ଭୂମିଆ ସମାଜର ତୃତୀୟ ବାର୍ଷିକ ଉତ୍ସବରେ ମହା ସମାବେଶ ଅନୁଷ୍ଠିତ। .

ଭୂମିଆ ସମାଜର ତୃତୀୟ ବାର୍ଷିକ ଉତ୍ସବରେ ମହା ସମାବେଶ ଅନୁଷ୍ଠିତ।
ମାଲକାନଗିରି ମାଥିଲି, ୦୪,୦୬ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କୋରାପାଲ୍ଲୀ ମୂଳ ନିବାସୀ ଭୂମିଆ ସମାଜ ପକ୍ଷରୁ କିଆଙ୍ଗ ପଞ୍ଚାୟତ ଅନ୍ତର୍ଗତ ସିନ୍ଧିଗୁଡା ଠାରେ ତୃତୀୟ ବାର୍ଷିକ ଉତ୍ସବ ମହା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଭୂମିଆ ସମାଜର ଉପଦେଷ୍ଟା ତ୍ରିନାଥ ଭୂମିଆ,କୁଳ ନାୟକ ସମାରୁ ନାୟକଙ୍କ ନେତୃତ୍ୱରେ ତୃତୀୟ ଥର ଭୂମିଆ ସମାଜ ଜନଜାତିର ୨୧ ଖଣ୍ଡ ଗ୍ରାମର କୁଳ ନାୟକ ଓ କୁଳ ସଭାପତି ମାନଙ୍କ ଉପସ୍ଥିତ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆଦିବାସୀ ମହାସଙ୍ଘ ର ସଭାପତି ବନ୍ଧୁ ମୁଦୁଲି ,ଭୂମିଆ ସମାଜର ଜିଲ୍ଲା ଜିଲ୍ଲା ସଭାପତି ଜଗନ୍ନାଥ ସମରଥ, ସାଲିମି ଗଢ଼ ଭୂମିଆ ସମାଜର ସଭାପତି ତୁଳସିରାମ ଭୂମିଆ, ମୁଖ୍ୟ ବକ୍ତା ଭାବେ ସରକାରୀ ଆଦିବାସୀ ସଂଘର ବ୍ଲକ ସଭାପତି ବୃନ୍ଦାବନ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ କୋରାପାଲ୍ଲୀ ଭୂମିଆ ସମାଜର ସମ୍ପାଦକ ନରସିଂହ ନାୟକ, ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ, ଉପଦେଷ୍ଟା ଲବ ଭୂମିଆ, ଚାଉଳମେନ୍ଦୀ ସରପଞ୍ଚ ଜଳନ୍ଧର ନାୟକ , କିଆଙ୍ଗ ସରପଞ୍ଚ ଲକିନାଥ ପୂଜାରୀ ଓ ଗୌର ଚନ୍ଦ୍ର ନାୟକ ଯୋଗ ଦେଇ ପ୍ରଥମେ ଭୂମିଆ ସମାଜର ସ୍ୱାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକ ଓ ଭାରତର ସମ୍ବିଧାନ ପ୍ରଣୟନକାରୀ ବିଆର ଆମ୍ବେଦକର ଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ଦେବା ସହ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା। ଉପଦେଷ୍ଟା ତ୍ରିନାଥ ଭୂମିଆ ସମସ୍ତ ଅତିଥି ପରିଚୟ ପ୍ରଦାନ କରିବା ପରେ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ଉପସ୍ଥିତ ଥିବା ସମସ୍ତ ୨୧ଖଣ୍ଡ ଗ୍ରାମର କୁଳ ନାୟକ ଓ କୁଳ ସଭାପତି ବରିଷ୍ଠ ସମ୍ବାଦିକ ବାସୁଦେଦ ଜେନା ଓ ଶିଵ ପ୍ରସାଦ ପରିଛା ଙ୍କୁ ମଧ୍ୟ ଭୂମିଆ ସମାଜ ତରଫରୁ ସମାରୁ ନାୟକଙ୍କ ଦ୍ୱାରା ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରାଯାଇ ଥିଲା। ଭୂମିଆ ସମାଜ ଜନଜାତି ର ବିର ସଂଗ୍ରାମୀ ମାନେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନ ସମୟରେ ଇଂରେଜମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରି ଅନେକ ଭୂମିଆ ଜନଜାତିର ବିର ସନ୍ତାନ ମାନେ ଇଂରେଜ ସରକାରଙ୍କ ପୋଲିସ ଗୁଳିରେ ସହିଦ ହୋଇଥିବା ବେଳେ ଅନେକ ଭୂମିଆ ଜନଜାତି ର ସ୍ୱାଧୀନତା ସଂଗ୍ରାମୀ ମାନେ ଜେଲ ଦଣ୍ଡରେ ଦଣ୍ଡିତ ହେବା ସହ ଜୋରିମାନା ମଧ୍ୟ ଦେଇଛନ୍ତି। କିନ୍ତୁ ଆଜି ରାଜ୍ୟ ହେଉ କିମ୍ବା କେନ୍ଦ୍ର ସରକାର ଭୂମିଆ ଜନଜାତିର ବିର ସନ୍ତାନ ମାନଙ୍କୁ ସ୍ୱାଧୀନତା ସଂଗ୍ରାମୀ ର ସରକାରୀ ମାନ୍ୟତା ଦେଇ ନାହାଁନ୍ତି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଯାହା ଫଳରେ ଆଜି ଏହି ସମାବେଶ ରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଇଂରେଜ ଗୁଳିରେ ସହିଦ ହୋଇଥିବା ଓ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିବା ବୀର ସନ୍ତାନ ମାନଙ୍କୁ ଜାତୀୟ ମାନ୍ୟତା ଦେବା ସହ ଭୂମିଆ ଜନଜାତି ଙ୍କ ଉନ୍ନତି ପାଇଁ ଶିକ୍ଷାଗତ ଭିତ୍ତିରେ ସରକାରୀ ଚାକିରୀ ଦେବା ପାଇଁ ସରକାର ଙ୍କ ପାଖରେ ଦାବି ରଖିଥିଲେ। ଏହା ସହିତ କିପରି ଭୂମିଆ ସମାଜର ପରମ୍ପରା ଓ ରୀତିନୀତି ବଜାୟ ରହିବ ତାହା ଆଜିର ଯୁବ ପିଢ଼ି ମାନଙ୍କୁ ପରାମର୍ଶ ଦେଇଥିଲେ। ଭୂମିଆ ଜନଜାତି ରେ ରଜ,ହୋଲି,ପରି ଅନ୍ୟ ସମାଜର ପର୍ବ ପର୍ବାଣୀ କୁ ପାଳନ କରିବା ଉପରେ ଗୁରୁତ୍ୱ ନଦେଇ ଭୂମିଆ ଜନଜାତି ର ପର୍ବ ପର୍ବାଣୀ ପାଳନ କରିବା ପାଇଁ ଯୁବ ପିଢ଼ି ମାନଙ୍କୁ ପରାମର୍ଶ ଦେଇଥିଲେ। କୁଳ ସଭାପତି ସମ୍ବାରୁ ନାୟକ ଆଦିବାସୀ ଯୁବକ ଯୁବତୀ ମାନେ କିପରି ଉନ୍ନତ ଶିକ୍ଷା ସହିତ ମା ବାପାଙ୍କ କଥା ମାନିବା ସହିତ ଲକ୍ଷ ନେଇ ଶିକ୍ଷାଦାନ କରି ନିଜର ବାପା ମା ଙ୍କ ଭୂମିଆ ସମାଜ କୁଳ ଉନ୍ନତି ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ। ଏହି ମହା ସମାବେଶରେ ମୁଖ୍ୟ ଆକର୍ଷଣ ଥିଲା ଆଦିବାସୀ ଢେମସା ନୃତ୍ୟ ବେଶ ଉପସ୍ଥିତ ହଜାର ହଜାର ମହିଳା, ପୁରୁଷ, ଯୁବକ ଓ ଯୁବତୀ ମାନଙ୍କ ମନ ମୋହିଥିଲା
lମାଲକାନଗିରି ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବ