ବୌଦ୍ଧରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ।

ବୌଦ୍ଧରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ।

ବୌଦ୍ଧରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ । *ଯୋଗଦେଲେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ।* ବୌଦ୍ଧ:୨୧/୦୬(ରବିନ୍ଦ୍ର ପଟ୍ଟନାୟକ) ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବୌଦ୍ଧ ଜିଲ୍ଲା ପ୍ରଶାସନ, କ୍ରୀଡ଼ା ଓ ଯୁବ ସେବା ବିଭାଗ ଓ ଯୋଗ ମହୋତ୍ସବ ସମିତି ଓଡ଼ିଶାଙ୍କ ମିଳିତ ଆନୁକୂଲ୍ୟରେ ଆଜି ଜିଲ୍ଲା ସ୍ତରୀୟ ଯୋଗ ଦିବସ ଭବ୍ୟ ସମାରୋହରେ ସ୍ଥାନୀୟ ସ୍ଟେଡିୟମ ଠାରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ମାନ୍ୟବର ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମସ୍ତଙ୍କୁ ଉଦବୋଧନ ଦେଇ ଜିଲ୍ଲାପାଳ କହିଥିଲେ ଯେ ନିୟମିତ ଯୋଗାଭ୍ୟାସ ଦ୍ୱାରା ମାନସିକ ଶାନ୍ତି, ଶାରୀରିକ ସୁସ୍ଥତା ଏବଂ ଜୀବନରେ ସକାରାତ୍ମକତା ବୃଦ୍ଧି ପାଇଥାଏ। ଯୋଗ ଆମକୁ ବିଶ୍ଵ ଦରବାରେ ଏକ ସ୍ଵତନ୍ତ୍ର ସ୍ଥାନ ପ୍ରଦାନ କରିଛି । ସେ ସମସ୍ତଙ୍କୁ ପ୍ରତିଦିନ ଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ। ବିଧାୟକ ଯୋଗର ଗୁରୁତ୍ୱ ଓ ସୁସ୍ଥ ଜୀବନଶୈଳୀ ଗଠନରେ ଏହାର ଅପରିହାର୍ଯ୍ୟ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଯୋଗ ଭାରତର ପ୍ରାଚୀନ ଐତିହ୍ୟ ହୋଇଥିବା ବେଳେ ଏହା ଆଜି ସମଗ୍ର ବିଶ୍ୱରେ ସୁସ୍ଥ ଜୀବନର ମନ୍ତ୍ର ଭାବେ ପରିଗଣିତ ହୋଇଛି। ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କୁଲଦୀପ ମିନା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ-ଜିଲ୍ଲାପାଳ ବିନୟ କୁମାର ଭୋଇ ଏବଂ ତହସିଲଦାର ଶ୍ରୀମତୀ ଅନିତା କୁମାରୀ ସାହୁ ପ୍ରମୁଖ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସମସ୍ତ ଅତିଥି, ଯୋଗ ପ୍ରଶିକ୍ଷକ, ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଓ ଉପସ୍ଥିତ ଜନସାଧାରଣଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇଥିଲେ। ଯୋଗ ଗୁରୁ ତଥା ଯୋଗ ମହୋତ୍ସବର ମୁଖ୍ୟ ପ୍ରଶିକ୍ଷିକ ଦେବାଶିଷ ପୁରୋହିତ ସମସ୍ତଙ୍କୁ ଯୋଗାଭ୍ୟାସ କରାଇଥିଲେ । ଜିଲ୍ଲା କ୍ରୀଡ଼ା ଅଧିକାରୀ ଜ୍ୟୋତି ରଞ୍ଜନ ଭୂଏଙ୍କ ଆୟୋଜନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗ ମହୋତ୍ସବ କମିଟିର ଜିଲ୍ଲା ସଂଯୋଜକ ବିଜୟ କୁମାର ସାହୁ, ଯୋଗ ଶିକ୍ଷକ ନଟବର ଅଗ୍ରୱାଲ, ଡମ୍ବରୁ ବେହେରା, ପ୍ରଜ୍ଞା ଦାଶ, ସୌମ୍ୟ ସୁମନ ପୁରୋହିତ, ଦିଲୀପ ଚୌଧୁରୀ, ନମିତା ପ୍ରଧାନ, ରଞ୍ଜନ ମେହେର, ବିକାଶ ଅଗ୍ରୱାଲ ଯୋଗ ପ୍ରଦର୍ଶନ କରିଥିଲେ । ମହାନଦୀ ଆଳତିଘାଟ ପତଞ୍ଜଳି ଯୋଗ ପୀଠର ସଦସ୍ୟମାନେ ସମୂହ ଯୋଗାଭ୍ୟାସ ପରିଚାଳନା କରିଥିଲେ । ଏହି ଅବସରରେ ଯୋଗଗୁରୁ ଦେବାଶିଷ ପୁରୋହିତଙ୍କ ଦ୍ଵାରା ଯୋଗ ସମ୍ବନ୍ଧୀୟ ଶପଥ ପାଠ ମଧ୍ୟ କରାଯାଇଥିଲା।କାର୍ଯ୍ୟକ୍ରମରେ ସମାଜସେବୀ ତଥା ଜିଲ୍ଲା ବିଜେପି ସଭାପତି କ୍ରିଷ୍ନ ମିଶ୍ର,ବିପ୍ରଚରଣ ମହାନ୍ତିଙ୍କ ସମେତ ବିଭିନ୍ନ ଜନପ୍ରତିନିଧି, ସମସ୍ତ ପ୍ରଶାସନିକ ଅଧିକାରୀ, ଜିଲ୍ଲା ସ୍ତରୀୟ ଅଧିକାରୀ, ଏସଡିପିଓ ଲରେନ୍ସ ରାଉତରାୟ, ବୌଦ୍ଧ ଆଦର୍ଶ ଥାନାର ଆଇଆଇସି, ବରିଷ୍ଠ ନାଗରିକ ମଣ୍ଡଳୀ, ବିଭିନ୍ନ ବିଭାଗର କର୍ମଚାରୀ, ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ସାମ୍ବାଦିକ ଏବଂ ବହୁ ସଂଖ୍ୟକ ଯୋଗପ୍ରେମୀ ନାଗରିକ ଉପସ୍ଥିତ ଥିଲେ । ସମଗ୍ର କାର୍ଯ୍ୟକ୍ରମ ଉତ୍ସାହ, ଶୃଙ୍ଖଳା ସହିତ ପରିଚାଳିତ ହୋଇ ଯୋଗ ପ୍ରତି ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲା।