ଗୃହ ଓ ଜନ ଗଣନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଖଣ୍ଡପଡ଼ା ୮|୪ ଖଣ୍ଡପଡ଼ା ସହରର ବାଇପାସ ରାସ୍ତା ପାର୍ଶ୍ବସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନ ଧରି ଚାଲିଥିବା ଗୃହ ଓ ଜନଗଣନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବୁଧବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି।ପ୍ରଶିକ୍ଷଣ ଶିବିରରେ ଖଣ୍ଡପଡ଼ା ବ୍ଲକ ଅଧୀନ ବିଭିନ୍ନ ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ୨୪୩ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଚଳିତ ମାସ ୧୬ ତାରିଖରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଘରକୁ ଘର ବୁଲି ଗୃହ ଓ ଜନଗଣନା କାର୍ଯ୍ୟ କିପରି ନିର୍ଭୁଲ ଭାବେ କରାଯିବ ସେ ସଂର୍ପକରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।
ଉଦଯାପନୀ ଦିବସରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶୁକଦେବ ବେହେରା, ତହସିଲଦାର ବିଶ୍ୱ ବିଶ୍ରୁତ ତ୍ରିପାଠୀ,ବିଡିଓ ଅଙ୍କୁର ଅଭିଳାଷ, ଅତିରିକ୍ତ ତହସିଲଦାର ରୀନାରାଣୀ ସ୍ୱାଇଁ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ମିଶ୍ର ପ୍ରମୁଖ ଯୋଗଦେଇ ଗୃହ ଗଣନା ଓ ଜନଗଣନା କାର୍ଯ୍ୟର ମହତ୍ଵ ପ୍ରଶାସନ ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ ହୋଇଥାଏ ସେହିପରି ଦେଶର ବିକାଶରେ ମଧ୍ଯ ସହାୟକ ହୋଇଥାଏ ବୋଲି ମତ ଦେଇଥିଲେ। ଅତିରିକ୍ତ ତହସିଲଦାର ଶ୍ରୀମତି ସ୍ୱାଇଁଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ତହସିଲଦାର ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ରହି ଏଚ ଏଲ ଓ ଆପ ଦ୍ଵାରା ଗଣନା କାର୍ଯ୍ୟ, ମ୍ୟାପିଂ, ଗୃହ ଗୁଡିକର ସଂଖ୍ୟା, ସେନ୍ସେସ ଗୃହ ନମ୍ବର ଆଦି ୩୪ ଟି ସଠିକ ତଥ୍ଯ ସବୁ କିପରି ପରିବାରର ମୁଖ୍ୟଙ୍କ ଠାରୁ ଆଦାୟ କରି ଗଣନା କାର୍ଯ୍ୟ କରାଯିବ ସେ ଉପରେ ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଥିଲେ।
ସେହିପରି ତାଲିମ ଗ୍ରହଣ କରିଥିବା ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କ ଗୃହ ଗଣନା ସମ୍ପର୍କିତ ସମସ୍ତ ଦ୍ଵନ୍ଦ ପ୍ରଶାସନିକ ଅଧିକାରୀମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜରିଆରେ ଦୁର କରିଥିଲେ। ଶିବିର ପରିଚାଳନାରେ ଖଣ୍ଡପଡ଼ା ତହସିଲ କାର୍ଯ୍ଯାଳୟର ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ।
ଖଣ୍ଡପଡ଼ା ରୁ ରଜତ ଦାସ୍ ଙ୍କ ରିପୋର୍ଟ ବିଶେଷ ଖବର


admin 
