ବିଜେପି ବିନା ନିର୍ବାଚନ ରେ ଦଖଲ କରିବ କି ପଟ୍ଟାମୁଣ୍ଡାଇ ବ୍ଲକ କିମ୍ବା l

ବିଜେପି ବିନା ନିର୍ବାଚନ ରେ ଦଖଲ କରିବ କି ପଟ୍ଟାମୁଣ୍ଡାଇ ବ୍ଲକ କିମ୍ବା l

ବିଜେପି ବିନା ନିର୍ବାଚନ ରେ ଦଖଲ କରିବ କି ପଟ୍ଟାମୁଣ୍ଡାଇ ବ୍ଲକ କିମ୍ବା ରାଜନଗର ବ୍ଲକ। ଧିରେ ଧିରେ ଓଡ଼ିଶାରେ ଥିବା କିଛି ବ୍ଲକ୍ ବିଜେଡି ହାତରୁ ଖସି ବିଜେପି କୁ ଯାଉଛି। ଧିରେ ଧିରେ ବିଜେଡି ଦୁର୍ବଳ ହେଉଛି। କେନ୍ଦ୍ରାପଡ଼ା ୦୨.୦୯.୨୦୨୫ ବିନା ନିର୍ବାଚନରେ ବିଜେପି ଦଖଲ କରୁଛି ଗୋଟିକ ପରେ ଗୋଟିଏ ବ୍ଲକ୍ । ବିଜେଡି ଛାଡ଼ି ବିଜେପି ମୁହାଁ ପଞ୍ଚାୟତ ବ୍ଲକ୍ ପ୍ରତିନିଧି । ଦଳ ଜିତିଥିବା ବିଧାନସଭା ସିଟରେ ବି ବ୍ଲକ୍ ବଞ୍ଚାଇ ପାରୁନି ବିଜେଡି । କେନ୍ଦ୍ରାପଡାରୁ କଳାହାଣ୍ଡି, ବଡ଼ଚଣାରୁ ବ୍ରହ୍ମପୁର, ସବୁଠି ସମାନ ଟ୍ରେଣ୍ଡ। ଏ ଚିତ୍ର ୨୭ ତାରିଖର। ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ଧର୍ମଗଡ଼ ବ୍ଲକ୍ ଅଧ୍ୟକ୍ଷା ବବିତା ପାଟ୍ଟଯୋଶୀ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସାଙ୍ଗରେ ୨୪ ଜଣ ସମିତି ସଭ୍ୟଙ୍କୁ ଧରି ବିଜେପି ହାତ ଧରିଛନ୍ତି ବବିତା।ସବୁଠୁ ବଡ଼ କଥା ହେଲା ଏକଦା ବିଜେଡି ଗଡ଼ ଥିବା ଗଞ୍ଜାମ ଏବଂ ଯାଜପୁରରେ ସ୍ଥିତି ବେଶି ଜଟିଳ। କେଉଁଠି ଅନାସ୍ଥା ତ କେଉଁଠି ଦଳରେ ସାମିଲ କରି ବ୍ଲକ୍ ଦଖଲ କରୁଛି ଦଳ। ନିକଟରେ ଧର୍ମଶାଳା ବ୍ଲକ୍ ପଦରୁ ପ୍ରଣବଙ୍କ ଭାଇ ପ୍ରଭାତ ବଳବନ୍ତରାୟ ଇସ୍ତଫା ଦେବା ପରେ ବ୍ଲକ୍ ଏକ ପ୍ରକାର କବଜାକୁ ନେଇଯାଇଛି ବିଜେପି। ୨୪ ତାରିଖରେ ରାଜ୍ୟ କାର୍ଯ୍ୟାଳୟରେ ବଡ଼ଚଣା ବ୍ଲକ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷ ବିଜେପିରେ ସାମିଲ ହୋଇଛନ୍ତି। ବିଜେଡି କହିଛି ଭୟ ଆଉ ଲୋଭ ଦେଖାଇ ନିର୍ବାଚିତ ପ୍ରତିନିଧିଙ୍କୁ ଦଳକୁ ନେଉଛି ବିଜେପି। ଜବାବ ରଖି ବିଜେପି କହିଛି ବିକାଶ ପାଇଁ ବିଜେପି ମୁହାଁ ହେଉଛନ୍ତି ନେତା। କେନ୍ଦ୍ରାପଡ଼ା ଜିଲ୍ଲା ମହକାଳପଡ଼ା ବ୍ଲକ୍ ଦିନେ ବିଜେଡ଼ି ଦୁର୍ଗ ଥିଲା ଅତନୁ ସବ୍ୟସାଚୀ ପରୀ ନେତା ଥିଲେ ।ତଥାପି ବହୁ ବିଜେଡି ନେତା ବିଜେପି ଦଳ କୁ ଆକୃଷ୍ଟ ହୋଇ ମହାକାଳପଡ଼ା ବ୍ଲକ୍ କୁ ବିଜେପି ହାତ କୁ ଟେକି ଦେଲେ ।ଏବେ ସେଇ କେନ୍ଦ୍ରାପଡ଼ା ଜିଲ୍ଲା ର ରାଜନଗର ବ୍ଲକ୍ ଓ ପଟ୍ଟାମୁଣ୍ଡାଇ ବ୍ଲକ କୁ ବିଜେପି ହାତ କୁ ନେବା କୁ ରଣ କୌଶଳ ତିଆରି କରୁଛି।ଏହି କିଛି ଦିନ ତଳେ ପଟ୍ଟାମୁଣ୍ଡାଇ ବ୍ଲକ୍ ର ଉପାଧ୍ୟକ୍ଷ ବିଜେଡି ଦଳ ପରିତ୍ୟାଗ କରି ବିଜେପି ରେ ମିଶିଛନ୍ତି।ତାଙ୍କ ସହିତ ସରପଞ୍ଚ ଓ ସମିତି ସଭ୍ୟ ମଧ୍ୟ ମିଶିଛନ୍ତି।ଆଗକୁ ଦେଖିବାକୁ ବାକି ରହିଲା ଯଦି ଏହି ପରି ଭାବରେ ବିନା ନିର୍ବାଚନ ରେ ଓଡ଼ିଶା ର କିଛି ବ୍ଲକ୍ କୁ ବିଜେଡି ହାତରୁ ଛଡାଇ ଆଣି ପାରୁଛି ବିଜେପି ତାହା ଆଗାମୀ ପଞ୍ଚାୟତ ନିର୍ବାଚନ ରେ ବିଜେପି ସଫା କରିଦେବ ବିଜେଡି କୁ ତାହା ସମୟ କହିବ। ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା।