ବୌଦ୍ଧ ଏନଏସି ଅଫିସ ଆଗରେ ଦୁର୍ଘଟଣାରେ ମୃତ ଗୋରୁର ମୃତଦେହ ରଖି ଧାରଣା ଦେଲା ବଜରଙ୍ଗ ଦଳ
ବୌଦ୍ଧ:୧୮/୫(ରବିନ୍ଦ୍ର ପଟ୍ଟନାୟକ) ବୌଦ୍ଧ ଏନ ଏ ସି ଅଫିସ୍ ଆଗରେ ଗତକାଲି ରାତି ଦୁର୍ଘଟଣାରେ ମୃତ ଗୋରୁର ମୃତଦେହ ରଖି ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦର କର୍ମକର୍ତ୍ତା ମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା | ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୧୧ ଘଣ୍ଟା ସମୟରେ ଏକ ସରକାରୀ ବସ୍ ବୌଦ୍ଧ ସଦର ରାଜନ ପାଲି ରାସ୍ତାର ହୋଟେଲ ଦେବାଶିଷ ଆଗରେ ଏକ ବୁଲା ଗୋରୁ କୁ ଧକ୍କାଦେଇ ଘଟଣା ସ୍ଥଳରୁ ପଳେଇଥିଲା । ଫଳରେ ଉକ୍ତ ଗାଈର ମୃତ୍ୟୁ ହୋଇ ଯାଇଥିଲା l ଆଜି ସକାଳେ ଉକ୍ତ ଗୋରୁର ମୃତଦେହକୁ ବୌଦ୍ଧ ଏନ ଏ ସି କାର୍ଯ୍ୟାଳୟ ଆଗରେ ରଖି ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦର କର୍ମକର୍ତ୍ତା ମାନେ ମୁଖ୍ୟ ଫାଟକ ବନ୍ଦ କରି ପ୍ରତିବାଦ ପ୍ରଦର୍ଶନ କରିଥିଲେ |
ସେହି ସମୟରେ ବୌଦ୍ଧ ପୋଲିସ ପହଞ୍ଚି ଫାଟକ ଖୋଲାଇବା ପରେ ସହରର ବୁଲା ଗାଈଗୋରୁଙ୍କୁ କୌଣସି ଗୋଶାଳାକୁ ହସ୍ତାନ୍ତର ପାଇଁ ଦାବି କରି ଉଭୟ ସଂଗଠନର କର୍ମକର୍ତ୍ତା ମାନେ ଧାରଣା ଦେଇଥିଲେ | ସର୍ବଶେଷ ସୂଚନା ଅନୁଯାୟୀ ସମସ୍ତ ବୁଲା ଗୋରୁଙ୍କୁ ଧରି ଗୋଶାଳାକୁ ପଠାଯିବ ବୋଲି ବୌଦ୍ଧ ଏନ ଏ ସି ନିର୍ବାହୀ ଅଧିକାରୀ ଶ୍ରୀ ସତ୍ୟ ପ୍ରଧାନ ଲିଖିତ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି | ଧାରଣାରେ ବଜରଙ୍ଗ ଦଳ ସଂଯୋଜକ ମିଥୁନ ନାଏକ, ରାଜେନ୍ଦ୍ର ସାହୁ,ବିଶ୍ବ ହିନ୍ଦୁ ପରିଷଦର ସଭାପତି ଶମ୍ଭୁ ପ୍ରସାଦ ମିଶ୍ର, ସମ୍ପାଦକ ଚକିତ ଭଞ୍ଜ ଓ ଅନ୍ୟ କର୍ମକର୍ତ୍ତା ମାନେ ସାମିଲ୍ ହୋଇଥିଲେ |


admin 
