ନୂତନ ତହସିଲଦାରଙ୍କୁ ଉତ୍କଳ ସାମ୍ବାଦିକ ସଙ୍ଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା।
ନୂତନ ତହସିଲଦାରଙ୍କୁ ଉତ୍କଳ ସାମ୍ବାଦିକ ସଙ୍ଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା।
ମାଲକାନଗିରି ୨୧-୦୪ ୨୦୨୫(ଶିବପ୍ରସଦ ପରିଛାବି ଶେଷ ଖବର)ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବାସୁଦେବ ଜେନାଙ୍କ ନେତୃତ୍ୱରେ ଆଜି ମାଥିଲି ତହସିଲଦାର ନୂତନ ଭାବରେ ଯୋଗ ଦେଇଥିବା ସୁଶ୍ରୀ ମାନସୀ ଭୋଇଙ୍କୁ ପୁଷ୍ପ ଗୁଚ୍ଛ ସହ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି।ଏବଂ ମାଥିଲି ତହସିଲଦାର ଅଞ୍ଚଳରେ କିପରି ଜନସାଧାରଣ ଙ୍କ ପାଖରେ ସରକାରୀ ସହାୟତା ସହିତ ସମସ୍ତ ପ୍ରକାର ସୁଵିଧା ସୁଯୋଗ ପହଞ୍ଚି ପାରିବ ସେଥିପାଇଁ ବ୍ଲକ ଅଞ୍ଚଳ ରେ ସର୍ବଦା କାର୍ଯ୍ୟ କରିବା ସହିତ କଡା ପଦକ୍ଷେପ ନେବା ପାଇଁ ସଂଘର କର୍ମକର୍ତ୍ତା ଅଜିତ ସଗରିଆ,ଶ୍ୟାମ ପ୍ରସାଦ ପଟ୍ଟନାୟକ, ସାମ୍ବାଦିକା ପଦ୍ମା ନାୟକ ,ଶିବ ପ୍ରସାଦ ପରିଛା,ପ୍ରଶାନ୍ତ କୁମାର ସଗରିଆ ଓ ବିକାଶ ପରିଛା ନୂତନ ତହସିଲଦାରଙ୍କୁ ଜାଣଇଥିଲେ।ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଭୋଇ ମାଥିଲି ବ୍ଲକ ଅଞ୍ଚଳରେ କିପରି ସାଧାରଣ ଲୋକଙ୍କ ପାଖରେ ରାଜସ୍ୱ ବିଭାଗ ର କର୍ମଚାରୀ ମାନେ ପହଞ୍ଚି ଲୋକଙ୍କ ସମସ୍ୟା ସମାଧାନ କରି ପାରିବ ସେଥିପାଇଁ ମାଥିଲି ବ୍ଲକ ତହସିଲ ତରଫରୁ ସମ୍ପୁର୍ଣ୍ଣ ଭାବେ ଚେଷ୍ଟା କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ତାହା ସହିତ ଜନସାଧାରଣ ମାନଙ୍କ ସହିତ ସୁ ସମ୍ପର୍କ ସ୍ଥାପନ କରିବା ସହିତ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରହିବ ବୋଲି ସୁଶ୍ରୀ ଭୋଇ ଗଣମାଧ୍ୟମ ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ମାଲକାନଗିରି ରୁ ଶିବପ୍ରସାଦ ପରିଛା ଙ୍କ ରିପଟ ବିଶେଷ ଖବର