ଜିଲ୍ଲାସ୍ତରୀୟ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ I

ଜିଲ୍ଲାସ୍ତରୀୟ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ I

ଜିଲ୍ଲାସ୍ତରୀୟ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ I

ଖଣ୍ଡପଡା ୪|୬ (ରଜତ ଦାସ୍) ଖଣ୍ଡପଡ଼ା ବ୍ଲକ ଅଧୀନ ସିଧାମୂଳା ଗ୍ରାମସ୍ଥିତ ଗୋକୁଳାନନ୍ଦ ପୀଠ ପରିସରରେ ଜିଲ୍ଲାସ୍ତରୀୟ ୨ ଦିନିଆ 'ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନ–୨୦୨୬' ଭବ୍ୟ  କାର୍ଯ୍ୟକ୍ରମ ବୁଧବାର ଠାରୁ ଆରମ୍ଭ ହୋଇଛି।ନୟାଗଡ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ କାର୍ଯ୍ୟକର୍ତ୍ତା,ପଦାଧିକାରୀ ଓ ଜନପ୍ରତିନିଧିମାନଙ୍କ ଉପସ୍ଥିତିରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ସଂଗଠନର ଆଦର୍ଶ, କାର୍ଯ୍ୟପଦ୍ଧତି ଓ ଜନସେବା ଭିତ୍ତିକ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ‘ଏକାତ୍ମ ମାନବବାଦ’ ଦର୍ଶନ ଆଜି ମଧ୍ୟ ସମାଜ ଗଠନ ଓ ରାଷ୍ଟ୍ର ନିର୍ମାଣରେ ସମ୍ପୂର୍ଣ୍ଣ ପ୍ରାସଙ୍ଗିକ ଉପରେ ଆଲୋକପାତ କରିଥିଲେ।ସଂଗଠନର ପ୍ରତ୍ୟେକ କର୍ମୀ ନିଜକୁ ଜନସେବାରେ ସମର୍ପିତ କରି ସାଧାରଣ ଲୋକଙ୍କ ସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରିବା ଉଚିତ ବୋଲି ସେ ମତ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଖଣ୍ଡପଡା ବିଧାୟକ ଇଂ.ଦୁଷ୍ମନ୍ତ ସ୍ବାଇଁ ଯୋଗ ଦେଇ ପ୍ରଶିକ୍ଷଣ ହେଉଛି ସଂଗଠନ ଶକ୍ତି ବୃଦ୍ଧିର ମୂଳ ଆଧାର ବୋଲି ମତ ଦେଇଥିଲେ। ଏଭଳି ଶିବିର କର୍ମୀମାନଙ୍କୁ ଆଦର୍ଶ, ଶୃଙ୍ଖଳା ଓ ଦାୟିତ୍ୱବୋଧ ପ୍ରତି ଅଧିକ ସଚେତନ କରିବାରେ ଯଥେଷ୍ଟ ସହାୟକ ହେବ ବୋଲି ମତପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ପ୍ରାର୍ଥୀ ରାଘବ ମଲ୍ଲିକ, ପୂର୍ବତନ ଜିଲ୍ଲା ସଭାପତି ପ୍ରସନ୍ନ କୁମାର ଦାଶ, ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ରାଜ୍ୟ ମତ୍ସ୍ୟ ସେଲର ସଭାପତି ମନୋଜ ବେହେରା, ଅନୁସୂଚିତ ଜାତି ମୋର୍ଚ୍ଚା ସଭାନେତ୍ରୀ ମଧୁସ୍ମିତା ବଳିଆର ସିଂ, ଜିଲ୍ଲା ମହିଳା ସଭାନେତ୍ରୀ ଅର୍ଚ୍ଚନା ଦାଶଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି, ସଭାନେତ୍ରୀ, ସଂପାଦକ ଓ ଜିଲ୍ଲାସ୍ତରୀୟ ଏକାଧିକ ପଦାଧିକାରୀ ଉପସ୍ଥିତ ଥିଲେ। ପ୍ରଶିକ୍ଷଣ ଶିବିରର ବିଭିନ୍ନ ଅଧିବେଶନରେ ସଂଗଠନକୁ କିଭଳି ଅଧିକ ସୁଦୃଢ଼ କରିବା, ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନାଗୁଡ଼ିକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ତୃଣମୂଳସ୍ତରରେ ସଂଗଠନାତ୍ମକ କାର୍ଯ୍ୟକଳାପକୁ ଗତିଶୀଳ କରିବା ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ପରିଶେଷରେ ଆୟୋଜକମାନଙ୍କ ପକ୍ଷରୁ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଏହି ୨ ଦିନିଆ ମହାଅଭିଯାନ ଜିଲ୍ଲାର ସଂଗଠନାତ୍ମକ କାର୍ଯ୍ୟଧାରାକୁ ଏକ ନୂତନ ଦିଗଦର୍ଶନ ଦେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଆସନ୍ତାକାଲି ଗୁରୁବାର ଅପରାହ୍ନରେ ପ୍ରଶିକ୍ଷଣ ଶିବିର ଉଦଯାପିତ ହେବ ବୋଲି ଜଣାପଡିଛି।
ଖଣ୍ଡପଡ଼ା ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ସୁପ୍ରିୟା ଦାସ ଙ୍କ ସହିତ ରଜତ କୁମାର ଦାସ ଙ୍କ ରିପୋର୍ଟ ବିଶେଷ ଖବର