଗ୍ରୀ ପ୍ରଦାନ କରିଥିଲେ ।

ଏହି ବିଦ୍ୟାଳୟର କୁନିକୁନି ଛାତ୍ରୀଗଣ ନୃତ୍ୟ ପରିବେଷଣ କରିଥିଲେ ଓ ବିଦାୟୀ ସଂଗୀତ ଗାନ କରିଥିଲେ । ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ସରସ୍ଵତୀ ପଣ୍ଡା ଧନ୍ୟବାଦ ଅର୍ପଣ କରି ଥିଲେ ଓ ପରେ ପରେ ସଭା ସାଙ୍ଗ କର।ଯାଇଥିଲା ।