ବେଆଇନ ଦେଶୀ ବନ୍ଧୁକ ମାମଲାରେ ଗିରଫ କରି ଅଭିଯୁକ୍ତ କୁକୋର୍ଟ ଚାଲାଣ
ଇଟାମାଟି: ଇଟାମାଟି ଥାନା ଅଞ୍ଚଳରେ ବେଆଇନ ଅସ୍ତ୍ର ରଖିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା।ନୁସାରେ ପୁଲିସ ରେକର୍ଡରେ ଇଟାମାଟି ଥାନା କେସ୍ ନମ୍ବର 351, ତାରିଖ 29.09.2026 ଉଲ୍ଲେଖ ରହିଛି। ମାମଲାରେ Arms Actର ଧାରା 25(1B)(a) ଲାଗୁ କରାଯାଇ଼ଛି ।ଏଥିରେ ୪୨ ବର୍ଷୀୟ ଲୋକନାଥ ରାଉତ, ପିତା ସ୍ୱର୍ଗତ ଲୋଚନ ରାଉତ, ଇଟାମାଟି ଥାନା ଅଞ୍ଚଳର ବାସିନ୍ଦା ବୋଲି ଉଲ୍ଲେଖ ରହିଛି। ରେକର୍ଡରେ ଅଭିଯୋଗର ପ୍ରକୃତି ଅସ୍ତ୍ର ଆଇନ ସମ୍ପର୍କିତ ବୋଲି ସ୍ପଷ୍ଟ ହେଉଛି।
ଅସ୍ତ୍ର ଆଇନ ଅଧୀନରେ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ ଧରାଯାଇଥିବା ବେଳେ, ଏହି ଘଟଣାକୁ ନେଇ ଗଣମାଧ୍ୟମକୁ ସୂଚନା ନଦେବା ଇଟାମାଟି ଥାନାର ସୂଚନା ପ୍ରଦାନ ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ଏହା କେବଳ ଏକ ଛୋଟ ମାମଲା ନୁହେଁ। ଜଣେ ବ୍ୟକ୍ତିଙ୍କ ନିକଟରେ ବେଆଇନ ଅସ୍ତ୍ର ଥିବା ଅଭିଯୋଗ ନିଜେ ଆଇନଶୃଙ୍ଖଳା ଦୃଷ୍ଟିରୁ ଗୁରୁତ୍ୱ ବହନ କରେ।
ପ୍ରଶ୍ନ ଉଠୁଛି—ଅଭିଯୁକ୍ତଙ୍କୁ ଗିରଫ କରାଗଲା, ମାମଲା ରୁଜୁ ହେଲା, କୋର୍ଟ ଚାଲାଣ ପ୍ରକ୍ରିୟା ହେଲା; ତେବେ ଗଣମାଧ୍ୟମକୁ ଏହି ଘଟଣା ବିଷୟରେ ଜଣାଇବାରେ ଅସୁବିଧା କେଉଁଠି?
ଏହି ମାମଲାରେ କେଉଁ ପ୍ରକାରର ଦେଶୀ ବନ୍ଧୁକ ଜବତ ହୋଇଛି, ଅସ୍ତ୍ର ସହ ଗୁଳି କିମ୍ବା ଅନ୍ୟ କୌଣସି ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି କି ନାହିଁ, ଅସ୍ତ୍ରଟି ଅଭିଯୁକ୍ତଙ୍କ ନିକଟକୁ କେଉଁଠାରୁ ଆସିଥିଲା ଏବଂ ଏହା ପଛରେ ଅନ୍ୟ କାହାରି ସମ୍ପୃକ୍ତି ଅଛି କି ନାହିଁ—ଏସବୁ ଦିଗ ତଦନ୍ତର ବିଷୟ ହୋଇପାରେ। ଏହାର ତଥ୍ୟ ପୁଲିସ ପକ୍ଷରୁ ସ୍ବତଃ ସ୍ପଷ୍ଟ ହେବା ଆବଶ୍ୟକ।
ଆହୁରି ଏକ ବଡ଼ ପ୍ରଶ୍ନ ହେଉଛି, ଇଟାମାଟି ଥାନା ଅଞ୍ଚଳରେ ବେଆଇନ ଅସ୍ତ୍ର ଚଳାଚଳ ଉପରେ ପୁଲିସର ନଜର କେତେ ଦୃଢ଼? ଯଦି ନିୟମିତ ଭାବେ ଏଭଳି ଅପରାଧ ବିରୋଧରେ ଚଢ଼ାଉ ଚାଲିଛି, ତେବେ ତାହାର ସୂଚନା ସାର୍ବଜନୀନ ହେବା ଦ୍ୱାରା ଲୋକମାନେ ମଧ୍ୟ ପୁଲିସର କାର୍ଯ୍ୟକଳାପ ସମ୍ପର୍କରେ ଅବଗତ ହୋଇପାରିବେ।
ଅନ୍ୟପକ୍ଷରେ, ତଦନ୍ତର ସ୍ୱାର୍ଥରେ ଯଦି କୌଣସି ତଥ୍ୟ ପ୍ରକାଶ କରାଯାଇପାରୁନଥାଏ, ତେବେ ପୁଲିସ ତାହା ସ୍ପଷ୍ଟ କରିପାରେ। କିନ୍ତୁ ମାମଲା ରୁଜୁ ଓ ଗିରଫ ସମ୍ପର୍କରେ ମଧ୍ୟ ଗଣମାଧ୍ୟମକୁ କୌଣସି ସୂଚନା ସ୍ବତଃ ନଦେବାର କାରଣ କ’ଣ, ତାହା ନେଇ ଏବେ ଆଲୋଚନା ଆରମ୍ଭ ହୋଇଛି।
ଗଣମାଧ୍ୟମ ପୁଲିସର ତଦନ୍ତରେ ହସ୍ତକ୍ଷେପ କରେନାହିଁ। ଲୋକଙ୍କ ସୁରକ୍ଷା, ଆଇନଶୃଙ୍ଖଳା ଓ ଅପରାଧ ସମ୍ପର୍କିତ ତଥ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବା ହେଉଛି ଗଣମାଧ୍ୟମର ଦାୟିତ୍ୱ। ସେହି ଦୃଷ୍ଟିରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ମାମଲାରେ ପୁଲିସ ପକ୍ଷରୁ ଅଧିକୃତ ସୂଚନା ମିଳିବା ଆବଶ୍ୟକ।
ଏଠାରେ ଆଉ ଏକ ପ୍ରଶ୍ନ ମଧ୍ୟ ଉଠୁଛି
ପୁଲିସ ରେକର୍ଡରେ ମାମଲା ନମ୍ବର, ତାରିଖ, ଅଭିଯୁକ୍ତଙ୍କ ବିବରଣୀ ଏବଂ Arms Actର ଧାରା ଉଲ୍ଲେଖ ଥିବା ସତ୍ତ୍ୱେ ଏହି ଘଟଣା ସମ୍ପର୍କରେ ଗଣ ମାଧ୍ୟମ ଙ୍କୁ ଦୂରେ ରଖିବା କେତେ ଦୂର ସମିଚୀନ ?
ଅଭିଯୁକ୍ତକୁ ବେଆଇନ ଅସ୍ତ୍ର ମାମଲାରେ ଗିରଫ ଓ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ରେକର୍ଡରେ ମାମଲା ରହିଛି।
ଆଶୋକ କୁମାର ସା।ଥୁଆ , ଜିଲ୍ଲା ପ୍ରତିନିଧି ନୟାଗଡ଼


admin 
