ବୌଦ୍ଧଜିଲ୍ଲାରେ ମଠ ମନ୍ଦିର ଅସୁରକ୍ଷିତ ସାଧୁ ସନ୍ଥ ପୂଜକଙ୍କ ଅବସ୍ଥା ଦୟନୀୟ .

ବୌଦ୍ଧଜିଲ୍ଲାରେ ମଠ ମନ୍ଦିର ଅସୁରକ୍ଷିତ ସାଧୁ ସନ୍ଥ ପୂଜକଙ୍କ ଅବସ୍ଥା ଦୟନୀୟ .
ବୌଦ୍ଧ: ବୌଦ୍ଧଜିଲ୍ଲାରେ ହାତଗଣତି ମଠ ରହିଥିବା ବେଳେ ମନ୍ଦିର ସଂଖ୍ୟା ଭରପୁର ରହିଛି l ବିଶ୍ଵ ଶାନ୍ତି ବିଷ୍ଣୁ ମହାଯଜ୍ଞ ଓ ସନ୍ଥ ସମ୍ମେଳନ ର ଏକ ବର୍ଷ ପୂର୍ତ୍ତି ଅବସରରେ ପାତାଳୀ ଶ୍ରୀକ୍ଷେତ୍ର ନାୟକପଡ଼ା ଗୁମ୍ଫା ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମଚାରୀ ଆଦିତ୍ୟ ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ଆଧ୍ୟାତ୍ମିକ ସମ୍ମିଳନୀ ବୈଠକରେ ଦମ୍ବରୁଗଡ ମଠର ମହନ୍ତ ସର୍ବେଶ୍ଵର ଦାସ ଜିଲ୍ଲାରେ ରହିଥିବା ମଠ ମନ୍ଦିର ନିର୍ମାଣ ଓ ସୁରକ୍ଷା ପ୍ରତି ସରକାର ଦୃଷ୍ଟି ଦେବା ଆବଶ୍ୟକ l ପୂର୍ବ ଓଡ଼ିଶାରେ ମଠ ଗୁଡ଼ିକ ଦର୍ଶନୀୟ ସ୍ଥାନ ଭାବେ ପରିଚୟ ଲାଭ କରିପାରିଛି l ପ୍ରବକ୍ତା ଗୌରୀ ପ୍ରସାଦ ସାହୁ ଗୀତା ରାମାୟଣ ଭାଗବତ ବିଷୟରେ ଆଲୋଚନା କରିଥିଲେ l ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଦେବାଶିଷ ପୁରୋହିତ ଯୋଗଦେଇ ସାଧୁ, ସନ୍ଥ ଓ ବ୍ରାହ୍ମଣମାନଙ୍କୁ ସମ୍ମାନ ଦେଲେ ଭାରତ ବିଶ୍ଵ ଗୁରୁ ହୋଇପାରିବ l ଧାର୍ମିକ ଅନୁଷ୍ଠାନ ରେ ସହଯୋଗର ହାତ ବଢ଼ାଇଥିବା ବ୍ୟକ୍ତିବିଶେଷଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା l ପାତାଳୀ ଶ୍ରୀକ୍ଷେତ୍ର ଓ ଡମ୍ବରୁଗଡ ମଠର ବିକାଶ ପାଇଁ ଜିଲ୍ଲା ପ୍ରଶାସନ, ନିର୍ବାଚିତ ପ୍ରତିନିଧି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପଦକ୍ଷେପ ନେବାକୁ ଆଲୋଚନା ହୋଇଥିଲା l ସମ୍ମିଳନୀରେ ମହନ୍ତ ଗୋପାଳ ଦାସ, ସାମ୍ବାଦିକ ଜ୍ଞାନେନ୍ଦ୍ର ରଥ, ସମାଜସେବୀ କୃତ୍ତିବାସ ପଲିଆ, ଗୋସେବକ ନିର୍ଗୁଣ ମହାକୁଡ, କୃଷକ ନେତା ବିଶିକେଶନ ପ୍ରଧାନ, ଶିବ କର୍ମୀ, ରବି ବେହେରା, ମିନୁ ପ୍ରସାଦ ମିଶ୍ର ଓ ରାଧା ମାଧବ ଟ୍ରଷ୍ଟ ର ସଦସ୍ୟମାନେ ଯୋଗଦାନ କରିଥିଲେ