ବାଲେଶ୍ୱର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ କୃଷି ଓ କୃଷକଙ୍କ ଉନ୍ନୟନ ପାଇଁ କେନ୍ଦ୍ର ସରକାରଙ୍କ ପ୍ରାମୁଖ୍ୟପୂର୍ଣ୍ଣ ଯୋଜନା ,

ବାଲେଶ୍ୱର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ କୃଷି ଓ କୃଷକଙ୍କ ଉନ୍ନୟନ ପାଇଁ କେନ୍ଦ୍ର ସରକାରଙ୍କ ପ୍ରାମୁଖ୍ୟପୂର୍ଣ୍ଣ ଯୋଜନା ,

ବାଲେଶ୍ୱର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ କୃଷି ଓ କୃଷକଙ୍କ ଉନ୍ନୟନ ପାଇଁ କେନ୍ଦ୍ର ସରକାରଙ୍କ ପ୍ରାମୁଖ୍ୟପୂର୍ଣ୍ଣ ଯୋଜନାମାନଙ୍କ ମଧ୍ୟରେ ‘ପି.ଏମ୍. କିଷାନ ସମ୍ମାନନିଧି’ ଯୋଜନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି। ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଜନାର ୨୧ତମ କିସ୍ତିର ସହାୟତା ରାଶି ଜାରି କରିବା ପରେ ଏହାର ଅବସରରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଅଡିଟୋରିଆମ କକ୍ଷରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମଟି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ତୁଷାର କାନ୍ତି ତୁଙ୍ଗଙ୍କ ପୋରହିତ୍ୟରେ ସଂପନ୍ନ ହୋଇଥିଲା। ଏଥିରେ ମାନ୍ୟବର ବିଧାୟକ ସଦର ଶ୍ରୀଯୁକ୍ତ ମାନସ କୁମାର ଦତ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷକମାନଙ୍କ ସଶକ୍ତିକରଣରେ ଏହି ଯୋଜନାର ଗୁରୁତ୍ୱ ଉଲ୍ଲେଖ କରିଥିଲେ।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀଯୁକ୍ତ ହେମନ୍ତ କୁମାର ସିଂହ, କୃଷି ବିଜ୍ଞାନ କେନ୍ଦ୍ର, ବାଲିଆପାଳର ବୈଜ୍ଞାନିକ ଶ୍ରୀଯୁକ୍ତ ଅମିତ ଜ୍ୟୋତି ମଲ୍ଲିକ, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ନିଶିକାନ୍ତ ବଳ, ଉପ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରଦୀପ କୁମାର ବଳ ଓ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରିୟଦର୍ଶି ରାଜେଶ ଉପସ୍ଥିତ ଥିଲେ।
ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୦୦ ରୁ ଅଧିକ କୃଷକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହା ସହିତ ଜିଲ୍ଲା କୃଷି ଅଧିକାରୀ, ଗୋଷ୍ଠୀ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ ଓ ବିଭାଗୀୟ କର୍ମଚାରୀମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ସକ୍ରିୟଭାବେ ସହଯୋଗ କରିଥିଲେ।
ତାମିଲନାଡୁର କୋଇମ୍ବାଟୋରରୁ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ କାର୍ଯ୍ୟକ୍ରମ ସହ ବାଲେଶ୍ୱର ଜିଲ୍ଲାରୁ ଲାଇଭ ସଂଯୋଗ ସ୍ଥାପିତ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ କରକମଳରେ ଦେଶର ୩୪ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ୭୦୦ କୋଟି ଟଙ୍କାର ୨୧ତମ କିସ୍ତି ଜାରି କରାଯାଇଥିଲା।
ଓଡିଶାରେ ସର୍ବମୋଟ ୩,୪୧,୨୬୪୦ ଜଣ କୃଷକ ଡିବିଟି ମାଧ୍ୟମରେ ସହାୟତା ରାଶି ପ୍ରାପ୍ତ କରିଥିବାବେଳେ, ବାଲେଶ୍ୱ