ବବି ଆଉ ବେଲ୍  .

 ବବି ଆଉ ବେଲ୍  .

 ବବି ଆଉ ବେଲ୍ 
 ବର୍ତମାନ ସରକାର ବଦଳି ଗଲା ପରେ ଦୁର୍ନୀତି ବିରୋଧ ଆକ୍ସନ ଚାଲିଥିଲା ବେଳେ ଏପଟେ ସ୍ଵର୍ଗତ ମନ୍ୟବର୍ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ୍ ଙ୍କ ମୃତ୍ୟ ମାମଲା ରେ ବିଜେଡି ସରକାର ଙ୍କୁ ସାଧାରଣ ଲୋକ ଦାୟୀ କରି ବିଖୋବ କରି ଥିଲା ବେଳେ ତାହା ରହସ୍ୟ ମୟ । ତଥାପି ତନାଘନା ଚାଲିଛି କଣ କରାଯିବ ତାହା ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ଏବଂ ଖଣି ଦୁର୍ନୀତି ରେ ରାଜା ଚକ୍ର ଙ୍କ ସ୍ଥିତି କଣ ସମସ୍ତଙ୍କୁ ଅଛପା ନାହିଁ  ସୂତା ଖିଅ ରୁ ଖୋଳତାଡ଼ ଚାଲିଥିବା ବେଳେ କଣ ପାଇଁ ବବି ଦାସ ଆଡଭାନ୍ସ ବେଲ୍ ପାଇଲେ ଏହା ଏକ ବିରାଟ ପ୍ରଶ୍ନ ହେଇ ରହି ଯାଇଛି।
ଏପରି ସମୟରେ ଏତେ ଗୁଡାକ ତନାଘନା ମଧ୍ୟରେ ବୁଢିଆଣୀ ଜାଲ ରୁ ବାହାରିବା ପାଇଁ ଏହା ଏକ ପ୍ରୟାସ ନୁହେଁ ତଃ।
ଯାହା ବି ହେଉ ଏସବୁ ଘଟଣା ରେ ବବି ଦାସ ଙ୍କ ଭୂମିକା କଣ ଅଛି କି ନାହିଁ ତାହା ସମୟ ଆସିଲେ ଜଣାପଡ଼ିବ। ସମୟ ବେଳେ ବିଜେଡିର ସାଙ୍ଗଠନିକ ସମ୍ପାଦକ ଥିଲା ବେଳେ ଯେଉଁ ଢାଞ୍ଚା ଥିଲା ତାହା ଏବେ କିପରି ତାହା ସୋସିଆଲ ମିଡ଼ିଆ ମାଧ୍ୟମ ରେ ଓଡ଼ିଶା ବାସୀ ଦେଖୁଛନ୍ତି। ଯେଉଁ ଲୋକ ବିଜେଡ଼ି ସରକାର ଥିଲାବେଳେ ଏତେ ପାୱାର ଫୁଲ ଥିଲେ ଆଜୀ କିପରି ସ୍ଥିତି ହେଲା ସମସ୍ତେ ଜାଣିଛନ୍ତି।ତଥାପି ସାଧାରଣ ରେ ଯେଉଁ ପ୍ରଶ୍ନ ଉଙ୍କି ମାରୁଛି ତାହା ପାଇଁ ସମୟ କୁ ଅପେକ୍ଷା କରିବାକୁ ପଡ଼ିବ।