ସହିଦ ମାଟିରେ ଆୟୋଜିତ ହେଲା ତ୍ରିରଙ୍ଗା ଶୋଭାଯାତ୍ରା।

ସହିଦ ମାଟିରେ ଆୟୋଜିତ ହେଲା ତ୍ରିରଙ୍ଗା ଶୋଭାଯାତ୍ରା।ପତାକା ଦେଖାଇ ଶୁଭାରମ୍ଭ କଲେ ବ୍ଲକ ଅଧ୍ୟକ୍ଷ।
ମାଲକାନଗିରି
ମାଥିଲି,୧୬,୦୫ ଅପ୍ରେଲ ୨୨ ତାରିଖ ଦିନ ଜମ୍ମୁର ପହଲଗାମ୍ଠାରେ ଆତଙ୍କବାଦୀଙ୍କ ବିଭତ୍ସ କାଣ୍ଡର ଜବାବ୍ରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଭାରତ ଆତଙ୍କବାଦୀଙ୍କ ବିରୁଦ୍ଧରେ ମଇ ୭ ତାରିଖ ଦିନ ‘ଅପରେସନ୍ ସିନ୍ଦୂର’ ଆରମ୍ଭ ହୋଇଥିଲା।ଭାରତୀୟ ସେନା ବାହିନୀର ଅଭୂତପୂର୍ବ ସାହସ ଅଵପରାକାଷ୍ଠା ଯୋଗୁଁ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଆଡ୍ଡା ଧ୍ୱଂସ ପାଇବା ସହ ବହୁ ଆତଙ୍କବାଦୀ ମୃତାହତ ହୋଇଥିଲେ । ଏହି ଆକ୍ରମଣରେ ବ୍ୟତି ବ୍ୟସ୍ତ ହୋଇ ମାତ୍ର ତିନି ଦିନ ପରେ ମଇ ୧୦ ତାରିଖ ଦିନ ପାକିସ୍ତାନ ତରଫରୁ ଅସ୍ତ୍ରବିରତିର ପ୍ରସ୍ତାବ ଦେଇଥିଲା।ଭାରତୀୟ ସେନାର ଶୌର୍ଯ୍ୟ ଓ ପରାକ୍ରମ ଯୋଗୁଁ ଆଜି ଦେଶବାସୀ ଗର୍ବିତ । ଭାରତର ସାର୍ବଭୌମତ୍ୱ ଓ ଭାରତୀୟଙ୍କ ସୁରକ୍ଷା ପାଇଁ ସେନା ବାହିନୀର ଏହି ଦେଶଭକ୍ତି ଓ ବୀରତ୍ୱକୁ ସମ୍ମାନ ଜଣାଇ ଆଜି ମାଲକାନଗିରି ଜିଲ୍ଲାର ସହିଦ ମାଟି ମାଥିଲି ବ୍ଲକ ସଦର ମହକୁମା ଠାରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ କୁମାର ବାକା ଏହି ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଭାରତ ମାତା କି ଜୟ, ବନ୍ଦେ ମାତରମ୍ ଧ୍ୱନିରେ ଗଗନପବନ ପ୍ରକମ୍ପିତ ହୋଇଥିଲା । ବହୁ ସଂଖ୍ୟାରେ ସ୍ଥାନୀୟ ଜନତା, ବ୍ଲକର ନାଗରିକ ସମାଜ, ବଣିକ ସଂଘ, ବିଭିନ୍ନ ସାମାଜିକ ସଂଗଠନ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ମିଶନ ଶକ୍ତି ମହିଳା ଏହି ଶୋଭାଯାତ୍ରାରେ ଯୋଗଦେଇଥିଲେ ।ଦିନ ୧୧ଟା ସମୟରେ ଏହି ତ୍ରିରଙ୍ଗା ଶୋଭାଯାତ୍ରା ହନୁମାନ ମନ୍ଦିର ଠାରୁ ବାହାରି ମାଥିଲି ବଜାର ଓ ସାପ୍ତାହିକ ହାଟ ଓ ଶିଶୁ ମନ୍ଦିର ରାସ୍ତା ଦେଇ ହନୁମାନ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିଥିଲେ।ଜନ ସାଧାରଣଙ୍କ ମନରେ ଅପୂର୍ବ ଉତ୍ସାହ, ଉଦ୍ଦୀପନା ଓ ବିଜୟର ଆନନ୍ଦ ସହ ଦେଶପ୍ରେମର ମନୋଭାବ ଦେଖିବାକୁ ମିଳିଥିଲା।ଏହି ଶୋଭାଯାତ୍ରାରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଡମ୍ବରୁ ସୀସା ଏହି ଅବସରରେ କହିଥିଲେ ଯେ ମାତୃଜାତି ପ୍ରତି ରହିଥିବା ଗଭୀର ସମ୍ବେଦନ ତଥା ଦେଶର କନ୍ୟାର ସିନ୍ଦୂରର ସୁରକ୍ଷା ମାଧ୍ୟମରେ ସମଗ୍ର ଦେଶବାସୀଙ୍କ ସୁରକ୍ଷା, ଦେଶର ଏକତା ଏବଂ ସାର୍ବଭୌମତ୍ୱ ପ୍ରତି ରହିଥିବା ପ୍ରତିବଦ୍ଧତାର ପରିଣାମ ଅପରେସନ୍ ସିନ୍ଦୂର ।ସେ ଆହୁରି ମଧ୍ୟ କହିଥିଲେ ଯେ ସମସ୍ତ ସେନା ବାହିନୀର ସମନ୍ୱୟ ଏବଂ ଦେଶ ସାମରିକ କୌଶଳରେ ବିଶ୍ୱର ସର୍ବଶ୍ରେଷ୍ଠ ଦେଶ ବୋଲି ପ୍ରମାଣିତ ହୋଇ ପାରିଛି।ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ବନମାଳୀ ବରଜା,ବରିଷ୍ଠ ସମାଜସେବୀ କୁନାଲ ମିଶ୍ର, ବଣିକ ସଂଘର ସଭାପତି ଶ୍ରୀକାନ୍ତ ଚୌଧୁରୀ, ମାଥିଲି ଜିଲ୍ଲା ପରିଷଦ ଜୋନ-୩ର ସଭ୍ୟା ସସ୍ମିତା ମାଝୀ, ସଦର ପଞ୍ଚାୟତ ସମିତି ସଭ୍ୟ ତଥା ଯୁବ ନେତା ବାଲରାଜୁ କୋପେ, ପ୍ରେରଣା ମହିଳା ଟ୍ରଷ୍ଟର ସଭାନେତ୍ରୀ ସନ୍ତୋସିନୀ ପାତ୍ର,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କୁଶ ତାତି,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଶାନ୍ତିଲତା ମାଝୀ,ଲକ୍ଷ୍ମଣ ବାଙ୍କିଆ, ନରସିଂହ ନାୟକ,ରଞ୍ଜିତ ଦାସ,ହଳଧର କୋପେ, ମୁନି ମାଡକାମୀ,ବାଳକୃଷ୍ଣ ପଟ୍ଟନାୟକ, ଜୟନ୍ତ ବେହେରା, ଶିବ ଦୁରୁଆ, ବସନ୍ତ ମାଢି ଙ୍କ ସମେତ ର ସମସ୍ତ ପୋଲିସ ପ୍ରଶାସନ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ସ୍ଥାନୀୟ ଆଇଆରବି ର ଯବାନ,ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ମାଥିଲି ଅଞ୍ଚଳ ର ବୃଦ୍ଧ/ବୃଦ୍ଧା ମାନେଙ୍କ ସହିତ ବହୁ ସାଧାରଣ ଲୋକେ ଶୋଭାଯାତ୍ରା ରେ ଯୋଗ ଦେଇଥିଲେ।
ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର