ଚିତ୍ରକୋଣ୍ଡା ବିଧାୟକ ହେଲେ ରାଜ୍ୟ କଂଗ୍ରେସ ର ସାଧାରଣ ସମ୍ପାଦକ ।

ଚିତ୍ରକୋଣ୍ଡା ବିଧାୟକ ହେଲେ ରାଜ୍ୟ କଂଗ୍ରେସ ର ସାଧାରଣ ସମ୍ପାଦକ । ମାଲକାନଗିରି, ତା:-୧୯/୦୫ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଗଠନ ପରେ ନୂତନ ପିସିସି ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ମଙ୍ଗୁ ଖିଲଙ୍କୁ ମନୋନୀତ କରାଯାଇଛି । ମଙ୍ଗୁ ଗତ ସାଧାରଣ ନିର୍ବାଚନରେ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଦଳରୁ ବିଜୟୀ ହୋଇଥିଲେ। ସେ ଛାତ୍ରଜୀବନରୁ ରାଜନୀତି ଆରମ୍ଭକରି ୨୦୦୭ରୁ ସକ୍ରିୟ ରାଜନୀତିରେ ଯୋଗଦେଇଥିଲେ। ପ୍ରଥମେ ୱାର୍ଡମେମ୍ବର ପରେ ସରପଞ୍ଚ ଏବଂ ଜିଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ତେଣୁ ତାଙ୍କର ଇଭଳି ଅଭିଜ୍ଞତାକୁ ଦେଖି ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ତରଫରୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି। ଏହାପରେ ଜିଲା କଂଗ୍ରେସ ଓ ଜିଲାବାସୀଙ୍କ ତରଫରୁ ଶ୍ରୀ ଖିଲଙ୍କୁ ଶୁଭେଚ୍ଛା ଜଣାଯାଇଛି। ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର

ଚିତ୍ରକୋଣ୍ଡା ବିଧାୟକ ହେଲେ ରାଜ୍ୟ କଂଗ୍ରେସ ର ସାଧାରଣ ସମ୍ପାଦକ ।