ବିଜେପି କୁ ଖାଲ ରେ ପକାଇବାକୁ କରିଥିଲା ଷଡ଼ଯନ୍ତ୍ର ବିଜେଡି ଓ ଛାତ୍ର ଦୀପଙ୍କର ଙ୍କ ବୟାନ ପରେ ହେଲା ପର୍ଦ୍ଦାଫାସ।
ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଦନପୁର ୟୁ.କେ. ମହାବୀର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଘଟିଥିବା ଗଣ୍ଡଗୋଳ ଏବେ ନୂଆ ମୋଡ ନେଇଛି। ଘଟଣାର ଶିକାର ହୋଇଥିବା ସଭାପତି ପ୍ରାର୍ଥୀ ଦୀପଙ୍କର ରାଉତ ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତା ଜାରି କରି ରାଜନଗର ବିଧାୟକ ଓ ବିଜୁ ଜନତା ଦଳର କିଛି ନେତାଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।ସୂଚନା ଅନୁଯାୟୀ, ଗତକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାରକୁ ନେଇ କଲେଜରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ରାସ୍ତାରୋକ ହୋଇଥିଲା। ଏଥିରେ ଆହତ ହୋଇ ଦୀପଙ୍କର କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି ହୋଇଥିଲେ।ଏହି ସମୟରେ ଦୀପଙ୍କର ଘରକୁ ଫେରିବାରେ ବିଳମ୍ବ ହେବାରୁ ରାତି ପ୍ରାୟ ୯ଟାରେ ରାଜନଗର ବିଧାୟକ ଧୃବ ସାହୁ, ବ୍ଲକ ଚେୟାରମ୍ୟାନ ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ତାଙ୍କର କିଛି ସମର୍ଥକ ଦୀପଙ୍କରଙ୍କ ସୁରକ୍ଷିତ ଘର ବାହୁଡା ଦାବିରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଭିତରେ ଧାରଣା ଓ ନାରାବାଜି କରିଥିବା ଅଭିଯୋଗ ହୋଇଛି। ଥାନା ଆଇଆଇସି ପ୍ରଦୀପ୍ତ କୁମାର କାନୁନଗୋ ଆଲୋଚନା ପାଇଁ ଡାକି ଚେୟାର ଯାଚିଥିଲେ ମଧ୍ୟ ବିଧାୟକ ତଳେ ବସି ନାରାବାଜି ଜାରି ରଖିଥିଲେ। ପରେ ମଧ୍ୟରାତ୍ରିରେ ଦୀପଙ୍କର ସୁସ୍ଥ ଅବସ୍ଥାରେ ଘରେ ପହଞ୍ଚିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଆଜି ସକାଳେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦୀପଙ୍କର କହିଛନ୍ତି, "ମୋର ନିର୍ବାଚନରେ ପ୍ରାର୍ଥୀ ହେବାର ଇଚ୍ଛା ନଥିଲା।
ବିଧାୟକ ଏବଂ ମୋ ଗ୍ରାମର କିଛି ବିଜେଡି ନେତା ଚାପ ପକାଇ ମୋତେ ପ୍ରାର୍ଥୀ କରାଇଥିଲେ। ଘରେ ବାପା-ମା' ଅସନ୍ତୋଷ ହେବାରୁ ମୁଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ଯାଇଥିଲି। ସେଠାରେ ବିଜେଡିର କିଛି ନେତା ଓ ମୋ ସାଙ୍ଗମାନେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ନକରିବାକୁ ଚାପ ପକାଇବା ସହିତ ମୋତେ ଟଣାଓଟରା କରିଥିଲେ। ଏବିଭିପି ପିଲାମାନେ ସୁରକ୍ଷିତ ଭାବେ ମୋତେ ମେଡିକାଲରେ ଭର୍ତ୍ତି କରିଥିଲେ। ମୁଁ ଏବେ ରାଜନୀତି କରିବାକୁ ଚାହୁଁନାହିଁ, ପାଠ ପଢିବାକୁ ଚାହୁଁଛି। ଯଦି ମୋର କିଛି କ୍ଷତି ହୁଏ, ସେଥିପାଇଁ ବିଧାୟକ ଓ ବିଜେଡି ଦାୟୀ ରହିବେ।"ଏ ନେଇ ବିଧାୟକ ଧ୍ରୁବ ସାହୁଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜର ରଖି ଅଧ୍ୟକ୍ଷ ଚଳିତ ନିର୍ବାଚନକୁ ବାତିଲ କରିବା ସହିତ କଲେଜକୁ ସାଇନ ଡାଏ ଘୋଷଣା କରିଛନ୍ତି
ସଂଜୟ କୁମାର ପଣ୍ଡା ଙ୍କ ରିପୋର୍ଟ ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା
।


admin 
